/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744353915.jpg)
VSSUT Student
ହୀରାକୁଦ ଡ୍ୟାମରେ ବୁଡି ଜଣେ ଭିସୁଟ୍ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ସାଙ୍ଗମାନଙ୍କ ସହ ମିଶି ଭୋଜି କରିବାକୁ ଯାଇଥିବାବେଳେ ପାଣିରେ ବୁଡ଼ି ଚାଲିଯାଇଛି ଜୀବନ । ମୃତ ଛାତ୍ରୀଙ୍କ ନାଁ ଶାଶ୍ୱତୀ ଭୋଇ । ସେ ଭିସୁଟ୍ରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବିଭାଗର ଶେଷ ବର୍ଷର ଛାତ୍ରୀ ଥିଲେ । ଗତକାଲି ଅପରାହ୍ନରେ ଏହି ଅଘଟଣ ଘଟିଥିଲା ।
ସୂଚନା ଅନୁସାରେ, ଶାଶ୍ୱତୀ ନିଜର ୭ ଜଣ ସାଙ୍ଗଙ୍କ ସହ ମିଶି ହୀରାକୁଦ ଡ୍ୟାମର ଫିସେରୀ ପଏଣ୍ଟ ଅଞ୍ଚଳକୁ ଭୋଜି କରିବାକୁ ଯାଇଥିଲେ । ସେଠାରେ ଗାଧୋଇବା ସମୟରେ ଅସାବଧାନତା ଯୋଗୁଁ ଗଭୀର ପାଣିକୁ ଚାଲିଯାଇଥିଲେ ଏବଂ ଗୋଡ଼ ଖସିଯିବାରୁ ବୁଡି ଯାଇଥିଲେ । ସାଙ୍ଗମାନେ ତାଙ୍କୁ ଉଦ୍ଧାର କରି ଭୀମସାର ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା ।
ଅଧିକ ପଢ଼ନ୍ତୁ: ରାଜଧାନୀରେ ଏନକାଉଣ୍ଟର, କୁଖ୍ୟାତ ବ୍ରାଉନସୁଗାର ବେପାରୀ ଗୁରୁତର
ଅପରାହ୍ନ ପ୍ରାୟ ୪ଟା ୩୦ରୁ ୫ଟା ମଧ୍ୟରେ ଏହି ଅଘଟଣ ଘଟିଥିଲା । ମୃତ ଛାତ୍ରୀ ଶାଶ୍ୱତୀ ଭୋଇଙ୍କ ଘର ବରଗଡ଼ ଜିଲ୍ଲାରେ । ଏନେଇ ପୋଲିସର କହିବା ଅନୁସାରେ, ଛାତ୍ରୀ ଜଣକ ନିଜର କିଛି ସାଙ୍ଗମାନଙ୍କ ସହ ହୀରାକୁଦ ଡ୍ୟାମର ବୁର୍ଲା ପଟରେ ଥିବା ଫିସେରୀ ପଏଣ୍ଟ ଅଞ୍ଚଳକୁ ବୁଲିବାକୁ ଯାଇ ଗାଧୋଉଥିବା ବେଳେ ଗୋଡ ଖସିଯିବାରୁ ଗଭୀର ପାଣିରୁ ଆଉ ଉପରକୁ ଉଠି ପାରିନଥିଲେ ।
ଗତ ମାସରେ ମଧ୍ୟ ହୀରାକୁଦ ଡ୍ୟାମର ପାୱାର କ୍ୟାନେଲରେ ବୁଡି ଭିସୁଟ୍ର ଜଣେ ପ୍ରଥମ ବର୍ଷର ଛାତ୍ରଙ୍କ ମୃତ୍ୟୁ ହୋଇଥିଲା । ଏହିପରି ଅଘଟଣ ବାରମ୍ବାର ଘଟିଚାଲିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)