Advertisment

Hockey World Cup: ଫାଇନାଲ୍‌ ଖେଳିବାକୁ ଜର୍ମାନୀକୁ ଲାଗିଲା ୧୨ ବର୍ଷ, ସୁଯୋଗ ହାତଛଡ଼ା କରିବ ନା ବେଲଜିୟମକୁ ଧୂଳି ଚଟେଇବ ?

କଳିଙ୍ଗ ଷ୍ଟାଡିୟମରେ କିଏ ହେବ ବାଦ୍‌ଶାହ ? ବିଶ୍ୱକପ୍‌ ତାଜ ପାଇଁ ସାମ୍ନାସାମ୍ନି ହେବେ ବିଶ୍ୱ ହକିର ଦୁଇ ସୁପର ପାଓ୍ୱାର ଜର୍ମାନୀ ଓ ବେଲଜିୟମ।

author-image
Rajalaxmi Sahoo
Hockey World Cup: Belgium to lock horn with Germany in final

Hockey World Cup: Belgium to lock horn with Germany in final

ଆଜି ବିଶ୍ୱକପ୍‌ ହକିର ଗ୍ରାଣ୍ଡ୍‌ ଫାଇନାଲ୍‌ ମ୍ୟାଚ୍‌। କଳିଙ୍ଗ ଷ୍ଟାଡିୟମରେ କିଏ ହେବ ବାଦ୍‌ଶାହ ? ବିଶ୍ୱକପ୍‌ ତାଜ ପାଇଁ ସାମ୍ନାସାମ୍ନି ହେବେ ବିଶ୍ୱ ହକିର ଦୁଇ ସୁପର ପାଓ୍ୱାର ଜର୍ମାନୀ ଓ ବେଲଜିୟମ। ଏହି ଫାଇନାଲ ଟକ୍କରରେ କ’ଣ ବେଲଜିୟମ ତ”ର ବିଶ୍ୱକପ୍‌ ତାଜ୍‌କୁ ବଜାୟ ରଖିପାରିବ ନା ୧୨ବର୍ଷ ପରେ ଫାଇନାଲକୁ ଆସିଥିବା ଜର୍ମାନୀ ତା’ର ତୃତୀୟ ବିଶ୍ୱକପ୍‌ ଟ୍ରଫି ହାତେଇବ। ତୃତୀୟ ସ୍ଥାନ ପାଇଁ ଅଷ୍ଟ୍ରେଲିଆ ଓ ନେଦରଲ୍ୟାଣ୍ଡ ମଧ୍ୟରେ ମୁକାବିଲା ହେବ।...

Advertisment

୨୦୧୮ର ବିଶ୍ୱ ଚାମ୍ପିଅନ ବେଲଜିୟମ ଲଗାତାର ଦିତୀୟ ଥର ପାଇଁ ବିଶ୍ୱକପ୍‌ ଫାଇନାଲ ଖେଳିବ। ତେଣୁ ଟାଇଟଲ ବଜାୟ ରଖିବା ବେଲଜିୟମର ମୁଖ୍ୟ ଟାର୍ଗେଟ। ସେପଟେ ଜର୍ମାନୀ ବିଶ୍ୱକପ୍‌ରେ ପଞ୍ଚମ ଥର ପାଇଁ ଫାଇନାଲ ଖେଳିବ। ୨୦୦୨ ଓ ୨୦୦୬ର ବିଶ୍ ଚାମ୍ପିଅନ୍ ଜର୍ମାନୀ ୨୦୧୦ରେ ରନରଅପ୍‌ରେ ସନ୍ତୁଷ୍ଟ ଥିଲା। ଜର୍ମାନୀକୁ ପୁଣି ଆଉ ଏକ ଫାଇନାଲ୍‌ ଖେଳିବାକୁ ଲାଗିଲା ୧୨ ବର୍ଷ। ତେଣୁ ଏହି ସୁଯୋଗକୁ ହାତଛଡା କରିବନି ଜର୍ମାନୀ। ନୂଆ ରଣନୀତି କରି ପଡିଆକୁ ଓହ୍ଲାଇ ପାରନ୍ତି ଖେଳାଳି। 

ଗ୍ରାଣ୍ଡ ଫାଇନାଲରେ ଜର୍ମାନୀ ଡ୍ରାଗ ଫ୍ଲିକର ଗଞ୍ଜାଲୋ ପେଲେଟ ବନାମ ବେଲଜିୟମ ଡ୍ରାଗ ଫ୍ଲିକର୍ ଟମ୍ ବୁନଙ୍କ ଦମ୍‌  ଦେଖିବାକୁ ପଡ଼ିବ। ଜର୍ମାନୀର ୱେଲନ୍ସ ନିକୋଲସ ୬ଟି ମ୍ୟାଚ୍‌ରେ ୬ଟି ଗୋଲ୍‌ ସ୍କୋର କରିଥିବା ବେଳେ ଗଞ୍ଜାଲୋ ୫ଟି ଗୋଲ୍‌ ସ୍କୋର କରିଛନ୍ତି। ଉଭୟ ଦଳର ଖେଳାଳି ପାଓ୍ୱାର ଗେମ୍ ଖେଳୁଛନ୍ତି।ଟି ଏରିଆ ଭିତରକୁ ବଲ୍‌ ନେଇ ଆସିଲେ ସିଧା ଗୋଲ୍‌ ପୋଷ୍ଟକୁ ଷ୍ଟାଇକ୍ କରୁଛନ୍ତି।

Advertisment

କ୍ୱାର୍ଟର ଫାଇନାଲରେ ଇଂଲଣ୍ଡ ଏବଂ ସେମିରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଶେଷ କ୍ୱାର୍ଟରରେ ପରାସ୍ତ କରିବା ପରେ ଜର୍ମାନୀର ମନୋବଳ ବଢିଛି। ଉଭୟ ଦଳ ମଧ୍ୟରେ ହୋଇଥିବା ଲଢେଇ ମଧ୍ୟରେ ଜର୍ମାନୀ ୧୩ଟି ମ୍ୟାଚ୍ ଜିତିଥିବା ବେଳେ ବେଲଜିୟମ ୧୫ଟି ମ୍ୟାଚ୍ ଜିତିଛି ଓ ୭ଟି ମ୍ୟାଚ୍ ଡ୍ର ରହିଛି।

(ରିପୋର୍ଟ- ନିରଞ୍ଜନ ରେଡ୍ଡୀ, ଭୁବନେଶ୍ୱର)

Hockey World Cup 2023 Hockey World Cup Men's Hockey World Cup
Advertisment
Advertisment