ଜଳଭଣ୍ଡାର ତଳମୁଣ୍ଡରେ ବିକଳ ସ୍ଥିତି, ଚିନ୍ତାରେ ରବି ଧାନ ଫଳାଉଥିବା ଶହ ଶହ ଚାଷୀ
ଦି କିଛି ବିପଦ ଥାଏ, ତାର ପ୍ରତିକାର ପାଇଁ ତୁରନ୍ତ ପଦକ୍ଷେପ ନିଆଯିବା କଥା ।
ପୁଣି ଛ ମାସ ବଢିଲା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ । ରାଜ୍ୟ ସରକାରଙ୍କ ସୁପାରିସକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ମିଳିଛି । ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଆଉ ୬ ମାସ ବୃଦ୍ଧି ହୋଇଛି ।
ସ୍ପିଲ୍ୱେର ତଳମୁଣ୍ଡରେ ଆଉ କିଛି ଫାଟ ଅଛି କି ନାହିଁ, ଡ୍ରୋନ୍ ସାହାଯ୍ୟରେ ଅନୁସନ୍ଧାନ କରିବାକୁ ପରାମର୍ଶ ଦିଆଯାଇଥିଲା ।
ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍ ବନ୍ଦ ହୋଇଛି। ଗେଟ୍ ବନ୍ଦ ନେଇ ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ହୀରାକୁଦ ଡ୍ୟାମ୍ରେ ଜଳସ୍ତର ୬୨୫ ଫୁଟ୍ ଟପିଛି। ଡ୍ୟାମ୍କୁ ବନ୍ୟାଜଳ ପ୍ରବେଶ ବଢ଼ୁଥିବାରୁ ଜଳସ୍ତର ବଢ଼ିବାରେ ଲାଗିଛି।
ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ବନ୍ୟା ଜଳ କଟକ ମୁଣ୍ଡଳି ଅତିକ୍ରମ କରିବ। ହୀରାକୁଦର ଉପର ମୁଣ୍ଡରେ ପ୍ରବଳ ବର୍ଷା ଜାରି ରହିଛି।
ଚଳିତ ବର୍ଷ ବହୁତ ଚେଷ୍ଟା କରିବା ସତ୍ତ୍ୱେ ସମନ୍ୱୟ ବୈଠକକୁ ଏଡ଼ାଇ ଯାଇଛି ଛତିଶଗଡ଼ । ଗତ ଜୁଲାଇ ୧୩ରେ ବୈଠକ କରିବାକୁ କହି ପୁଣି ଓହରି ଯାଇଛି ।
ସମ୍ବଲପୁର ହୀରାକୁଦ ଡ୍ୟାମ୍ରେ ବୁଡ଼ି ନିଖୋଜ ୨ଜଣ MCL କର୍ମଚାରୀଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ଗତକାଲି ହୀରାକୁଦ ଡ୍ୟାମ୍ର ଝାଙ୍କରାଣୀ ମନ୍ଦିର ନିକଟକୁ MCLର କର୍ମଚାରୀ ଗାଧୋଇବା ପାଇଁ ଯାଇଥିଲେ।
ସମ୍ବଲପୁର ମହାନଗର ନିଗମ ଅଫିସ । ଦେଖିବାକୁ ଅବିକଳ ହୀରାକୁଦ ଡ୍ୟାମ ଭଳି । ଦେଖନ୍ତୁ ଭିଡିଓ...
