Advertisment

ନକଲି ଡାକ୍ତରଙ୍କ ଅସଲି ଟେଷ୍ଟ: ୫ ଘଣ୍ଟାରେ ୫୦ ପ୍ରଶ୍ନ, କାନ୍ଦି କାନ୍ଦି ପାଣି ମାଗିଲେ

ନକଲି ଡାକ୍ତରଙ୍କ ଅସଲି ଟେଷ୍ଟ। ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଲାଏ ଡିଟେକସନ୍‌ ଟେଷ୍ଟ୍‌ରେ ୫ ଘଣ୍ଟାରେ ୫୦ରୁ ଅଧିକ ପ୍ରଶ୍ନ ତାଙ୍କୁ ପଚରାଯାଇଥିବା ଜଣାପଡ଼ିଛି। ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ ପଚରା ଯିବାବେଳେ ରମେଶ ତିନି ଥର ପାଣି ପିଇବା ସହ କାନ୍ଦି ପକାଇଥିଲେ।

author-image
Rajalaxmi Sahoo
Fake Doctor Ramesh Swain

Fake Doctor Ramesh Swain

ନକଲି ଡାକ୍ତରଙ୍କ ଅସଲି ଟେଷ୍ଟ। ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଲାଏ ଡିଟେକସନ୍‌ ଟେଷ୍ଟ୍‌ରେ ୫ ଘଣ୍ଟାରେ ୫୦ରୁ ଅଧିକ ପ୍ରଶ୍ନ ତାଙ୍କୁ ପଚରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱର ଝାଡପଡା ଜେଲ୍‌ରୁ କଡା ସୁରକ୍ଷାରେ ମହିଳା ଥାନା ପୋଲିସ ଆଣି ରାଜ୍ୟ ଫୋରେନସିକ କାର୍ଯାଳୟର ଲାଏ ଡିଟେକ୍ସନ ବିଭାଗରେ ପହଞ୍ଚିଥିଲା। ଏହାପରେ ସତ ମିଛର ପରୀକ୍ଷା ଆରମ୍ଭ ହୋଇଥିଲା।

Advertisment

ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ ପଚରା ଯିବାବେଳେ ରମେଶ ତିନି ଥର ପାଣି ପିଇବା ସହ କାନ୍ଦି ପକାଇଥିଲେ। ଜାଣନ୍ତୁ, ଲାଏ ଡିଟେକସନ୍‌ ଟେଷ୍ଟ୍‌ ବେଳେ ରମେଶଙ୍କୁ କ’ଣ ସବୁ ପ୍ରଶ୍ନ ପଚରାଯାଇଥିଲା....

  • ବହୁ ବିବାହ ନାଁରେ ଠକେଇ କରିବା ପ୍ଲାନ୍ ପଛରେ କେଉଁ କେଉଁମାନେ ତାଙ୍କ ସହ ସମ୍ପୃକ୍ତ ଅଛନ୍ତି ? 
  • ମାଟ୍ରିକ ଫେଲ୍‌ରୁ ନକଲି ଡାକ୍ତସର ହୋଇ ହାଇଟେକ୍ ଫ୍ରଡ୍ ବନିଲେ କାହିଁକି ? 
  • ନାମୀଦାମୀ ପ୍ରତିଷ୍ଠିତ ମହିଳାଙ୍କୁ ଟଙ୍କା ପାଇଁ ଟାର୍ଗେଟ କରୁଥିଲେ ନା ଏହା ପଛରେ ଆଉ କିଛି ରହସ୍ୟ ଥିଲା ? 
  • ଫେକ୍ ଡକ୍ୟୁମେଣ୍ଟ୍‌ ତିଆରି କରିବା ପଛରେ କିଏ ତାଙ୍କୁ ସାହାଯ୍ୟ କରୁଥିଲେ ? 
  • ୬ କୋଟିରୁ ଅଧିକ ଠକେଇ ଟଙ୍କାକୁ କେଉଁଠି କେଉଁଠି ସେ ବିନିଯୋଗ କରିଛନ୍ତି ?
  • ନକଲି ଡାକ୍ତର ସାଜି କେତେ ଜଣଙ୍କୁ ସେ ଭୁଲ୍ ଟ୍ରିଟ୍‌ମେଣ୍ଟ କରିଥିଲେ ? 
  • ଷଡ଼ଯନ୍ତ୍ର ପଛରେ କେଉଁମାନଙ୍କ ହାତ ରହିଛି ? 
  • ବିବାହ ନାଁରେ ଠକେଇ କରିଥିବା ଟଙ୍କା ସବୁ ସେ କ’ଣ କରିଛନ୍ତି ?
Advertisment

ଏଭଳି ଅନେକ ପ୍ରଶ୍ନର କେତେ ସତ, ନକଲି ଡାକ୍ତର ରମେଶ ଉଗାଳିଛନ୍ତି, ସେନେଇ ଖୁବ୍‌ଶୀଘ୍ର ରିପୋର୍ଟ ଆସିବ।

Fake Doctor Fake Doctor In Odisha Fake Doctor Ramesh Swain
Advertisment
Advertisment