Advertisment

ଆଉ ୩ ଦିନ ରିମାଣ୍ଡରେ ଯିବେ ରସିକିଆ ନକଲି ଡାକ୍ତର

ଆଉ ୩ ଦିନ ରିମାଣ୍ଡରେ ଯିବେ ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁ । ଆଉ ୩ ଦିନ ରିମାଣ୍ଡରେ ନେବ ମହିଳା ଥାନା । ପୋଲିସ ୭ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ମହିଳା ଥାନା ପୋଲିସ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
fake doctor will be remanded in custody for another three days

fake doctor will be remanded in custody for another three days

ଆଉ ୩ ଦିନ ରିମାଣ୍ଡରେ ଯିବେ ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁ । ଆଉ ୩ ଦିନ ରିମାଣ୍ଡରେ ନେବ ମହିଳା ଥାନା । ପୋଲିସ ୭ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ମହିଳା ଥାନା ପୋଲିସ । ୧୮ ବାହାଘରର ସାକ୍ଷୀ ଓ ଠକେଇରେ ସଂପୃକ୍ତ ନକଲି ଡା୍କ୍ତର ରମେଶ ସ୍ୱାଇଁ ଓ ତାଙ୍କ ଭଉଣୀ ଗିରଫ ହୋଇ ଜେଲରେ ଅଛନ୍ତି ।

Advertisment

ରିମାଣ୍ଡ ଅବଧି ସରିବା ପରେ ନକଲି ଡାକ୍ତର ରମେଶଙ୍କୁ ପଚରାଉଚରା ପାଇଁ ୭ ଦିନ ରିମାଣ୍ଡରେ ନେବାକୁ ପୋଲିସ ଆବେଦନ କରିଥିଲା । ରସିକିଆରମେଶଙ୍କ ନକଲି ଡାକ୍ତରୀ ବେପାରର ଫିଟିଛି ଅନେକ ଗୁମର ।

ଅନ୍ୟପକ୍ଷେ,ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ବାସଭବନରେ ଥିବା କ୍ଲିନିକ ଭିତରେ ଅନ୍ଧାରୀ ଭୂତଳ ଗୁପ୍ତ ଘର ରହିଥିବା ଜଣାପଡିଥିଲା । ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଥିଲା । ସେହି ଘରକୁ ସିଢ଼ି ପକାଇ ଭିତରକୁ ଯାଉଥିଲେ ନକଲି ଡାକ୍ତର ରମେଶ ସ୍ୱାଇଁ। ଆଉ ସେହିଠାରେ ରମେଶ ଅପରେସନ କରୁଥିବା କୁହାଯାଉଛି।

Advertisment

କେବଳ ଏତିକି ନୁହେଁ ରମେଶଙ୍କ ଗ୍ୟାରେଜରେ ଏକ ପୁରୁଣା ଟିଭିଏସ ବାଇକ ରଖାଯାଇଛି । ଯାହାର ଗାଡ଼ି ନମ୍ବରଟିକୁ ପଥରରେ ଘଷି ଲିଭାଇ ଦିଆଯାଇଛି। ରମେଶଙ୍କ ପୁରୁଣା XRAY ମେସିନ ମଧ୍ୟ ଠାବ ହୋଇଛି। ନକଲି ଡାକ୍ତର ରମେଶଙ୍କ କଳା କାରନାମାର ଗୁମର ଖୋଲିବାକୁ ପୋଲିସର ଦୁଇଟି ଟିମ୍ ତଦନ୍ତ ଚଳାଇଛି।

Fake Doctor Fake Doctor Arrested Fake Doctor Ramesh Swain
Advertisment
Advertisment