ଝାରସୁଗୁଡ଼ା ଜିଲ୍ଲାର ଦୁଇ ହଜାର ହୀରାକୁଦ ବିସ୍ଥାପିତଙ୍କ ପରିବାରକୁ ଘରଡିହ ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ, ହୁଏତ ସେହି ତାଲିକାରେ ସ୍ଥାନ ପାଇପାରନ୍ତି ଲଖନପୁର ବ୍ଲକ ଲମ୍ଫାଲୁଗା ଗାଁର ଜମିହରା ।
ଖୁବଶୀଘ୍ର ସ୍ପିଲୱେ ନିର୍ମାଣ ଲାଗି ଗ୍ଲୋବାଲ୍ ଟେଣ୍ଡର୍ ଡକାଯିବ ବୋଲି ସୂଚନା ଦେଇଛନ୍ତି ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀ। ଏହାର ନିର୍ମାଣ ଅବଧି ୩୦ ମାସ ଏବଂ ବ୍ୟୟ ଅଟକଳ ୬୨୪ କୋଟି ୩୧ ଲକ୍ଷ ଟଙ୍କା ରହିଛି।
ଜଳସ୍ତର କମିବା ପରେ ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ଆଉ ୪ ଗେଟ୍। ଏବେ ୮ଟି ଗେଟ୍ ଦେଇ ଜଳଭଣ୍ଡାରରୁ ବନ୍ୟାପାଣି ନିଷ୍କାସିତ ହେଉଛି। ମହାନଦୀରେ ମଧ୍ୟ ଜଳସ୍ତର କମୁଛି। ଉପରମୁଣ୍ଡରେ ବର୍ଷା କମି ଥିବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟା ଜଳ ପ୍ରବେଶ କମିଛି।
ରାକୁଦରୁ ଆସୁଥିବା ଜଳ ଶନିବାର ସକାଳ ସୁଦ୍ଧା ମୁଣ୍ଡଳିରେ ବଢ଼ିବ। ଶନିବାର ସକାଳରୁ ମଧ୍ୟାହ୍ନ ଭିତରେ ୮ ଲକ୍ଷ କ୍ୟୁସେକ୍ ପାସ୍ କରିବ। ମୁଣ୍ଡଳିରେ ମଧ୍ୟାହ୍ନରେ ଗଲେ ରାତି ସୁଦ୍ଧା ତଳିଆ ଅଞ୍ଚଳରେ ପହଞ୍ଚିବ। କେନ୍ଦ୍ରାପଡ଼ା, ପୁରୀ ଆଦି ଜିଲ୍ଲାରେ ଶନିବାର ରାତିରେ ପାସ୍ କରିବ। ସମ୍ବାବ୍ୟ ବନ୍ୟା ପରିସ୍ଥିତିକୁ ଦେଖି ପ୍ରଭାବିତ ହେବାକୁ ଥିବା ୬ ଜିଲ୍ଲାର ଜିଲ୍ଲାପାଳଙ୍କୁ ସଜାଗ ରଖାଯାଇଛି।
ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳିରେ ପହଞ୍ଚିବ ହୀରାକୁଦ ବନ୍ୟା ଜଳ। ମୁଣ୍ଡଳି ପରିଦର୍ଶନ ବେଳେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ଏବେ ମୁଣ୍ଡଳିରେ ଜଳସ୍ତର ଖସୁଛି ଓ ତଳ ମୁଣ୍ଡରେ ଆଉ ବର୍ଷା ନାହିଁ। ମୁଣ୍ଡଳିରେ ସର୍ବାଧିକ ୬.୪୩ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିଲା। ଏବେ ପ୍ରବାହିତ ଜଳ ପରିମାଣ ଖସି ୫.୯୬ ଲକ୍ଷ କ୍ୟୁସେକ୍ରେ ପହଞ୍ଚିଛି।’
ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ଫୁଲୁଛି ମହାନଦୀ। ୨୪ଟି ଗେଟ୍ ଦେଇ ହୀରାକୁଦରୁ ହେଉଛି ବନ୍ୟା ଜଳ ନିଷ୍କାସନ।
ହୀରାକୁଦ ଡ୍ୟାମ୍ରୁ ଗତକାଲି ରାତି ସୁଦ୍ଧା ୨୪ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ଆଜି ସକାଳ ୬ଟା ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ଏବେ ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୩୫ ହଜାର ୭୯୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୨୩ ହଜାର ୮୯ କ୍ୟୁସେକ୍ ବନ୍ୟା ଜଳ ନିଷ୍କାସନ ହେଉଛି।
ତେବେ ଲଗାଣ ବର୍ଷା ପରେ ବୈତରଣୀ ଆଖୁଆପଦାରେ ବିପଦ ସଂକେତ ଉପରେ ଥିଲେ ବି ଖସୁଛି। ବ୍ରାହ୍ମଣୀ ବିପଦ ସଂକେତ ତଳେ ଥିଲେ ବି ୩ଟି ଛୋଟ ଘାଇ ହୋଇଥିବା ସେ ସୂଚନା ଦେଇଛନ୍ତି। ଜଳକା ବିପଦ ସଂକେତ ଉପରେ ରହିଛି କିନ୍ତୁ ବନ୍ୟା ପରିସ୍ଥିତି ନାହିଁ। ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ବିପଦ ସଂକେତ ତଳେ ପ୍ରବାହିତ ହେଉଛି।
ମହାନଦୀରେ ଏକ ଛୋଟ ବା ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି। ଏନେଇ SRC ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି।ହୀରାକୁଦ ଓ ମହାନଦୀର ଜଳସ୍ତର ନେଇ SRC ସୂଚନା ଦେଇଛନ୍ତି, ହୀରାକୁଦ ତଳ ମୁଣ୍ଡରେ ବର୍ଷା କମିଛି। ହେଲେ ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଛି।
ହୀରାକୁଦ ଜଳଭଣ୍ଡାରରୁ ଆଜି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ା ଯାଇଛି। ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲା ଯାଇଛି। ପ୍ରଥମ ପର୍ଯ୍ୟାୟରେ ହୀରାକୁଦ ଜଳଭଣ୍ଡାରର ୨ଟି ଗେଟ୍ ଖୋଲା ଯାଇଛି।