/odishatv-khabar/media/post_attachments/uploadimage/library/16_9/16_9_0/IMAGE_1685539058.jpg)
OTT Platform
ତମାଖୁ ସେବନ ରାଜ୍ୟ ତଥା ଦେଶ ପାଇଁ ଏକ ମହାମାରୀ ସଦୃଶ .. ଏହା ଫୁସଫୁସ୍ କର୍କଟ ରୋଗର ମୁଖ୍ୟ କାରଣ । ବିବାହିତା ମହିଳାମାନେ ଧୂମପାନ କଲେ ସେମାନଙ୍କର ବନ୍ଧ୍ୟାଦୋଷ ହୋଇଥାଏ । ତେବେ ତମାଖୁ ସେବନର କ୍ଷତିକାରକ ପ୍ରଭାବ ବିଷୟରେ ସଚେତନ କରିବାରେ ବିଶ୍ୱରେ ଅଗ୍ରଣୀ ହୋଇପାରିଛି ଭାରତ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, OTT ପ୍ଲାଟଫର୍ମରେ ତମାଖୁ ବିର୍ଜନ ଚେତାବନୀ ପାଇଁ ନୂତନ ନିୟମାବଳୀ ଜାରି କରିଛି ।
OTT ପ୍ଲାଟଫର୍ମଗୁଡିକରେ କଣ୍ଟେଣ୍ଟରେ ତମାଖୁ ବର୍ଜନ ଚେତାବନୀ ପାଇଁ ବିଜ୍ଞପ୍ତି ବାଧ୍ୟତାମୂଳକ କରାଯାଇଛି । ହେଲେ ଏହି ନିୟମ ପାଳନ ନକଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିଶ୍ୱ ତମାଖୁ ବର୍ଜନ ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ବିଜ୍ଞପ୍ତି ଜାରି ହୋଇଛି ।
ଏବେ ଠାରୁ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ, ହଟଷ୍ଟାର ଏବଂ ସୋନି ଲିଭ ପରି ସମସ୍ତ OTT ପ୍ଲାଟଫର୍ମରେ କଣ୍ଟେଣ୍ଟ୍ ସହିତ ତମାଖୁ ବର୍ଜନ ଚେତାବନୀ ପ୍ରଦର୍ଶନ କରିବା ବାଧ୍ୟତାମୂଳକ ହେବ । ସିନେମା ହଲ୍ ଏବଂ ଟେଲିଭିଜନ୍ ଚ୍ୟାନେଲ ଗୁଡିକରେ ଚଳଚ୍ଚିତ୍ର ଏବଂ ଟେଲିଭିଜନ୍ କାର୍ଯ୍ୟକ୍ରମର ଆରମ୍ଭ ଏବଂ ମଧ୍ୟଭାଗରେ ଅତି କମରେ ତିରିଶ ସେକେଣ୍ଡ ସମୟର ତମାଖୁ ବିରୋଧୀ ସ୍ୱାସ୍ଥ୍ୟ ଚେତାବନୀ ପ୍ରଦର୍ଶନ କରାଯାଇଥାଏ ।
ଏବେ ଠାରୁ OTT ପ୍ଲାଟଫର୍ମଗୁଡିକରେ ମଧ୍ୟ ଏହି ନିୟମ ପାଳନ କରାଯିବ । ଏଥିପାଇଁ ଅନଲାଇନ୍ କାର୍ଯ୍ୟକ୍ରମର ପ୍ରାରମ୍ଭରେ କିମ୍ବା ମଧ୍ୟ ଭାଗରେ ତମାଖୁ ଉତ୍ପାଦ ବର୍ଜନ କିମ୍ବା ଏହାର ଉପଯୋଗିତାକୁ ପ୍ରଦର୍ଶିତ କରିବା ପାଇଁ ଅତି କମରେ ୩୦ ସେକେଣ୍ଡର ସ୍ଥାନ ରଖାଯିବ । OTT ପ୍ଲାଟଫର୍ମଗୁଡିକ ତମାଖୁ ଉତ୍ପାଦର ପ୍ରଦର୍ଶନ କିମ୍ବା କାର୍ଯ୍ୟକ୍ରମରେ ବ୍ୟବହାର ସମୟରେ ସ୍କ୍ରିନର ତଳ ଭାଗରେ ତମାଖୁ ବର୍ଜନ ଚେତାବନୀ ବାର୍ତ୍ତା ପ୍ରଦର୍ଶନ କରିବ । ଏଥିରେ ମାଦକ ଦ୍ରବ୍ୟ ଗୁଡ଼ିକର କ୍ଷତିକାରକ ପ୍ରଭାବ ବିଷୟରଜ ଲେଖାଯିବ ।
ସୂଚନାଯୋଗ୍ୟ ଜନସାଧାରଣଙ୍କୁ ସଚେତନ କରିବାକୁ ଯାଇ ପ୍ରତିବର୍ଷ ମେ ୩୧କୁ ‘ବିଶ୍ୱ ତମାଖୁ ବର୍ଜନ ଦିବସ’ ପାଳନ ପାଳନ କରାଯାଏ । ଏହି ରୋଗର କାରଣ ଓ ପରିଣାମ ବିଷୟରେ ବୁଝାଯାଏ। ପ୍ରତିବର୍ଷ ଏହି ଦିବସ ପାଇଁ ସ୍ୱତନ୍ତ୍ର ଥିମ୍ ରହିଥାଏ । ଚଳିତ ବର୍ଷର ଥିମ୍ ରହିଛି- ‘We Need Food, Not Tobacco’।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)