Advertisment

ଡୋପ୍ ଟେଷ୍ଟରେ ଫେଲ୍‌ ମାରିଲେ ଦୂତି ଚାନ୍ଦ, ଲାଗିଲା ୪ ବର୍ଷ ପାଇଁ ବ୍ୟାନ୍‌...

ଡୋପ୍ ଟେଷ୍ଟରେ ଫେଲ୍‌ ମାରିବା ପରେ ଆଥଲେଟ୍ ଦୂତି ଚାନ୍ଦଙ୍କୁ ୪ ବର୍ଷ ପାଇଁ ବାସନ୍ଦ କରାଯାଇଛି। ଆସନ୍ତା ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ ଏହି ବ୍ୟାନ୍‌ ବଳବତ୍ତର ରହିବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
undefined

Athlete Dutee Chand Gets Four Year Dope Ban

ଆଥଲେଟ୍ ଦୂତି ଚାନ୍ଦଙ୍କୁ ୪ ବର୍ଷ ପାଇଁ ବାସନ୍ଦ କରାଯାଇଛି। ଡୋପ୍ ଟେଷ୍ଟରେ ଫେଲ୍‌ ମାରିବା ପରେ ଦୂତୀଙ୍କ ଉପରେ ୪ ବର୍ଷର ବ୍ୟାନ୍ ଲାଗିଛି। କୌଣସି ଜାତୀୟ, ଅନ୍ତର୍ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିପାରିବେନି ଦୂତି। SRMS(Selective Androgen Receptor Modulator) ଟେଷ୍ଟରେ ଦୂତି ଫେଲ୍‌ ମାରିଛନ୍ତି। ନ୍ୟାସନାଲ୍‌ ଆଣ୍ଟି ଡୋପିଂ ଏଜେନ୍ସି (NADA) ଦ୍ୱାରା ନିଷିଦ୍ଧ ଘୋଷିତ SRMS ତାଙ୍କ ନମୁନାରେ ମିଳିଛି।  

Advertisment

୨୦୨୨ ମସିହା ଡିସେମ୍ବର ୫ରେ ଦୂତିଙ୍କ ନମୁନା ସଂଗ୍ରହ କରାଯାଇଥିବାରୁ ଏହାପରେ ଦୂତି କ୍ରୀଡ଼ାରେ ହାସଲ କରିଥିବା ସମସ୍ତ ରେକର୍ଡ, ମେଡାଲ୍‌, ପୁରସ୍କାର ଏବଂ ପଏଣ୍ଟସ୍‌କୁ ଖାରଜ କରିଛନ୍ତି NADA। ୨୦୨୩ ମସିହା ୩ ଜାନୁଆରୀ ଠାରୁ ଦୂତିଙ୍କ ଉପରେ ଏହି କଟକଣା ଲାଗୁ କରାଯାଇଛି। 

ଆସନ୍ତା ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ ଏହି ବ୍ୟାନ୍‌ ବଳବତ୍ତର ରହିବ। ଡୋପିଂ ନିରୋଧ ଆଇନକୁ ନେଇ ଶୃଙ୍ଖଳାଗତ କମିଟି ଏହି ନିଷ୍ପତ୍ତି ନେଇଛି । ନାଡାର ଦଣ୍ଡବିଧାନ ଧାରା ୨.୧ ଓ ୨.୨ ଅନୁସାରେ, ଦୂତିଙ୍କ ବିରୋଧରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ଦଣ୍ଡାଦେଶ ହେବାର ୨୧ ଦିନ ମଧ୍ୟରେ ଦୂତି ଆଣ୍ଟି ଡୋପିଂ ଅପିଲ୍ ପ୍ୟାନେଲ(ADAP) ନିକଟରେ ପୁନଃ ବିଚାର ପାଇଁ ଆବେଦନ କରିପାରିବେ।

Advertisment
Dutee Chand
Advertisment
Advertisment