/odishatv-khabar/media/post_attachments/uploadimage/library/16_9/16_9_0/IMAGE_1692424657.jpg)
Dutee Chand
ଆନ୍ତର୍ଜାତିକ ଆଥଲେଟ୍ ଦୂତି ଚାନ୍ଦ ଲେଭଲ ୱାନ୍ କ୍ୟାନସରରେ ପୀଡିତ ଥିଲେ। ଏନେଇ ସେ ନିଜେ ସୂଚନା ଦେଇଛନ୍ତି । ଏଥିପାଇଁ ସେ ଅଲଟ୍ରାସାଉଣ୍ଡ ଓ ଏମଆରଆଇ କରିଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଔଷଧ ସେବନ କରିଥିଲେ ।
ଔଷଧ ସେବନ ପରେ ଯନ୍ତ୍ରଣା ଉପଶମ ହେବା ସହ କ୍ୟାନସର ଭଲ ହୋଇଯିବ ବୋଲି ଡାକ୍ତର କହିଥିଲେ । କିନ୍ତୁ ସେହି ଔଷଧରେ ନିଷିଦ୍ଧ ସାମଗ୍ରୀ ଥିବା ତାଙ୍କୁ ଜଣା ନଥିଲା ବୋଲି ଡୋପ୍ ଟେଷ୍ଟରେ ବିଫଳ ହୋଇଥିବା ଆଥଲେଟ୍ ଦୂତି ଚାନ୍ଦ କହିଛନ୍ତି । ଏଥିପାଇଁ ତାଙ୍କୁ ୪ବର୍ଷ ପାଇଁ ବ୍ୟାନ କରାଯାଇଛି ।
ସେ କୌଣସି ଜାତୀୟ, ଅନ୍ତର୍ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିପାରିବେ ନାହିଁ । ସିଲେକଟିଭ୍ ଆଣ୍ଡ୍ରୋଜେନ୍ ରିସେପଟିଭ୍ ମୋଡ୍ୟୁଲେଟର୍ସ SRMS ଟେଷ୍ଟରେ ଫେଲ ମାରିଛନ୍ତି ଦୂତି ଚାନ୍ଦ। ନାସନାଲ ଆଣ୍ଟି ଡୋପିଂ ଏଜେନ୍ସି NADA ଦ୍ବାରା ନିଷିଦ୍ଧ ଘୋଷିତ SRMS ତାଙ୍କ ନମୂନାରେ ମିଳିଥିଲା ।
ଡିସେମ୍ବର ୫ ୨୦୨୨ରେ ଦୂତୀଙ୍କ ନମୂନା ସଂଗ୍ରହ କରାଯାଇଥିବାରୁ ଏହା ପରେ ଦୂତି କ୍ରୀଡ଼ାରେ ହାସଲ କରିଥିବା ସମସ୍ତ ରେକର୍ଡ, ମେଡାଲ, ପୁରସ୍କାର ଏବଂ ପଏଣ୍ଟସକୁ ଖାରଜ କରିଛନ୍ତି ନାଡା। ୩ ଜାନୁଆରୀ ୨୦୨୩ଠାରୁ ଦୂତିଙ୍କ ଉପରେ ଏହି କଟକଣା ଲାଗୁ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)