Advertisment

ହକି ତାରକାଙ୍କ ଘରୁ ଚୋରି: ମେଡାଲ୍‌, ସୁନା ଅଳଙ୍କାର ସମେତ ମୂଲ୍ୟବାନ ସାମଗ୍ରୀ ଲୁଟ୍‌...

ଗୋଟିଏପଟେ ରାଜ୍ୟରେ ପୁରୁଷ ହକି ବିଶ୍ୱକପ୍‌ ମ୍ୟାଚ୍‌ ଚାଲିଥିବା ବେଳେ ଅନ୍ୟପଟେ ଭାରତୀୟ ହକି ଟିମ୍‌ର ପୂର୍ବତନ କ୍ୟାପଟେନ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Loot From Former Hockey India Captain Prabodh Tirkey’s House

Loot From Former Hockey India Captain Prabodh Tirkey’s House

ଗୋଟିଏପଟେ ରାଜ୍ୟରେ ପୁରୁଷ ହକି ବିଶ୍ୱକପ୍‌ ମ୍ୟାଚ୍‌ ଚାଲିଥିବା ବେଳେ ଅନ୍ୟପଟେ ଭାରତୀୟ ହକି ଟିମ୍‌ର ପୂର୍ବତନ କ୍ୟାପଟେନ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱର ଓ ରାଉରକେଲାରେ ମ୍ୟାଚ୍‌ ଆୟୋଜନ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ହେଲେ ରାଜଧାନୀ ଭୁବନେଶ୍ୱରରେ ହକି ଟିମ୍‌ର ପୂର୍ବତନ କ୍ୟାପଟେନ୍ ପ୍ରବୋଧ ତିର୍କୀଙ୍କ ୟୁନିଟ୍-୬ ସ୍ଥିତ VR- ୮୬ ସରକାରୀ ବାସଭବନରୁ ଚୋରି ହୋଇଥିବା ଅଭିଯୋଗ ଆସିଛି। 

Advertisment

ଶୁକ୍ରବାର ରାତିରେ ଲୁଟେରାମାନେ ଦାମୀ ସାମଗ୍ରୀ ସହ ପ୍ରବୋଧଙ୍କ ଅନେକ ମେଡାଲ ଚୋରି କରି ନେଇଛନ୍ତି। ଘରେ କେହି ନଥିବାରୁ ସୁଯୋଗ ନେଇ ଲୁଟେରାମାନେ ପ୍ରବୋଧଙ୍କ ମେଡାଲ୍‌, ଟିଭି, କମ୍ପ୍ୟୁଟର ଓ ସୁନା ଅଳଙ୍କାର ସମେତ ମୂଲ୍ୟବାନ ଜିନିଷ ନେଇ ଯାଇଥିବା ଅଭିଯୋଗ ହୋଇଛି।

Advertisment

ପ୍ରବୋଧଙ୍କ ବାପା, ମା ଓ ଭାଇ ବିଶ୍ୱକପ୍ ହକି ମ୍ୟାଚ ଦେଖିବା ପାଇଁ ରାଉରକେଲା ଯାଇଥିବା ବେଳେ ତାଙ୍କ ଘରୁ ଚୋରି ହୋଇଥିବା ଜଣାପଡ଼ିଛି। ଏନେଇ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। 

Hockey World Cup 2023
Advertisment
Advertisment