/odishatv-khabar/media/media_files/2026/01/09/ocac-2026-01-09-13-40-17.jpg)
OCAC Photograph: (OTV)
ଓଡିଶା ପ୍ରଶାସନରେ ଆରମ୍ଭ ହେବ ନୂଆ ଯୁଗ। ଡିଜିଟାଲ ଗଭର୍ଣ୍ଣାନ୍ସରେ ସୁଧାର ପାଇଁ ସରକାରଙ୍କ ବଡ଼ ପଦକ୍ଷେପ। ଏଣିକି ପ୍ରଶାସନିକ କାମରେ ବ୍ୟବହାର ହେବ ସ୍ବଦେଶୀ ଇମେଲ, ଯାହାକୁ ବିକଶିତ କରିଛି ‘ଓକାକ’।
କେବଳ ମେଲ୍ ନୁହେଁ ଭିଡିଓ କନଫରେସିଂ ପାଇଁ ବି ‘ଆଳାପ’ ନାମରେ ଏକ ସ୍ବଦେଶୀ ସିଷ୍ଟମ ବିକଶିତ କରିଛି ‘ଓକାକ’। ଏହାକୁ ବ୍ୟବହାର ଲାଗି ବାଧ୍ୟତାମୂଳକ କରାଯାଇଛି। ଏହା ଦ୍ୱାରା ସରକାରୀ ସମସ୍ତ ତଥ୍ୟ ସୁରକ୍ଷିତ ରହିବ। ଏହାର ଡାଟା ସେଣ୍ଟର ଓଡ଼ିଶାରେ ରହିବ। ବ୍ଲକ, ଜିଲ୍ଲା ସ୍ତରରୁ ରାଜ୍ୟସ୍ତର ଯାଏଁ ସମସ୍ତ ଅଧିକାରୀ ଏହାକୁ ବ୍ୟବହାର କରିବେ।
ଏନେଇ ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ, ସଚିବଙ୍କ ସହ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛି ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ। ଅଧିକାରୀ ମାନେ ସ୍ମାର୍ଟ ଫୋନରେ ସହଜରେ ଏହାକୁ ବ୍ୟବହାର କରିପାରିବେ। ଏହା ଦ୍ୱାରା ଡାଟା ସୁରକ୍ଷିତ ରହିବା ସହ ଅନ୍ୟ ହୋଷ୍ଟିଙ୍ଗ ପ୍ଲାଟଫର୍ମ ଉପରେ ନିର୍ଭର କରବାକୁ ପଡ଼ିବନି।
ସରକାରୀ ଅଧିକାରୀଙ୍କ ପାଇଁ ସ୍ବଦେଶୀ ଇମେଲ୍
ଏଣିକି ସ୍ବଦେଶୀ ଇମେଲ ବ୍ୟବହାର କରିବେ ସରକାରୀ କର୍ମଚାରୀ
ଓକାକ୍ ପକ୍ଷରୁ ‘ଆଳାପ’ ଆପ୍ କୁ ଡେଭଲପ୍ କରାଯାଇଛି
ଭିଡିଓ କନ୍ ଫରେନ୍ସିଂ ସହିତ ଇମେଲ ପଠାଇବା ପାଇଁ ଆଳାପର ବ୍ୟବହାର
ସ୍ବଦେଶୀ ଆପ୍ ର ବ୍ୟବହାର ଦ୍ବାରା ଡାଟା ଚୋରିର ଭୟ ରହିବ ନାହଁ
ଏହି ଆପର ବ୍ୟବହାର ପାଇଁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ନିର୍ଦ୍ଦେଶନାମା
January Bonanza: ଜାନୁଆରୀରେ ୧୦ ଲକ୍ଷଙ୍କୁ ପକ୍କା ଘର, ଗରିବଙ୍କୁ ନୂଆବର୍ଷ ଭେଟି ଦେବ ପଞ୍ଚାୟତିରାଜ ବିଭାଗ

Yatra’s ‘Bad Boy’ Piyush Tripathy: ମଞ୍ଚରେ ଚଢ଼ିଲେ ଯାତ୍ରାର ବ୍ୟାଡବୟ ପୀୟୂଷ ତ୍ରିପାଠୀ, କହିଲେ ପାଇନି ନୋଟିସ୍

Antibiotic Risks Explained: ଆଣ୍ଟିବାୟୋଟିକର ସାଇଡ୍ ଇଫେକ୍ଟ, ଆପଣ ଜାଣିବା ନିହାତି ଜରୁରୀ

Hunt for Lost City: ମାଟି ତଳେ ୧୦ ହଜାର ବର୍ଷ ତଳର ସହର, ଓଡ଼ିଶାର ଏଇ ଜାଗାରେ ଖୋଳିବାରେ ଲାଗିଛି ASI

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)