Advertisment

GST ଫାଙ୍କିଥିଲେ ! ଏବେ ୨୨ ଲକ୍ଷ ତଣ୍ଡ ଗଣିବେ

ସୁନା ଓ ରୁପା କିଣାବିକାରେ ହୋଇଥିବା ହେରଫେର୍‌  ଅଭିଯୋଗରେ ଗତ ୪ ତାରିଖରେ ରାଜ୍ୟରେ ୧୨ଟି ସହରରେ ଚଢ଼ଉ କରିଥିଲା ଜିଏସ୍‌ଟି ଏନଫୋର୍ସମେଣ୍ଟ ସ୍କ୍ୱାଡ୍‌। ଏଥିରେ ଜୟପୁରର ମୟୂରୀ ଜୁଏଲର୍ସ ରହିଥିଲା। ଜିଏସଟି  ବିଭାଗ ଜୁଏଲର୍ସରେ ଚଢ଼ଉ ବେଳେ ୬୯୦ ଗ୍ରାମ ସୁନା ଓ ୧୧୩୨୯ ଗ୍ରାମ ରୁପା ଜବତ କରିଥିଲା।

author-image
Chandan Shishu
Gst raid

Gst raid

ଜୟପୁର(ଟି. ଗୌରୀଶଙ୍କର): ସୁନା ଦୋକାନୀ ଉପରେ ଜୋରିମାନା। ହଜାରେ କି ଲକ୍ଷେ ନୁହେଁ, ୨୨ଲକ୍ଷ ଟଙ୍କାର ଜୋରିମାନା ଗଣିବେ ସୁନା ଦୋକାନୀ। ସୁନା କିଣାବିକା ହେରଫେର ଅଭିଯୋଗରେ ୨୨ଲକ୍ଷ ୪୨ହଜାର ଟଙ୍କାର ଫାଇନ୍‌ କରିଛନ୍ତି ଜିଏସଟି ଏନଫୋର୍ସମେଣ୍ଟ ସ୍କ୍ୱାଡ୍। ଜୟପୁର ସହର ମୟୁର ସୁନା ଦୋକାନ ଉପରେ ଗତ ୪ ତାରିଖ ଦିନ ଚଢ଼ାଉ କରିଥିଲେ।  

Advertisment

ସୁନା ଓ ରୁପା କିଣାବିକାରେ ହୋଇଥିବା ହେରଫେର୍‌  ଅଭିଯୋଗରେ ଗତ ୪ ତାରିଖରେ ରାଜ୍ୟରେ ୧୨ଟି ସହରରେ ଚଢ଼ଉ କରିଥିଲା ଜିଏସ୍‌ଟି ଏନଫୋର୍ସମେଣ୍ଟ ସ୍କ୍ୱାଡ୍‌। ଏଥିରେ ଜୟପୁରର ମୟୂରୀ ଜୁଏଲର୍ସ ରହିଥିଲା। ଜିଏସଟି  ବିଭାଗ ଜୁଏଲର୍ସରେ ଚଢ଼ଉ ବେଳେ ୬୯୦ ଗ୍ରାମ ସୁନା ଓ ୧୧୩୨୯ ଗ୍ରାମ ରୁପା ଜବତ କରିଥିଲା। ଯାହାର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ୩୯ ହଜାର ଟଙ୍କା ହେବ। ଏହି ସୁନା ଓ ରୁପାର ହିସାବ ଗହଣା ଦୋକାନୀ ଦେଇପାରିନଥିଲେ। ତେଣୁ ଏଥିରେ ହେର୍‌ଫେର୍‌ ହୋଇଥିବା ଜିଏସ୍‌ଟି ସନ୍ଦେହ କରିଥିଲା। ସେଥିପାଇଁ ଏହି ଫାଇନ୍‌ ହୋଇଛି।

Odisha GST Raid
Advertisment
Advertisment