Advertisment

Bangladesh Violence: ହିନ୍ଦୁଙ୍କୁ ପୋଛିଦେବ ବାଂଲାଦେଶ, ଆଉ ଜଣଙ୍କୁ ବୀଭତ୍ସ ହତ୍ୟା !

ଆଗକୁ ବାଂଲାଦେଶରେ ନିର୍ବାଚନ ରହିଛି । ଏପରି ସମୟରେ ସାମ୍ପ୍ରଦାୟିକ ହିଂସା ବୃଦ୍ଧି ପାଇବାରେ ଲାଗିଛି । ବାଂଲାଦେଶ ହିନ୍ଦୁ ବୌଦ୍ଧ ଖ୍ରୀଷ୍ଟିଆନ ୟୁନିଟି କାଉନସିଲ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, କେବଳ ଡିସେମ୍ବର ମାସରେ ଅତି କମରେ ୫୧ଟି ହିଂସା ଘଟଣା ସାମ୍ନାକୁ ଆସିଛି ।

author-image
Tanmay Kumar Mahalik
bangladesh

bangladesh Photograph: (OTV)

ବିପଦରେ ହିନ୍ଦୁଙ୍କ ଜୀବନ ! ବାଂଲାଦେଶରେ ସୁରକ୍ଷିତ ନୁହଁନ୍ତି ହିନ୍ଦୁ ! ଜଣ ଜଣ କରି ୧୧ ଜଣଙ୍କୁ ହତ୍ୟା । ୩୫ ଦିନରେ ଗଲାଣି ୧୧ ଜୀବନ । ପୁଣି ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ହିଂସା ବଢ଼ିଛି । ଆଉ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା କରାଯାଇଛି ।

Advertisment

ମିଥୁନ ସରକାର ନାମକ ଜଣେ ବ୍ୟକ୍ତିଙ୍କୁ ଚୋରି ଅଭିଯୋଗରେ ମାରି ଦିଆଯାଇଛି । ମିଥୁନଙ୍କୁ ଗୋଡ଼ାଇବା ବେଳେ ସେ ଏକ ଜଳ ଭଣ୍ଡାରକୁ ଡେଇଁ ପଡ଼ିଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି ।

ଏହି ଘଟଣା ଉତ୍ତର ବାଂଲାଦେଶର ନାଓଗାଓଁ ଜିଲ୍ଲାର ମୋହାଦେବପୁର ଅଞ୍ଚଳରେ ଘଟିଛି । ନାଓଗାଓଁ ପୋଲିସ ଏନେଇ ତଦନ୍ତ କରୁଛି । ପୋଲିସ କହିଛି, ‘ମହାଦେବପୁରରେ, ମିଥୁନ ସରକାର ନାମକ ଜଣେ ହିନ୍ଦୁ ଯୁବକଙ୍କୁ ଚୋରି ଅଭିଯୋଗରେ କିଛି ଲୋକ ପିଛା କରିଥିଲେ .. ଯାହାଫଳରେ ସେ ପାଣିକୁ ଡେଇଁ ପଡ଼ିଥିଲେ..  ତାଙ୍କର ମୃତ୍ୟୁ ଘଟିଛି.. ପୋଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା.. ଏବଂ ଅଗ୍ନିଶମ ବାହାନୀଙ୍କୁ ଖବର ଦେଇଥିଲା.. ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଞ୍ଚି ମିଥୁନଙ୍କ ମୃତଦେହ ଉଦ୍ଧାର କରିଥିଲେ.. ମିଥୁନଙ୍କ ପୋଷ୍ଟମର୍ଟମ ସରିଛି, ତଦନ୍ତ ବି ଜାରିରହିଛି.. ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ଅଧିକ ତଥ୍ୟ ମିଳିପାରିବ ବୋଲି ପୋଲିସ କହିଛି ।’

Advertisment

ଆଗକୁ ବାଂଲାଦେଶରେ ନିର୍ବାଚନ ରହିଛି । ଏପରି ସମୟରେ ସାମ୍ପ୍ରଦାୟିକ ହିଂସା ବୃଦ୍ଧି ପାଇବାରେ ଲାଗିଛି । ବାଂଲାଦେଶ ହିନ୍ଦୁ ବୌଦ୍ଧ ଖ୍ରୀଷ୍ଟିଆନ ୟୁନିଟି କାଉନସିଲ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, କେବଳ ଡିସେମ୍ବର ମାସରେ ଅତି କମରେ ୫୧ଟି ହିଂସା ଘଟଣା ସାମ୍ନାକୁ ଆସିଛି । ଦିନ୍ଦୁ ମାନଙ୍କୁ ଅତସି ନିର୍ମମ ଭାବେ ହତ୍ୟା କରାଯାଉଛି । ତା’ ସହ ହିନ୍ଦୁ ମାନଙ୍କୁ ଜାଳିବାକୁ ବି ପଛାଉନାହାନ୍ତି ବିଦ୍ରୋହୀମାନେ ।

କିଛି ସପ୍ତାହ ହେଲା ବାଂଲାଦେଶରେ ଜଣଙ୍କ ପରେ ଜଣେ ହିନ୍ଦୁଙ୍କ ଉପରେ ନିର୍ଯାତନା ବଢିଚାଲିଛି । ଦୀପୁ ଦାସ, ଅମ୍ରିତ ମଣ୍ଡଳଙ୍କ ପରେ ବାଂଲାଦେଶ ଢାକାର ଏକ କପଡ଼ା ଗୋଦାମ ଭିତରେ ବଜେନ୍ଦ୍ର ବିଶ୍ବାସଙ୍କୁ ଗୁଳି କରି ହତ୍ୟା କରାଯାଇଛି । ତାଙ୍କର ଜଣେ ସହକର୍ମୀ ତାଙ୍କୁ ହତ୍ୟା କରିଥିଲେ । ସେହିପରି ଡିସେମ୍ବର ୧୮ରେ ହିନ୍ଦୁ ଯୁବକ ଦୀପୁଚନ୍ଦ୍ର ଦାସଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା ।

ମୃତଦେହକୁ ଗଛରେ ଟାଙ୍ଗି ଜାଳି ଦିଆଯାଇଥିଲା । ଏ ଘଟଣାର କିଛି ଦିନ ପରେ ଅନ୍ୟ ଜଣେ ହିନ୍ଦୁ ଯୁବକ ଅମୃତ ମଣ୍ଡଳଙ୍କୁ ମଧ୍ୟ ପିଟି ପିଟି ମାରିଦେଇଥିଲେ ବିଦ୍ରୋହୀ । ଗୋବିନ୍ଦ ବିଶ୍ୱାସ ନାମକ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ଭାରତୀୟ ର' ଏଜେଣ୍ଟ ବୋଲି ଭାବି ଦରମରା କରିଥିଲେ ଚରମପନ୍ଥୀ । 

Bangladesh Violence On Hindu Violence Hindu Bangladesh
Advertisment
Related Articles
Advertisment