/odishatv-khabar/media/post_attachments/uploadimage/library/16_9/16_9_0/IMAGE_1647488712.jpg)
Fake Doctor's Driver Picked Up By Police
ପୋଲିସ୍ କବ୍ଜାରେ ନକଲି ରସିକିଆ ଡାକ୍ତର ରମେଶ ସ୍ୱାଇଁଙ୍କ ଡ୍ରାଇଭର। ରମେଶଙ୍କ ବ୍ୟକ୍ତିଗତ ଡ୍ରାଇଭର ପପୁକୁ ଗତକାଲି ରଣପୁରରୁ ପୋଲିସ ଉଠାଇ ନେଇଛି। କୌଣସି ଏକ ଅଜ୍ଞାତ ସ୍ଥାନକୁ ନେଇ ଭୁବନେଶ୍ୱର ପୋଲିସ ଟିମ୍ ପପୁକୁ ପଚରାଉଚରା କରୁଥିବା ଜଣାପଡ଼ିଛି।
ରମେଶଙ୍କ ଠକେଇ ମାମଲାରେ ଡ୍ରାଇଭର ପପୁର ସମ୍ପୃକ୍ତି ଥିବା ପ୍ରମାଣ ମିଳିଛି। ନକଲି ଡାକ୍ତର ଗିରଫ ହେବା ପରଠାରୁ ସେ ଫେରାର ହୋଇଯାଇଥିଲା। ନକଲି ଡାକ୍ତର ରମେଶ ସ୍ୱାଇଁ ଏକାଧିକ ମହିଳାଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରିଥିଲେ। ରମେଶଙ୍କ ଏହି ଷଡ଼ଯନ୍ତ୍ରରେ ତାଙ୍କ ଡ୍ରାଇଭର ପପୁ ସିଧାସଳଖ ଜଡ଼ିତ ଥିବା ପୋଲିସ ହାତରେ ପ୍ରମାଣ ଲାଗିଥିଲା।
ଏହାପରେ ପପୁକୁ ଧରିବାକୁ ପୋଲିସ୍ ଉଦ୍ୟମ କରୁଥିଲା। ଚାକିରି ଦେବା ନାଁରେ ନକଲି ଡାକ୍ତର ଠକେଇ କରିଥିଲେ ଏନେଇ ଖଣ୍ଡଗିରି ଥାନାରେ ମାମଲା ହୋଇଥିଲା ଓ ଏଥିରେ ଡ୍ରାଇଭର ପପୁ ମଧ୍ୟସ୍ଥି ସାଜିଥିଲା। ଏବେ ପପୁ ଧରାପଡ଼ିବା ପରେ ନକଲି ଡାକ୍ତରଙ୍କ ସମ୍ପର୍କରେ ଆହୁରି ଗୁମର ଖୋଲିବ ବୋଲି ଜଣାପଡ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)