/odishatv-khabar/media/media_files/2026/01/14/kohli-2026-01-14-15-25-44.jpg)
KOHLI Photograph: (OTV)
ଦିନିକିଆରେ କୋହଲି ନମ୍ବର ୱାନ୍ । ଆଇସିସି ଦିନିକିଆ ବ୍ୟାଟ୍ସମ୍ୟାନ୍ ମାନ୍ୟତାରେ ଏକ ନମ୍ବର ସ୍ଥାନରେ ବିରାଟ କୋହଲି। ୭୮୫ ପଏଣ୍ଟ ସହିତ ସେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି । ଦୀର୍ଘ ୫ ବର୍ଷର ବ୍ୟବଧାନ ପରେ କୋହଲିଙ୍କୁ ନମ୍ବର-୧ ମାନ୍ୟତା ମିଳିଛି ।
ମାନ୍ୟତାରେ ୬ ପଏଣ୍ଟ ହରାଇ ରୋହିତ ନଂ ୩କୁ ଖସି ଆସିଛନ୍ତି । ଟପ୍ ଫାଇଭରେ ଅଛନ୍ତି ତିନି ଭାରତୀୟ । ଦ୍ବିତୀୟ ସ୍ଥାନରେ ନ୍ୟୁଜିଲାଣ୍ଡର ମିଚେଲ୍ ରହିଥିବାବେଳେ ତୃତୀୟ ସ୍ଥାନରେ ଭାରତର ରୋହିତ ଶର୍ମା ଓ ପଞ୍ଚମ ସ୍ଥାନରେ ରହିଛନ୍ତି କ୍ୟାପଟେନ୍ ଶୁବମନ୍ ଗିଲ । ଦଶମ ସ୍ଥାନରେ ଶ୍ରେୟସ ଆୟାର୍ ଓ ୧୧ତମ ସ୍ଥାନରେ ଅଛନ୍ତି କେ.ଏଲ୍, ରାହୁଲ ।
ଅନ୍ୟପଟେ ଟି-ଟ୍ବେଣ୍ଟି ରାଙ୍କିଂରେ ଟିମ୍ ଇଣ୍ଡିଆର ବିସ୍ଫୋରକ ଖେଳାଳି ଅଭିଷେକ ଶର୍ମା ଟପ୍ ରେ ଅଛନ୍ତି । ତାଲିକାର ତିନି ନମ୍ବରରେ ରହିଛନ୍ତି ତିଲକ ବର୍ମା । ତେବେ ଟେଷ୍ଟ ରାଙ୍କିଂରେ ଟପ୍ ଫାଇଭରେ ଭାରତର କୌଣସି ଖେଳାଳି ନାହାନ୍ତି । ଅଷ୍ଟମ ସ୍ଥାନରେ ଜୟସ୍ବାଲ ରହିଥିବାବେଳେ ୧୦ ନମ୍ବରରେ ଅଛନ୍ତି ଗିଲ୍ ।
Junk Food Ads Ban: ଜଙ୍କ ଫୁଡ୍ ବିଜ୍ଞାପନ ମନା, ଲାଗୁ ହେଲା ନୂଆ ନିୟମ

Free Registration For Unorganised Workers In Odisha: ଶ୍ରମିକ ଭାଇଭଉଣୀଙ୍କ ପାଇଁ ମାଗଣା କାର୍ଡ, ମାଗଣା ଲାଭ – ଆପଣ ପଞ୍ଜିକରଣ କରିଛନ୍ତି କି…

Dangerous Chips Still Sold: ବଜାରରେ ମିଳୁଛି ମୃତ୍ୟୁର ଚିପ୍ସ! ଆଖି ହରାଇଲା କୁନି ପୁଅ

Infant Girl Rescued: ପଥର ପାଲଟିଲା ବାପା, ମା’ର ସ୍ନେହ ବି ଫିକା ପଡିଗଲା; କରଜ ଶୁଝିବାକୁ ଛୁଆ ବିକ୍ରି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)