/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753606681.jpg)
flood situation
ଆଗକୁ ନଦୀରେ କମିବ ଜଳସ୍ତର। ଗତକାଲି ରାଜ୍ୟର କୌଣସି ଅଞ୍ଚଳରେ ୫୦ ମିମିରୁ ଅଧିକ ବର୍ଷା ହୋଇନଥିବାରୁ ଆଗକୁ ଜଳସ୍ତର କମିବା ନେଇ ସୂଚନା ଦେଇଛନ୍ତି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ। ସେ କହିଛନ୍ତି, ସୁବର୍ଣ୍ଣରେଖାରେ ଜଳସ୍ତର ବଢୁଥିବାରୁ ବାଲେଶ୍ବରରେ ବନ୍ୟା ସ୍ଥିତି ଦେଖା ଦେଇପାରେ।
ଭୋଗରାଇ,ବାଲିଆପାଳ, ବସ୍ତା, ଜଳେଶ୍ବର ବ୍ଲକ ପ୍ରଭାବିତ ହେବ। ରାଜଘାଟରେ ଜଳସ୍ତର ରାତି ୯ଟା ସୁଦ୍ଧା ୧୧.୦୪ ମିଟର ପର୍ଯ୍ୟନ୍ତ ଯିବ। ଜିଲ୍ଲାପାଳଙ୍କ ସହ ଏନେଇ ଆଲୋଚନା କରିଥିବା ସେ ସୂଚନା ଦେଇଛନ୍ତି। ତେବେ ଆଖୁଆପଦାରେ ବୈତରଣୀ ନଦୀ ଜଳସ୍ତର କ୍ରମଶଃ ହ୍ରାସ ପାଉଛି। ଖୁବଶୀଘ୍ର ବିପଦ ସଙ୍କେତ ତଳକୁ ଖସିବ ବୈତରଣୀ ଜଳସ୍ତର। ଏହାସହ ସେ କହିଛନ୍ତି ହୀରାକୁଦ ଜଳସ୍ତର ୬୧୪ ଫୁଟ ରହିଛି, ୨୦ଟି ଗେଟ୍ ଖୋଲା ଅଛି। ବର୍ତ୍ତମାନ ୫ ଲକ୍ଷ ୧୭ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୩ ଲକ୍ଷ ୪୧ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଆଗକୁ ଇନ୍ ଫ୍ଲୋ କମିଲେ ପର୍ଯ୍ୟାୟ କ୍ରମେ ହୀରାକୁଦ ଗେଟ୍ ବନ୍ଦ କରାଯିବ। ରେଙ୍ଗାଲିର ୩ଟି ଗେଟ୍ ଖୋଲାଅଛି, ଆଉ ଗେଟ୍ ଖୋଲିବାର ସମ୍ଭାବନା ନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)