Advertisment

ପାରାଦୀପ ଜାହାଜରେ କୋକେନ ଚାଲାଣ ପଛରେ କିଏ ? ଆରମ୍ଭ ହେଲା ଖୋଳତାଡ଼....

ଜାହାଜରେ ସ୍ନିଫର ଡଗ୍ ସହାୟତାରେ ସର୍ଚ୍ଚ ଅପରେସନ୍ ...କଷ୍ଟମ, STF, ଗୁଇନ୍ଦା ବିଭାଗ, NCB ଅଧିକାରୀଙ୍କ ଛାନଭିନ୍ ...ଜାହାଜର କ୍ୟାପଟେନ୍ ସହ ୨୧ କ୍ରୁ ମେମ୍ବରଙ୍କୁ ଚାଲିଛି ଜେରା....

author-image
Prangyan Parimita
ଅଦ୍ୟତନ ହୋଇଛି
undefined

cocaine smuggling

ପାରାଦୀପ ଜାହାଜରେ ୨୨୦ କୋଟିର କୋକେନ୍ ସ୍ମଗଲିଂ ପଛରେ କିଏ ? ବିଦେଶୀ ସ୍ମଗଲରଙ୍କ ରହିଛି କି ହାତ । କାହା ପାଖକୁ ଆସୁଥିଲା ଏତେ ପରିମାଣର ବେଆଇନ ନିଶା ଦ୍ରବ୍ୟ ? ପାରାଦୀପ ବନ୍ଦରକୁ ସ୍ମଗଲିଂ ପାଇଁ ଟାର୍ଗେଟ କରୁଛନ୍ତି କି ବିଦେଶୀ ସ୍ମଗଲର ?

Advertisment

ଗତକାଲି ପାରାଦୀପ ବନ୍ଦରରେ 'MV ଦେବୀ' ନାମକ ଜାହାଜରୁ ୨୨ ପ୍ୟାକେଟ କୋକେନ ମିଳିବା ପରେ ଆରମ୍ଭ ହୋଇଛି ଛାନଭିନ୍ । କଷ୍ଟମସ, ଏସଟିଏଫ୍ ଓ ସ୍ନିଫର ଡଗ୍ ଦ୍ୱାରା ରାତିତମାମ ଯାଞ୍ଚ ହୋଇଥିଲା। ଆଇବିର ବରିଷ୍ଠ ଅଧିକାରୀମାନେ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ। ଜାହାଜର କ୍ୟାପଟେନଙ୍କ ସମେତ ୨୧ ଜଣ କ୍ରିୟୁ ମେମ୍ବରଙ୍କୁ ଧରି ପଚରାଉଚରା କରୁଛି କଷ୍ଟମ ବିଭାଗ। ଏହି ତଦନ୍ତ ପାଇଁ ଆବଶ୍ୟକ ପଡ଼ିଲେ ଜାତୀୟ ତଦନ୍ତକାରୀ ସଂସ୍ଥାର ସହଯୋଗ ନିଆଯିବ ବୋଲି କଷ୍ଟମ ବିଭାଗ କହିଛି। ମିଳିଥିବା

ସୂଚନା ଅନୁଯାୟୀ, ଭୁବନେଶ୍ୱର ନାର୍କୋଟିକ କଣ୍ଟ୍ରୋଲ୍ ବ୍ୟୁରୋ-NCB ମଧ୍ୟ ଘଟଣାସ୍ଥଳରେ ପହଞ୍ଚି, ଖୋଳତାଡ଼ କରୁଛି। ଏନ୍ ସିବି ସହକାରୀ ନିର୍ଦ୍ଦେଶକ କୁଲଦୀପ ଶର୍ମାଙ୍କ ନେତୃତ୍ୱରେ ଏକ ଟିମ୍ ପହଞ୍ଚିଛି ପାରାଦୀପ ବନ୍ଦରରେ। କାଳେ ଜାହାଜରେ ଆହୁରି ନିଶାଦ୍ରବ୍ୟ ଥିବ ସେହି ସଂଦେହରେ ଆଜି ପୁରା ଜାହାଜର କରାଯାଉଛି ସର୍ଚ୍ଚ ଅପରେସନ।...

Advertisment

Drugs Smuggling Paradip Port
Advertisment
Advertisment