Advertisment

Drugs Queen: ଦିଲ୍ଲୀର ଡ୍ରଗ୍ସ୍ କୁଇନ୍, ଧଳା ଜହର ବିକି ୪ କୋଟିର ମାଲିକାଣୀ

ଦିଲ୍ଲୀର ଡ୍ରଗ୍ସ୍ କୁଇନ୍। ଧଳା ଜହର ବିକି ୪ କୋଟିର ସମ୍ପତ୍ତିର ମାଲିକାଣୀ। ରାଜଧାନୀ ଛାତି ଉପରେ ତିଆରି କରିଛି ଆଲିସାନ୍ ବଙ୍ଗଳା ।

author-image
Prasan Subudhi
ଡ୍ରଗ୍ସ କୁଇନ୍

ଡ୍ରଗ୍ସ କୁଇନ୍

ଉତ୍ତରପଶ୍ଚିମ ଦିଲ୍ଲୀର ସୁଲତାନପୁରୀ ଅଞ୍ଚଳର କୁସୁମ ଯିଏ ଡ୍ରଗ୍ସ୍ କୁଇନ ନାମରେ ଖୁବ ପରିଚିତ। ତାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଦିଲ୍ଲୀ ପୋଲିସ। ଆଉ ଜବତ କରିଛି କୋଟି କୋଟି ଟଙ୍କାର ସମ୍ପତ୍ତି। କୁସୁମ ନେତୃତ୍ୱରେ ପରିଚାଳିତ ଡ୍ରଗ୍ ସିଣ୍ଡିକେଟ୍ ସହିତ ଜଡିତ ପ୍ରାୟ ୪ କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରାଯାଇଛି। ମୋଟ ଆଠଟି ଅସ୍ଥାବର ସମ୍ପତ୍ତି ମଧ୍ୟରୁ ସାତଟି ସୁଲତାନପୁରୀ ଓ ଗୋଟିଏ ରୋହିଣୀ ସେକ୍ଟର ୨୪ରେ ଅଛି। ଏହି ସମସ୍ତ ସମ୍ପତ୍ତି ଡ୍ରଗ୍ସ ବ୍ୟବସାୟରୁ ଅର୍ଜିତ ବେଆଇନ ଟଙ୍କାରେ କିଣାଯାଇଥିବା ପୋଲିସ କହିଛି।

Advertisment

କୁସୁମର ଏହି ଘର ସାଧାରଣ ଘର ନଥିଲା, ବରଂ ଏକ ସୁଚିନ୍ତିତ ଡ୍ରଗ୍ସ ବ୍ୟବସାୟ ଆଡ୍ଡା ଥିଲା, ଯେଉଁଠାରେ ନିଶା ସାମଗ୍ରୀ ଅତି ଚତୁରତାର ସହିତ ବିକ୍ରି କରାଯାଉଥିଲା। ଘରେ ଜେଲ ପରି ଛୋଟ ଝରକା ଥିଲା, ଯାହାକୁ ଡ୍ରଗ୍ସ ପ୍ୟାକେଟ ଦେବାକୁ ବ୍ୟବହାର କରାଯାଉଥିଲା। ଡ୍ରଗ୍ସ ବ୍ୟବସାୟୀମାନଙ୍କ ନିକଟକୁ ରଶିରେ ବନ୍ଧା ଟୋକେଇରେ ପ୍ୟାକେଟ ପହଞ୍ଚାଯାଉଥିଲା।

ଅଞ୍ଚଳର ଛୋଟ ପିଲାମାନେ ରାସ୍ତାରେ କୁସୁମର 'ଆଖି' ହୋଇ ବୁଲୁଥିଲେ। ଏବଂ ତୁରନ୍ତ ପୋଲିସର ଉପସ୍ଥିତି ବିଷୟରେ ସୂଚନା ଦେଉଥିଲେ। ସାମାନ୍ୟ ବିପଦ ଅନୁଭବ ହେବା ମାତ୍ରେ, ନିଶାଦ୍ରବ୍ୟକୁ ତୁରନ୍ତ ନଷ୍ଟ କରାଯାଉଥିଲା।

Advertisment

ସୁଲତାନପୁରୀର "ଡ୍ରଗ୍ କୁଇନ୍" କୁସୁମ ବର୍ତ୍ତମାନ ନିଖୋଜ ଅଛି। ମାର୍ଚ୍ଚ ମାସରେ ଚଢାଉ ସମୟରେ କୁସୁମଙ୍କ ପୁଅ ଅମିତଙ୍କୁ ଗିରଫ କରାଯାଇଥିଲା। ପରିସରରୁ ଅଧିକାରୀମାନେ 550 ପ୍ୟାକେଟ ହେରୋଇନ୍, ଟ୍ରାମାଡୋଲ୍ ଟାବଲେଟ୍, ନଗଦ 14 ଲକ୍ଷ ଟଙ୍କା ଏବଂ ଏକ ସ୍କୋର୍ପିଓ ଗାଡ଼ି ଜବତ କରିଥିଲେ।

ଏପରିକି କୁସୁମଙ୍କ ଦୁଇ ଝିଅଙ୍କ ବ୍ୟାଙ୍କ ଆକାଉଣ୍ଟରେ ଗତ 18 ମାସରେ ପ୍ରାୟ 2 କୋଟି ଟଙ୍କା ଜମା ହୋଇଥିବା ଜଣାପଡ଼ିଥିଲା। କୁସୁମର ଘରକୁ ମଧ୍ୟ ସ୍ୱତନ୍ତ୍ର ଭାବେ ନିର୍ମାଣ କରାଯାଇଥିଲା। ଭିତର ପାଖରୁ ଚାରୋଟି ଭିନ୍ନ ଘର ଭାଙ୍ଗି ଏକ ୪ ମହଲା ବିଶିଷ୍ଟ ବିଳାସପୂର୍ଣ୍ଣ କୋଠା ନିର୍ମାଣ କରାଯାଇଥିଲା। ବାହାରୁ ଏଗୁଡ଼ିକ ଚାରୋଟି ପୃଥକ ଘର ପରି ଦେଖାଯାଉଥିଲା, କିନ୍ତୁ ଭିତର ପାଖରୁ ସବୁକିଛି ଏକାଠି ଯୋଡା ଯାଇଥିଲା। ତେବେ ପୋଲିସ ଏହି ବେଆଇନ ନିର୍ମାଣ ସମ୍ପର୍କରେ ଏମସିଡିକୁ ଏକ ଚିଠି ଲେଖିଛି । ଏହି କୋଠାକୁ ଖୁବଶୀଘ୍ର ଭାଙ୍ଗାଯିବ ବୋଲି ସୂଚନା ମିଳିଛି ।

Drug Mafia Disproportionate Assets Drugs Smuggling
Advertisment
Advertisment