/odishatv-khabar/media/media_files/2025/09/25/non-live-12-2025-09-25-12-26-53.jpg)
flood alert Photograph: (OTV)
ସମ୍ବଲପୁର : ମହାନଦୀ ଉପର ଅବବାହିକାରେ ପ୍ରବଳ ବର୍ଷା ଜାରି ରହିଛି। ଏହାରି ଭିତରେ ଆଗକୁ ଆସୁଛି ବଡ ବର୍ଷା। ଯୋଡା ଲଘୁଚାପ ଯୋଗୁଁ ବଢିବ ବର୍ଷା। ଏଭଳି ସମୟରେ ମହାନଦୀରେ ଆସିବ କି ବନ୍ୟା ? ରାଜ୍ୟରେ ଲଗାଣ ବର୍ଷା ଓ ସମ୍ଭାବ୍ୟ ଆଉ ଗୋଟିଏ ଲଘୁଚାପ ପ୍ରଭାବରେ ଏଭଳି ଆଶଙ୍କା କରିଛି ଜଳସଂପଦ ବିଭାଗ । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦରୁ ୧୬ଟି ଗେଟ୍ ଦେଇ ଜଳନିଷ୍କାସନ ଜାରି ରହିଛି । ୨୭ ତାରିଖରେ ମୁଣ୍ଡଳିରେ ପହଞ୍ଚିବ ୭ ଲକ୍ଷ କ୍ୟୁସେକ୍ ବନ୍ୟାଜଳ । ଫଳରେ ମହାନଦୀରେ ବନ୍ୟା ଆସିପାରେ ବୋଲି ଆଶଙ୍କା କରାଯାଉଛି । ସମ୍ଭାବ୍ୟ ବନ୍ୟା ନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ସୂଚନା ଦିଆଯିବା ସହ କ୍ଷେତ୍ର ଅଧିକାରୀମାନଙ୍କୁ ସତର୍କ କରାଯାଇଛି। ସମ୍ବଲପୁର ସହରରେ ସବୁଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ହୀରାକୁଦ ଉପରମୁଣ୍ଡରେ ୪୧ ମିମି ବର୍ଷା ହୋଇଛି ।ଡ୍ୟାମକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୫୮ ହଜାର ୫୦୨ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ୨ ଲକ୍ଷ ୯୬ ହଜାର ୬୨୧ ଫୁଟ ବନ୍ୟା ଜଳ ନିଷ୍କାସନ ହେଉଛି । ଏଠାରେ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ଏବେ ଜଳସ୍ତର ୬୨୯.୧୫ ଫୁଟ ରହିଛି। ଆଗକୁ ଆଉ ଏକ ଲଘୁଚାପ ଥିବାରୁ ବର୍ଷା କେତେ ହେବ ତା ଉପରେ ନଜର ରହିଛି ।
ଉପରମୁଣ୍ଡରେ ପ୍ରବଳ ବର୍ଷା, ହୀରାକୁଦକୁ ବଢୁଛି ଜଳପ୍ରବାହ । ଏବେ ହୀରାକୁଦ ଡ୍ୟାମର ୧୬ଟି ଗେଟ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ । ଡ୍ୟାମର ଜଳସ୍ତର ରହିଛି ୬୨୯.୧୫ ଫୁଟ । ଡ୍ୟାମକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୫୮ ହଜାର ୫୦୨ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ୨ ଲକ୍ଷ ୯୬ ହଜାର ୬୨୧ ଫୁଟ ବନ୍ୟା ଜଳ ନିଷ୍କାସନ ହେଉଛି ।
କାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ରାୟଗଡ଼ା ଓ କୋରାପୁଟରୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ଉତ୍ତର ଓ ଉପକୂଳ ଓଡ଼ିଶାର ୯ ଜିଲ୍ଲାକୁ ୟେଲୋ ସତର୍କତା ଜାରି ହୋଇଛି। ୨୭ ତାରିଖ ଯାଏ ରାଜ୍ୟରେ ପ୍ରବଳ ଝଡ଼ବର୍ଷା ସମ୍ଭାବନା ରହିଛି। କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଆସନ୍ତାକାଲି ସୁଦ୍ଧା ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ। ଏହା ୨୭ ସୁଦ୍ଧା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଅତିକ୍ରମ କରିବ। ୨୮ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)


/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)