/odishatv-khabar/media/post_attachments/uploadimage/library/16_9/16_9_0/IMAGE_1674034645.jpg)
Dutee Chand
ଡୋପ୍ ଟେଷ୍ଟରେ ଫେଲ୍ ହେଲେ ଷ୍ଟାର୍ ସ୍ପ୍ରିଣ୍ଟର ଦୂତି ଚାନ୍ଦ । ଏ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଦୁଇ ଦୁଇ ଥର ଅଲିମ୍ପିଆନ୍ ଆଥଲେଟ୍ ଦୂତି ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି-ନାଡା ଦ୍ୱାରା କରାଯାଇଥିବା ସାମ୍ପଲ ଟେଷ୍ଟରେ ପଜିଟିଭ୍ ଆସିଛନ୍ତି । ସେ ନିଷିଦ୍ଧ ଔଷଧ ସେବନ କରିଥିବା ଆଡଭର୍ସ ଆନାଲିଟିକାଲ୍ ଫାଇଣ୍ଡିଂରେ ଜଣାପଡିଛି । ଏହାପରେ ତାଙ୍କୁ ସାମୟିକ ଭାବେ ସସପେଣ୍ଡ କରି ଦିଆଯାଇଛି । ତେବେ ତାଙ୍କର ଏ ନମୂନା ପଜିଟିଭ୍ ଆସିଛି, ଆଉ ସେ ଏହା ବିରୋଧରେ ଆବେଦନ କରିବା ସହ ବି ନମୂନା ପରୀକ୍ଷା ପାଇଁ ଦେଇପାରିବେ ବୋଲି ନାଡା ପକ୍ଷରୁ ଜାରି ଏକ ନିର୍ଦ୍ଦେଶନାମାରେ କୁହାଯାଇଛି ।
ଡୋପ୍ ଟେଷ୍ଟରେ ବିଫଳ ହେବା ପରେ ଏବେ ଦୂତିଙ୍କ କ୍ୟାରିୟରକୁ ନେଇ ଅନେକ ଆଶଙ୍କା ଦେଖାଦେଇଛି । ଚଳିତ ବର୍ଷ ଏସିଆନ୍ ଗେମ୍ସ ରହିଛି । ତେଣୁ ତା ପୂର୍ବରୁ ଏଭଳି ଖବର ଦୂତିଙ୍କ ପାଇଁ ଝଟକା ସଦୃଶ୍ୟ ହୋଇଛି । ସେପଟେ ଦୂତି ଚାନ୍ଦ କହିଛନ୍ତି, ଏସମ୍ପର୍କରେ ତାଙ୍କ ପାଖରେ କୌଣସି ଖବର ନାହିଁ । ବିଧିବଦ୍ଧ ଭାବେ କିଛି ବି ସୂଚନା ଦିଆଯାଇନି ।
ଓଟିଭିକୁ ପ୍ରତିକ୍ରିୟା ଦେଇ ଦୂତି କହିଛନ୍ତି, ଡୋପ୍ ଟେଷ୍ଟରେ ବିଫଳ ହୋଇଥିବା ଚିଠି ଫେକ୍, ତାଙ୍କୁ ବଦନାମ କରାଯିବାକୁ ଏପରି କରାଯାଇଛି । ୨୬ ବର୍ଷୀୟା ଦୂତି ୨୦୧୮ ଏସିଆନ୍ ଗେମ୍ସର ୧୦୦ ଓ ୨୦୦ ମିଟର ରେସରେ ଦ୍ୱିତୀୟ ସ୍ଥାନ ହାସଲ କରି ରୌପ୍ୟ ପଦକ ଜିତିଥିଲେ । ସେ ୨୦୧୩, ୨୦୧୭ ଏବଂ ୨୦୧୯ ଏସିଆନ୍ ଚାମ୍ପିୟନସିପରେ ୧୦୦ ମିଟର ଦୌଡରେ ବ୍ରୋଞ୍ଜ ପଦକ ମଧ୍ୟ ପାଇଥିଲେ । ପ୍ରଥମ ଭାରତୀୟ ମହିଳା ଭାବେ ଦୂତି ୨୦୧୯ରେ ବିଶ୍ୱ ୟୁନିଭର୍ସିଟି ଗେମ୍ସର ୧୦୦ ମିଟର ଦୌଡରେ ସ୍ୱର୍ଣ୍ଣପଦକ ଜିତିଥିଲେ ।
#ଡୋପ୍_ଟେଷ୍ଟରେ_ବିଫଳ_ଦୂତି
ଧାବିକା ଦୂତି ଚାନ୍ଦ ଡୋପ୍ ଟେଷ୍ଟରେ ବିଫଳ। ଦୂତିଙ୍କୁ ବ୍ୟାନ୍ କରାଯିବାର ଆଶଙ୍କା...#DuteeChandpic.twitter.com/f8HC7Dfnld— ଓଟିଭି (@otvkhabar) January 18, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)