Advertisment

ଖସୁଛି ସୁବର୍ଣ୍ଣରେଖା ଜଳସ୍ତର, ଆସନ୍ତାକାଲିଠୁ ସ୍ବାଭାବିକ ହେବ ସ୍ଥିତି

ହୀରାକୁଦରେ ଚାରୋଟି ଗେଟ ବନ୍ଦ ହେବାରୁ ୮ଟି ଗେଟ୍ ଦେଇ ଏବେ ଜଳ ନିଷ୍କାସନ ହେଉଛି।ମୁଣ୍ଡଳୀରେ ୩ଲକ୍ଷ କ୍ୟୁସେକ୍ ଜଳ ପ୍ରଭାହିତ ହେଉଛି, ଯାହା ସ୍ୱାଭାବିକ । ଆସନ୍ତାକାଲି ଠାରୁ ସ୍ଥିତି ସ୍ୱାଭାବିକ ହେବ. ଯେଉଁ ଲଘୁଚାପ ଆସୁଛି, ତାର ଗତିବିଧି ବଦଳୁଛି ।

author-image
Tanmay Kumar Mahalik
Odisha Flood

Odisha Flood

ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତିରେ ସୁଧାର ଆସୁଛି । ସୁବର୍ଣ୍ଣରେଖା ରାଜଘାଟ ନିକଟରେ ଖସୁଛି । ଆଜି ସନ୍ଧ୍ୟା ସୁଦ୍ଧା ବିପଦ ସଂକେତ ତଳକୁ ଖସି ଆସିବ ଓ ଆସନ୍ତାକାଲି ଭୋର ସମୟରେ ଏହା ଆହୁରି ତଳକୁ ଖସି ଆସିବ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ । ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି- ଗତକାଲି ସୁବର୍ଣ୍ଣରେଖା ବେସିନ କି ଯାମସୋଲାଘାଟରେ ବେଶି ବର୍ଷା ହୋଇନି । ଆଖୁଆପଦାରେ ବୈତରଣୀ ବିପଦ ସଂକେତ ତଳେ ଅଛି. ମରାମତି କାମ ଆସନ୍ତାକାଲି କି ତାପର ଦିନ ଆରମ୍ଭ ହେବ ।

Advertisment

ସେହିପରି ଦକ୍ଷିଣ ଓଡ଼ିଶାର ବଂଶଧରା, ନାଗାବଳୀ ଓ କୋଲାବରେ ସାମାନ୍ୟ ଅଧିକ ବର୍ଷା ହୋଇଛି, ହେଲେ ଅନ୍ୟ କେଉଁ ବେସିନରେ ବର୍ଷା ହୋଇନି । ହୀରାକୁଦରେ ଚାରୋଟି ଗେଟ ବନ୍ଦ ହେବାରୁ ୮ଟି ଗେଟ୍ ଦେଇ ଏବେ ଜଳ ନିଷ୍କାସନ ହେଉଛି।ମୁଣ୍ଡଳୀରେ ୩ଲକ୍ଷ କ୍ୟୁସେକ୍ ଜଳ ପ୍ରଭାହିତ ହେଉଛି, ଯାହା ସ୍ୱାଭାବିକ । ଆସନ୍ତାକାଲି ଠାରୁ ସ୍ଥିତି ସ୍ୱାଭାବିକ ହେବ. ଯେଉଁ ଲଘୁଚାପ ଆସୁଛି, ତାର ଗତିବିଧି ବଦଳୁଛି ।

ବାଲେଶ୍ୱରରେ ବନ୍ୟା ଯୋଗୁଁ ବସ୍ତା, ଭୋଗରାଇ, ବାଲିଆପାଳ ଓ ଜଳେଶ୍ୱର ପ୍ରଭାବିତ ହୋଇଛି। ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଓ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ, ତିହିଡି, ଧାମନଗର ବ୍ଲକ ବି ପ୍ରଭାବିତ ହୋଇଛି. ଯାଜପୁରରେ କାଣୀ ନଦୀ ଘାଇ ଯୋଗୁଁ ସର୍ବାଧିକ ପ୍ରଭାବିତ ହୋଇଛି ।

Advertisment

ସେପଟେ ବନ୍ୟାଞ୍ଚଳ ପରିଦର୍ଶନ କରିବେ ରାଜସ୍ବ ମନ୍ତ୍ରୀ । ଗ୍ରାଉଣ୍ଡରେ ସରଜମିନ ଅନୁଧ୍ୟାନ କରିବେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ । ଯାଜପୁର ଜିଲ୍ଲାର ପ୍ରଭାବିତ ଅଞ୍ଚଳରେ ବୁଲି ଦେଖିବେ ସ୍ଥିତି । ବୈତରଣୀର ଶାଖା ନଦୀ କାଣିରେ ଘାଇ ସୃଷ୍ଟି ହେବାରୁ ଏକାଧିକ ପଞ୍ଚାୟତର ୩୦-୪୦ ଗାଁ ପ୍ରଭାବିତ ହୋଇଛି । ସେଠାକୁ ଯିବେ ରାଜସ୍ବ ମନ୍ତ୍ରୀ । ପାଣି କମିବା ପରେ ପରେ ଘାଇ ମରାମତି ହେବ । ଯେତେଶୀଘ୍ର ହେବ ଘାଇ ମରାମତି କରାଯିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ । ସେହିପରି ବନ୍ୟା ପ୍ରଭାବିତ ଅଞ୍ଚଳରୁ ପାଣି କମିବା ପରେ କ୍ଷୟକ୍ଷତିର ଆକଳନ କରାଯିବ ଓ ତୁରନ୍ତ ବିପନ୍ନଙ୍କୁ ସହାୟତା ଦିଆଯିବ । ଯାଜପୁରକୁ ଛାଡ଼ି ବାକି ସବୁ ଜିଲ୍ଲାରେ ସ୍ଥିତି ପ୍ରାୟ ସ୍ବାଭାବିକ ହେଲାଣି ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି।

Flood North Odisha
Advertisment
Advertisment