• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

H3N2 ଇନଫ୍ଲୁଏଞ୍ଜା ପରେ ପୁଣି କୋଭିଡ ଭୟ । ବିଭିନ୍ନ ରାଜ୍ୟରେ ବଢୁଛି ନୂଆ ପଜିଟିଭ ସଂଖ୍ୟା । ଆଜି କେବଳ ଗୋଟିଏ ଦିନରେ ସାରା ଦେଶରେ ନୂଆ ୫୨୪ଟି କେସ୍ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ଏତେ ନୂଆ ପଜିଟିଭ ଚିହ୍ନଟ ହେବା ୧୧୩ ଦିନରେ ସର୍ବାଧିକ । ଏବେ ସାରା ଦେଶରେ ମୋଟ୍ ଆକଟିଭ୍‌ କେସ୍ ରହିଛି ୩ ହଜାର ୬୧୮ ।

ବିଭିନ୍ନ ରାଜ୍ୟରେ ପୁଣି କୋଭିଡ କେସ୍ ବଢୁଥିବାରୁ କେନ୍ଦ୍ର ସରକାର ଏନେଇ ତତ୍ପର ରହିଛନ୍ତି । ମୁକାବିଲାର ୫ ସୂତ୍ରୀ ଗାଇଡଲାଇନ୍ ପାଳନ କରିବାକୁ ଓ ପ୍ରସ୍ତୁତ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି । ଟିକାକରଣ ବୃଦ୍ଧି କରିବା ସହିତ ମେଡିସିନ, ଅକ୍ସିଜେନ ଓ ହସ୍‌ପିଟାଲ ପ୍ରସ୍ତୁତ ରଖିବାକୁ କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । ଟେଷ୍ଟ, ଟ୍ରାକ, ଟ୍ରିଟ୍, ଭ୍ୟାକସିନେସନ, କୋଭିଡ ଗାଇଡଲାଇନ ପାଳନ କରିବାକୁ କୁହାଯାଇଛି। ବୟସ୍କ ଓ ଗର୍ଭବତୀଙ୍କ ପ୍ରତି ଅଧିକ ବିପଦ ରହୁଥିବାରୁ ସେମାନଙ୍କ ପ୍ରତି ଅଧିକ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି ।

ଶରେ ସଂକ୍ରମଣ ବଢାଉଥିବା H3N2 ଇନଫ୍ଲୁଏଞ୍ଜା ଭାଇରସ ପାଇଁ ସତର୍କ ରହିବାକୁ ରାଜ୍ୟମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି । ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଚିଠିଲେଖି ପରାମର୍ଶ ଦେଇଛନ୍ତି ।