/odishatv-khabar/media/media_files/2026/01/13/icc-on-bangladesh-2026-01-13-11-48-17.jpg)
ICC on Bangladesh Photograph: (OTV)
ବାଂଲାଦେଶକୁ ପୁଣି ବଡ଼ ଝଟକା ଦେଲା ICC। ଭାରତରେ ହିଁ T-20 ବିଶ୍ବକପ୍ ଖେଳିବାକୁ ପଡ଼ିବ। ସୁରକ୍ଷା ଆଳ ଦେଖାଇ ଭେନ୍ୟୁ ପରିବର୍ତ୍ତନ ପାଇଁ କରିଥିବା ଆବେଦନକୁ ଖାରଜ କରିଛି ଅନ୍ତର୍ଜାତୀୟ କ୍ରିକେଟ ବୋର୍ଡ। ଭାରତରେ ହିଁ ମ୍ୟାଚ୍ ଖେଳିବ ଓ କ୍ରୀଡ଼ାସୂଚୀ ପରିବର୍ତ୍ତନ କରାଯାଇ ପାରିବନି ବୋଲି ବାଂଲାଦେଶକୁ ରୋକଠୋକ୍ ଶୁଣାଇଛି ICC।
ଫେବ୍ରୁଆରୀ ୭ରୁ ଆରମ୍ଭ ହେବ ଟି-ଟ୍ବେଣ୍ଟି ବିଶ୍ବକପ୍। ଖେଳାଳିଙ୍କ ସୁରକ୍ଷା ପ୍ରତି ବିପଦ ଥିବା ଦର୍ଶାଇ ଭାରତ ଆସିବାକୁ ଅନିଚ୍ଛା ଦେଖାଇବା ସହ ଆଇସିସିର ଦ୍ବାରସ୍ଥ ହୋଇଥିଲା ବାଂଲାଦେଶ କ୍ରିକେଟ ବୋର୍ଡ। ବାଂଲାଦେଶ କ୍ରିକେଟ ପରାମର୍ଶଦାତା ଆସିଫ ନଜରୁଲ ଏନେଇ ଆଇସିସିର ଦୃଷ୍ଟି ଆକର୍ଷଣ କରିଥିଲେ।
ଯାହାକୁ ମିଛ କହିବା ସହ ଆଇସିସି କହିଛି ଯାଞ୍ଚ ବେଳେ ବାଂଲାଦେଶ ଖେଳାଳିଙ୍କୁ ଭାରତରେ କୌଣସି ବିପଦ ନାହିଁ ବୋଲି ଜଣା ପଡିଛି। ତେଣୁ ବାଂଲାଦେଶକୁ ବିଶ୍ବକପ୍ ଖେଳିବାକୁ ଭାରତ ଆସିବାକୁ ପଡ଼ିବ ଓ ପୂର୍ବ ନିର୍ଦ୍ଧାରିତ ଭେନ୍ୟୁରେ ମ୍ୟାଚ୍ ଖେଳିବ ବୋଲି ସ୍ପଷ୍ଟ କରିଛି ଅନ୍ତର୍ଜାତୀୟ କ୍ରିକେଟ ବୋର୍ଡ।
CBI Intensifies Probe in Police SI Exam Scam: SI ସ୍କାମ: ଆଶାୟୀ ପରୀକ୍ଷାର୍ଥୀଙ୍କୁ ସିବିଆଇ ତନାଘନା

Jaundice Detected at Adarsha School: ଆଦର୍ଶ ସ୍କୁଲରେ ‘ଜଣ୍ଡିସ୍’, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତଦନ୍ତ ଜାରି

Humane Sagar Death Case: ହ୍ୟୁମାନ ସାଗର ମୃତ୍ୟୁ ମାମଲା; ଅର୍ପିତାଙ୍କୁ ଅନ୍ତରୀଣ ସୁରକ୍ଷା

Major Accident: ଭୟଙ୍କର ଦୁର୍ଘଟଣା; ବୋଲେରୋ-ଆମ୍ବୁଲାନ୍ସ୍ ମୁହାଁମୁହିଁ ଧକ୍କା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)