Advertisment

ନକଲି ଡାକ୍ତରଙ୍କ କ୍ଲିନିକ୍‌ରେ ରହସ୍ୟମୟ ଭୂତଳ ଗୁପ୍ତ କୋଠରୀ, ସିଢ଼ି ପକାଇ ଭିତରକୁ ଯାଉଥିଲେ...

ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ କ୍ଲିନିକରେ ରହିଛି ରହସ୍ୟମୟ ଅନ୍ଧାରୀ ଭୂତଳ ଗୁପ୍ତ କୋଠରୀ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ବାସଭବନରେ ଥିବା କ୍ଲିନିକ ଭିତରେ ଅନ୍ଧାରୀ ଭୂତଳ ଗୁପ୍ତ ଘରକୁ ନେଇ ଏବେ ଚର୍ଚ୍ଚା।

author-image
Rajalaxmi Sahoo
Secret Chamber Found In Clinic

Secret Chamber Found In Clinic

ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ କ୍ଲିନିକରେ ରହିଛି ରହସ୍ୟମୟ ଅନ୍ଧାରୀ ଭୂତଳ ଗୁପ୍ତ କୋଠରୀ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ବାସଭବନରେ ଥିବା କ୍ଲିନିକ ଭିତରେ ଅନ୍ଧାରୀ ଭୂତଳ ଗୁପ୍ତ ଘରକୁ ନେଇ ଏବେ ଚର୍ଚ୍ଚା। ସେହି ଘରକୁ ସିଢ଼ି ପକାଇ ଭିତରକୁ ଯାଉଥିଲେ ନକଲି ଡାକ୍ତର ରମେଶ ସ୍ୱାଇଁ। ଆଉ ସେହିଠାରେ ରମେଶ ଅପରେସନ କରୁଥିବା କୁହାଯାଉଛି।

Advertisment

ମାଟ୍ରିକ ଫେଲ୍‌ ରମେଶ ସେହି ଅଞ୍ଚଳ ପାଇଁ ପାଲଟିଥିଲେ ଜଣେ ଅଭିଜ୍ଞ ଜଣାଶୁଣା ଡାକ୍ତର। ଏନେଇ ଆମ ପ୍ରତିନିଧି କାମାକ୍ଷାନଗର ସ୍ଥିତ ତାଙ୍କର କ୍ଲିନିକ୍ ଦାୟିତ୍ୱରେ ଥିବା ନୃସିଂହ ରାଉତଙ୍କ ସହ ଯୋଗାଯୋଗ କରିଥିଲେ। ଏହାପରେ କ୍ଲିନିକ୍‌ରେ ଥିବା ରମେଶଙ୍କର ଅନ୍ଧାରୀ ଭୂତଳ ଗୁପ୍ତ ଘର ଠାବ କରାଯାଇଥିଲା।

କେବଳ ଏତିକି ନୁହେଁ ରମେଶଙ୍କ ଗ୍ୟାରେଜରେ ଏକ ପୁରୁଣା ଟିଭିଏସ ବାଇକ ରଖାଯାଇଛି। ଯାହାର ଗାଡ଼ି ନମ୍ବରଟିକୁ ପଥରରେ ଘଷି ଲିଭାଇ ଦିଆଯାଇଛି। ରମେଶଙ୍କ ପୁରୁଣା XRAY ମେସିନ ମଧ୍ୟ ଠାବ ହୋଇଛି। ନକଲି ଡାକ୍ତର ରମେଶଙ୍କ କଳା କାରନାମାର ଗୁମର ଖୋଲିବାକୁ ପୋଲିସର ଦୁଇଟି ଟିମ୍ ତଦନ୍ତ ଚଳାଇଛି।

Advertisment

ଅନ୍ୟପକ୍ଷଷ, ୧୮ ଜଣ ମହିଳାଙ୍କୁ ବାହା ହେବା ସହିତ ଠକେଇ କରିଥିବା ନକଲି ଡାକ୍ତର ରମେଶଙ୍କ ଭଉଣୀକୁ ପୋଲିସ ଗିରଫ କରିଛି। ରମେଶଙ୍କ ଭଉଣୀଙ୍କୁ ସ୍ପେସିଆଲ ସ୍କ୍ୱାଡ୍ ପକ୍ଷରୁ ପଚରାଉଚରା ବେଳେ ତାଙ୍କର ଠକେଇରେ ସମ୍ପୃକ୍ତି ନେଇ ପ୍ରମାଣ ମିଳିଥିଲା। ଏହାପରେ ରମେଶ ଓ ତାଙ୍କ ଭଉଣୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ନକଲି ଡାକ୍ତରଙ୍କ ଏକାଧିକ ବାହାଘରରେ ଭଉଣୀ ସାମିଲ ଥିଲେ।    

Fake Doctor Fake Doctor Arrested Fake Doctor Ramesh Swain
Advertisment
Advertisment