• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଥିରୁବନନ୍ତପୁରମ୍: ପୁଲ୍ଲମପାରା ହେଉଛି ଦେଶର ପ୍ରଥମ ଗ୍ରାମ ପଞ୍ଚାୟତ, ଯିଏ କି ସମ୍ପୂର୍ଣ୍ଣ ଡିଜିଟାଲ୍ ସାକ୍ଷରତା ହାସଲ କରିଛି । ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ବୁଧବାର ଭେନଜାରାମୁଡୁ ନିକଟ ମାମୁଡୁ ଠାରେ ଏକ କାର୍ଯ୍ୟକ୍ରମରେ ସରକାରୀ ସ୍ତରରେ ଏହି ଘୋଷଣା କରିଛନ୍ତି । ପିନାରାଇ କହିଛନ୍ତି ଯେ, ସରକାରୀ ସେବା ସହିତ ବୈଷୟିକ ଜ୍ଞାନ ବା ନେଟୱାର୍କ ସହିତ ଯୋଡି ହେବାକୁ ହେଲେ ଜନସାଧାରଣଙ୍କୁ ଡିଜିଟାଲ ବିଷୟ ଅଧିକ ଜାଣିବାକୁ ହେବ । ବର୍ତ୍ତମାନ ସମୟରେ ଡିଜିଟାଲ ସାକ୍ଷରତା ନିହାତି ଜରୁରୀ । ସେ କହିଛନ୍ତି ଯେ, ସରକାର କେରଳକୁ ଏକ ଜ୍ଞାନୀ ସମାଜ କରିବାକୁ ଚେଷ୍ଟା କରୁଛନ୍ତି । ଯାହାଫଳରେ ନାଗରିକ, ଦୁନିଆର କୌଣସି ବି କୋଣରୁ ତଥ୍ୟ ବା ଜ୍ଞାନ ଆହରଣ କରିପାରିବ ଓ ତାର ଫାଇଦା ଉଠାଇପାରିବ ।

ରାଜ୍ୟ ସରକାର ପ୍ରାୟ ୮୦୦ ସରକାରୀ ସେବାକୁ ଅନଲାଇନରେ ଉପଲବ୍ଧ କରାଇଛନ୍ତି । ଯାହାଫଳରେ ଡିଜିଟାଲ୍ ସାକ୍ଷର ଥିବା ଲୋକ ହିଁ ଏଥିରୁ ଅଧିକ ପାଇଦା ପାଇପାରିବ । କିମ୍ବା ଏହି ଯୋଜନା ସବୁର ଲାଭ ଉଠାଇପାରିବ । ସେ ଆହୁରି କହିଛନ୍ତି, ସରକାର ବିଭିନ୍ନ ସ୍ତରରେ ଡିଜିଟାଲ ଏବଂ ଅନଲାଇନ୍ ପ୍ଲାଟଫର୍ମ ମାଧ୍ୟମରେ ଲୋକଙ୍କ ସହ ଯୋଡ଼ିହେବାକୁ ଚେଷ୍ଟା ଚଳାଇଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଏହି ଯୋଜନା ସମ୍ପୂର୍ଣ୍ଣ ସଫଳ ହେବା ପରେ ଲୋକଙ୍କୁ ଅତି ସ୍ୱଳ୍ପ ଦରରେ ଇଣ୍ଟରନେଟ୍ ସେବା ଉପଲବ୍ଧ କରାଇହେବ । ଜନତାଙ୍କୁ ସମ୍ପୂର୍ଣ୍ଣ ରୂପେ ଇଣ୍ଟରନେଟ୍ ଏବଂ ଆଧୁନିକ ଟେକ୍ନୋଲୋଜିର ବ୍ୟବହାର ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଏମ.ବି ରାଜେଶ ମଧ୍ୟ ଯୋଗ ଦେଇଥିଲେ । ପଞ୍ଚାୟତରେ ସମାଜର ସବୁଠାରୁ ବଞ୍ଚିତ ବର୍ଗଙ୍କୁ ଡିଜିଟାଲ ଶିକ୍ଷା ଯୋଗାଇବା ପାଇଁ ୨୦୨୧ ମସିହା ଅଗଷ୍ଟ ୧୫ ତାରିଖରେ ଡିଜି ପୁଲମପାରା ଯୋଜନା ଆରମ୍ଭ କରାଯାଇଥିଲା । ଏହି ଯୋଜନା ପାଞ୍ଚଟି ଇଂଜିନିୟରିଂ କଲେଜ, କୁଡୁମ୍ବଶ୍ରୀ ୟୁନିଟ୍ ଏବଂ ଅନ୍ୟାନ୍ୟ ସ୍ୱୟଂ ସହାୟକ ଗୋଷ୍ଠୀର ସ୍ୱେଚ୍ଛାସେବୀମାନଙ୍କ ସହାୟତାରେ ଚାଲିଥିଲା ।