/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749710262.jpg)
Jajpur Diarrhea Outbreak
ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ଅଣାୟତ୍ତ ହେବାରେ ଲାଗିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ମୃତ୍ୟୁ ବି ବଢୁଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଆଉ ୨ ଜଣ ଆକ୍ରନ୍ତଙ୍କ ମୃତ୍ୟୁ ହୋଇଛି । ଫଳରେ ମୋଟ ଝାଡ଼ାବାନ୍ତି ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି । ଏନେଇ ଯାଜପୁର CDMO ସୂଚନା ଦେଇଛନ୍ତି । ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇଁ ଜିଲ୍ଲାରେ ୫୦୦ ଟପିଛି ।
ଯାଜପୁର ଜିଲ୍ଲାର ଦୁଇଟି ମ୍ୟୁନିସପାଲିଟି ଏବଂ ୫ଟି ବ୍ଲକରେ ଝାଡାବାନ୍ତି ବ୍ୟାପିଛି । ସ୍ଥିତି ନିୟନ୍ତ୍ରଣକୁ ଆଣିବା ଲାଗି ୩ଟି ରାଜ୍ୟସ୍ତରୀୟ ମେଡିକାଲ୍ ଟିମ୍ ଜିଲ୍ଲାର ବିଭିନ୍ନ ହସ୍ପିଟାଲେ ଓ ପ୍ରଭାବିତ ଅଞ୍ଚଳକୁ ଯାଇ ଅନୁଧ୍ୟାନ କରିଛନ୍ତି। ଏହି ଟିମରେ ଡାକ୍ତର, ମାଇକ୍ରୋ ବାୟୋଲୋଜିଷ୍ଟ, ଖାଦ୍ୟ ନିରାପତ୍ତା ଅଧିକାରୀ ରହିଛନ୍ତି ।
ଅଧିକ ପଢ଼ନ୍ତୁ: ଗୋଷ୍ଠୀ ସଂଘର୍ଷ ଘଟଣାରେ ୧୨ ଗିରଫ; ମୃତକଙ୍କ ପରିବାରକୁ ଆର୍ଥକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
କଟକ ଏସସିବିରୁ ଆଉ ଏକ ଅତିରିକ୍ତ ଟିମ୍ ପଠାଯିବା ସହ ଜିଲ୍ଲା ସ୍ତରରେ ବି ମେଡିକାଲ୍ ଟିମ୍ ଗଠନ କରାଯାଇ ଆକ୍ରାନ୍ତ ଚିକିତ୍ସା କରାଯାଉଛି । ଘରକୁ ଘର ବୁଲି ଜରୁରୀ ଔଷଧ ଦେଉଛନ୍ତି ଆଶା ଓ ଅଙ୍ଗନବାଡି କର୍ମୀ । କେଉଁ ପରିସ୍ଥିତିରେ ବ୍ୟାପିଲା ଝାଡାବାନ୍ତି, ତାର ଅନୁଧ୍ୟାନ କରୁଛନ୍ତି ଡାକ୍ତରୀ ଟିମ୍ । ସେଣ୍ଟ୍ରାଲ୍ ଆରଡିସି ଓ ଜିଲ୍ଲାପାଳ ମଧ୍ୟ ଡାକ୍ତରଖାନାକୁ ଯାଇ ଚିକିତ୍ସା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ।
ଅନ୍ୟପଟେ ଝାଡ଼ାବାନ୍ତି ଆଖପାଖ ଜିଲ୍ଲାକୁ ବ୍ୟାପୁଥିବା ମଧ୍ୟ ସୂଚନା ଦେଇଛନ୍ତି ଯାଜପୁର CDMO । କେଉଁ ପରିସ୍ଥିତିରେ ବ୍ୟାପୁଛି ଝାଡ଼ାବାନ୍ତି ତାହାର କାରଣ ଖୋଜା ଚାଲିଥିବା କହିଛନ୍ତି CDMO । ଯୁବକ, ଶିଶୁ, ମହିଳା, ବୟସ୍କ ସବୁ ବର୍ଗର ଲୋକେ ଆକ୍ରାନ୍ତ ହୋଇଛନ୍ତି । ସ୍ଥିତି ଏତେ ଗମ୍ଭୀର ଯେ, ଜଣକ ପରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଚାଲିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)