/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724254770.jpg)
Diarrhoea outbreak
ଝାଡ଼ାବାନ୍ତି ପାଇଁ ପୂଜା ପାଠ । ଗ୍ରାମ ଦେବତୀଙ୍କୁ ଶାନ୍ତି କରିବା ପାଇଁ ଲୋକେ ଚଣ୍ଡୀ ପାଠ ଓ ହୋମ କରୁଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଝାଡାବlନ୍ତି ଯୋଗୁଁ ୩ ଜଣଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି । କିଛି ଦିନ ତଳେ ଦୁଇ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ୨ ଦିନ ତଳେ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ଭିତରଗଡ଼ ପଞ୍ଚାୟତ ଚାରିପୋଖରିଆ ଗାଁର ୧୦ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା ।
କେବଳ ସେତିକି ନୁହେଁ, ଚାରିପୋଖରିଆ ଗାଁର ୭୦ରୁ ଅଧିକ ଲୋକ ଝାଡ଼ାବାନ୍ତି ଯୋଗୁଁ ରାଜନଗର ଓ କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଫଳରେ ଲୋକେ ଭୟଭୀତ ହୋଇପଡିଛନ୍ତି । ଗ୍ରାମ ଦେବତୀଙ୍କ ପାଖରେ ଶରଣ ପଶି ପୂଜା ପାଠ କରୁଥିବା ଦେଖିବାକୁ ମିଳିଛି । ସ୍ୱାସ୍ଥ୍ୟ ବିଭାଗର ଟିମ୍ ଗାଁ ଗଣ୍ଡାରେ ବୁଲି ପିଇବା ପାଣି ନମୁନା ସଂଗ୍ରହ କରିଥିଲେ । ଅନେକ ଦିନରୁ ପାନୀୟ ଜଳ ବିଶୋଧନ ନହେବାରୁ ଭୂତାଣୁ ବ୍ୟାପୁଥିବା ସ୍ୱାସ୍ଥ୍ୟ ବିଭାଗର ଟିମ୍ ଜାଣିବାକୁ ପାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)