• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ତାଳଚେରରେ ବଡଧରଣର ଜିଏସଟି ଚଢାଉ । ରାଜ୍ୟ ଜିଏସଟି ବିଭାଗ ଓ ସିଟି ଜିଏସଟି ବିଭାଗର ୨୫ ଜଣିଆ ଟିମ୍ ଚଢାଉରେ ସାମିଲ ହୋଇଛନ୍ତି । ତାଳଚେରର ଦୁଇ ବିଶିଷ୍ଟ ବ୍ୟବସାୟୀ ମହେନ୍ଦ୍ର ବେହେରା ଓ ରାଜେନ୍ଦ୍ର ବେହେରାଙ୍କ ଘଣ୍ଟପଡ଼ା ସ୍ଥିତ ବାସଗୃହ ସମେତ ହାଣ୍ଡିଧୁଆର ବ୍ୟବସାୟିକ ପ୍ରତିଷ୍ଠାନ, ମା ହିଙ୍ଗୁଳା ଟ୍ରାନ୍ସପୋର୍ଟ ଓ ମା ହିଙ୍ଗୁଳା ଟ୍ରେଡର୍ସ ସମେତ ୫ ଟି ସ୍ଥାନରେ ଚଢାଉ ଚାଲିଛି ।

ସେହିପରି ରାଜଧାନୀର ସୈନିକ ସ୍କୁଲ ଗଭର୍ଣ୍ଣମେଣ୍ଟ କଲୋନି ନିକଟରେ ଥିବା ଆପାର୍ଟମେଣ୍ଟରେ ଥିବା ମହେନ୍ଦ୍ରଙ୍କ ଏକ ଫ୍ଲାଟରେ ମଓ୍ୟ ଚଢ଼ଉ ହୋଇଛି । ଅନ୍ୟପଟେ ତାଳଚେର ହାଣ୍ଡିଧୁଆ ଛକରେ ଥିବା ଏକ କ୍ରସରରେ କଟକ ଜିଏସଟି ପକ୍ଷରୁ ଚଢ଼ଉ କରାଯାଇଛି । କୋଇଲା ଟ୍ରାନ୍ସପୋର୍ଟ ସମେତ ଟାୟାର ବ୍ୟବସାୟ ରେ GST ଫାଙ୍କିଥିବା ଅଭିଯୋଗ ରେ ଚଡ଼ାଉ ଜାରି ରହିଥିବା ସୂଚନା ଦେଇଛନ୍ତି ସିଟି GST କଟକ ଡ଼ିଭିଜନ ନିର୍ଦ୍ଦେଶକ ବିରଞ୍ଚି ମହାନଦିଆ ।

ପୂର୍ବରୁ ତାଳଚେର ବିବି ଟ୍ରେଡ଼ରସ ନାମକ ଏକ ସଂସ୍ଥାରେ ଜିଏସଟି ଚଢ଼ାଉ ହୋଇଥିଲା । ସେହି ପ୍ରତିଷ୍ଠାନ ସହ ଏମାନଙ୍କ ସମ୍ପୃକ୍ତି ଥିବା ନେଇ ସୂଚନା ମିଳିବା ପରେ ସନ୍ଦେହ ଘେରକୁ ଆସିଥିଲେ ଏହି ବ୍ୟବସାୟୀ ମାନେ ।

  • Reported by:
  • MANIL MOHARANA