ପୂର୍ଣ୍ଣ ଦର୍ଶକଙ୍କ କ୍ଷମତାରେ ଏଥର ହକି ବିଶ୍ୱକପ୍ ମ୍ୟାଚ୍ର ଆୟୋଜନ ହେବ। ହକି ବିଶ୍ୱକପ୍ ପାଇଁ କୌଣସି ବାଧ୍ୟତାମୂଳକ ଗାଇଡ୍ଲାଇନ୍ ରହିବ ନାହିଁ।
ବିଶ୍ୱକପ୍ ହକିରେ ଟ୍ରାଫିକ୍ ଟେନ୍ସନ୍ । ବଢ଼ିଲା କମିଶନରେଟ୍ ପୋଲିସର ଚିନ୍ତା ।
ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱରରେ ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ରାଜଧାନୀ ରାସ୍ତାକଡ଼ରୁ ଉଠା ଦୋକାନୀ ମାନଙ୍କୁ ଉଚ୍ଛେଦ କରୁଛି ବିଏମ୍ସି। ବିନା ଥଇଥାନ ଓ କ୍ଷତିପୂରଣରେ ବିଏମ୍ସି ଉଚ୍ଛେଦ କରୁଥିବାରୁ ଉଠା ଦୋକାନୀମାନେ ଏହାକୁ ବିରୋଧ କରିଛନ୍ତି। ସେଥିପାଇଁ ଆଜି ବିଏମ୍ସିର ନର୍ଥ ଜୋନ୍ ଅଫିସକୁ ଘେରାଉ କରିଥିଲେ। ଏପରିକି ଉଠାଦୋକନୀମାନେ ବିଏମ୍ସି ଅଫିସ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ
ହକି ବିଶ୍ୱକପ୍ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ହରମନ୍ ପ୍ରୀତ ସିଂ ଭାରତୀୟ ଦଳର ଅଧିନାୟକ ଭାବେ ନିଯୁକ୍ତ ହୋଇଥିବା ବେଳେ ଓଡ଼ିଶାର ଅମିତ ରୋହିଦାସଙ୍କୁ ଉପଅଧିନାୟକ ଦାୟିତ୍ୱ ମିଳିଛି।
ରାଜଧାନୀ ଭୁବନେଶ୍ୱରରେ ଉଠା ଦୋକାନୀଙ୍କ ପାଇଁ କାଳ ହୋଇଛି ହକି ବିଶ୍ୱକପ୍। ବର୍ଷ ବର୍ଷର ବେଉସା ଆଉ ପେଟ ପାଟଣା ଉପରେ ପଡ଼ିଛି ଚଡ଼କ।
କାଉଣ୍ଟରରେ କେତେ ଟିକଟ ବିକ୍ରି ହେବ, ତାହା ସ୍ପଷ୍ଟ କରିନାହିଁ ହକି ଇଣ୍ଡିଆ । ଯାହାକୁ ନେଇ ଉତ୍କଣ୍ଠାରେ ହକି ପ୍ରେମୀ ।
ଦିନକୁ ଦିନ ରାଜଧାନୀ ଭୁବନେଶ୍ବରରେ ବୃହତ ଅଟ୍ଟାଳିକା ମାନ ଗଢ଼ି ଉଠୁଥିବା ବେଳେ ଏ ସୁନ୍ଦର ସହର କଂକ୍ରିଟ ଜଙ୍ଗଲରେ ପରଣିତ ହେବାକୁ ବସିଛି।
ବିଶ୍ୱକପ୍ ପୂର୍ବରୁ ରାଜଧାନୀର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ପାଇଁ ପ୍ରସ୍ତୁତ ହେଉଛି ପୋଲିସ। ଫୋକସ୍ରେ ବଞ୍ଜାରା, କିନ୍ନର ଓ ଭିକ୍ଷୁକ।