• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସମ୍ବଲପୁର: ଖୋଲିଲା ହୀରାକୁଦ ଡ୍ୟାମ୍ ଗେଟ୍...ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନଂ ଗେଟ୍ ଖୋଲିଲା...ହୀରାକୁଦରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ...ପର୍ଯ୍ୟାୟ କ୍ରମେ ୧୨ଟି ଗେଟ୍ ଖୋଲିବ...

ବାମପାର୍ଶ୍ବ ସ୍ପିଲୱେ ପଟରୁ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲା ଯାଇଛି । ତାପରେ ଖୋଲିବ ଅନ୍ୟ ଗେଟ୍। ବନ୍ୟାଜଳ ନିଷ୍କାସନ ପାଇଁ ୧୨ରୁ ଅଧିକ ଗେଟ୍ ଖୋଲିବା ନେଇ ସୂଚନା ମିଳିଛି। ପାଣି ଛାଡ଼ିବା ପୂର୍ବରୁ ମହାନଦୀ ତଳମୁଣ୍ଡରେ ଲୋକଙ୍କୁ ସତର୍କ କରିବାକୁ ଆଜି ସକାଳୁ ସତର୍କ ସାଇରନ୍ ବାଜିବା ଆରମ୍ଭ ହୋଇଛି। ୨ ଦିନ ପୂର୍ବରୁ ଡାକବାଜି ଯନ୍ତ୍ର ଯୋଗେ ହୀରାକୁଦ ଜଳଭଣ୍ଡାରରୁ ପାଣି ଛାଡିବା ନେଇ ପ୍ରଚାର କରାଯାଇଥିଲା। ବୁର୍ଲା ହୀରାକୁଦ ଓ ସମ୍ବଲପୁର ସମେତ ମହାନଦୀର ତଳମୁଣ୍ଡରେ ଲୋକଙ୍କୁ ସଚେତନ କରାଯାଇଥିଲା। 

ଅଧିକ ପଢ଼ନ୍ତୁ: ଭାରତୀୟଙ୍କୁ ଅପହରଣ କରିନେଲେ ଅଲ କାଏଦା ଆତଙ୍କୀ; ଉଦ୍ଧାର କାର୍ଯ୍ୟ ଜାରି

ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀ ଫୁଲିଛି। ବଢିଛି ହୀରାକୁଦ ଡ୍ୟାମର ଜଳସ୍ତର। 

ଆଜି ସକାଳ ୯ଟା ସୁଦ୍ଧା ଡ୍ୟାମର ଜଳସ୍ତର ୬୦୯ ଦଶମିକ ୩୩ ଫୁଟ ରହିଛି। ଡ୍ୟାମକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୩୦ ହଜାର ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ଜଳସେଚନ ଓ ଜଳ ବିଦ୍ୟୁତ ଉତ୍ପାଦନ ପାଇଁ ମୋଟ ୩୪ ହଜାର ୩୧୩ ଘନଫୁଟ ଜଳ ନିଷ୍କାସିତ ହେଉଛି ।