/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752125166.jpg)
Subarnarekha River
ଫୁଲୁଛି ସୁବର୍ଣ୍ଣରେଖା । ସତର୍କ ସଙ୍କେତ ଅତିକ୍ରମ କରି କ୍ରମଶଃ ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର । ରାଜଘାଟ ନିକଟରେ ବିପଦ ସଙ୍କେତ ୧୦.୩୬ ମିଟର ରହିଥିବା ବେଳେ ସତର୍କ ସଙ୍କେତ ରହିଛି ୯.୪୫ ମିଟର । ତେବେ ଜଳସ୍ତର ଏବେ ସତର୍କ ସଙ୍କେତ ଅତିକ୍ରମ କରି ପ୍ରବାହିତ ହେଉଛି । ଫଳରେ ସୁବର୍ଣ୍ଣରେଖା ନଦୀରେ ଚଳିତ ବର୍ଷ ତୃତୀୟ ଥର ବନ୍ୟା ଆଶଙ୍କା ଦେଖା ଦେଇଛି।
ଗତ କିଛି ଦିନ ଭିତରେ ସୁବର୍ଣ୍ଣରେଖା ନଦୀରେ ଦୁଇ ଥର ବନ୍ୟା ଆସିବା ଫଳରେ ବାଲିଆପାଳ, ଜଳେଶ୍ବର ଓ ଭୋଗରାଇ ବ୍ଲକର ଶତାଧିକ ଗାଁ ଜଳମଗ୍ନ ହୋଇଥିବା ବେଳେ ହଜାର ହଜାର ହେକ୍ଟର ଚାଷଜମିରେ ଫସଲ ଉଜୁଡି ଯାଇଥିଲା। ବନ୍ୟା ପାଣି ଚାଷଜମିରୁ ସମ୍ପୂର୍ଣ୍ଣ ନଛାଡୁଣୁ ପୁଣି ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବାଲିଆପାଳ, ଭୋଗରାଇ ଓ ଜଳେଶ୍ବର ବ୍ଲକର ଅନେକ ତଳିଆ ଅଞ୍ଚଳରେ ବନ୍ୟାପାଣି ପ୍ରବେଶ କରିଥିବା ବେଳେ ଚାଷ ଜମି ସମ୍ପୂର୍ଣ୍ଣ ଭାବରେ ବୁଡି ରହିଛି। ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।
ସେପଟେ ମୁଣ୍ଡଳିରେ କମୁଛି ଜଳସ୍ତର । ଏବେ ମୁଣ୍ଡଳୀ ଦେଇ ପ୍ରତି ସେକେଣ୍ଡରେ ୪ ଲକ୍ଷ ୧୦ ହଜାର ୨୪୮ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି। ଅପ୍ ଷ୍ଟ୍ରିମ ରେ ଜଳସ୍ତର ୮୬.୭୦ ଫୁଟ ରହିଥିବା ବେଳେ ଡାଉନ୍ ଷ୍ଟ୍ରିମ ରେ ୮୩.୬୦ ଫୁଟ ରହିଛି। ହୀରାକୁଦ ଡ୍ୟାମର ୧୬ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)