• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆପଡ଼ା ଜିଲ୍ଲାରେ ଝାଡ଼ାବାନ୍ତି ଆତଙ୍କ । କୋମନା ବ୍ଲକ ଜଟଗଡ ଗାଁରେ ଝାଡାବାନ୍ତି ବ୍ୟାପିବା ପରେ ସଜାଗ ହୋଇଛି ଜିଲ୍ଲା ପ୍ରଶାସନ । ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏଯାଏଁ ୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପରୀକ୍ଷାରୁ ଗାଁର ନୂଆବନ୍ଧ ପୋଖରୀରେ ହଇଜା ଜୀବାଣୁ ଥିବା ଜଣା ପଡିବା ପରେ ସେହି ପୋଖରୀରେ ଗାଧୁଆପାଧୁଆ ତଥା ଅନ୍ୟାନ୍ୟ ବ୍ୟବହାର ପାଇଁ ମନା କରାଯାଇଛି ।

ଗାଁରେ ୬ଟି ଟ୍ୟାଙ୍କର ମାଧ୍ୟମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି । ଘରକୁ ଘର ବୁଲି ଆଶା, ଅଙ୍ଗନବାଡି, ଏଏନଏମ ଲୋକଙ୍କୁ ସଚେତନ କରୁଛନ୍ତି । ଲୋକେ ଏବେ ସୁସ୍ଥ ଥିବା ଜଣା ପଡିଛି । ଗାଁରେ ଆଉ ନୂଆ ରୋଗୀ ଚିହ୍ନଟ ହୋଇ ନାହାନ୍ତି । ଦୀର୍ଘ ୭ ଦିନ ହେବ ଆଶା,ଅଙ୍ଗନବାଡି, ଏଏନଏମ ସହ ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର କରି ରହୁଛନ୍ତି ଜିଲ୍ଲା ଡାକ୍ତରଖାନାକୁ ଯାଇ ରୋଗୀଙ୍କ ସହ ସେମାନଙ୍କ ସମ୍ପର୍କୀୟଙ୍କ ସହ ଆଲୋଚନା କରିଛନ୍ତି । କଳାହାଣ୍ଡି ସାଂସଦ ଏ ନେଇ ସ୍ୱାସ୍ଥ୍ୟ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ ।

ସେହପରି ଗଜପତି ଜିଲ୍ଲା ମୋହନା ବ୍ଲକ ଗୋବିନ୍ଦପୁର ଗାଁରେ ଝାଡାବାନ୍ତି, ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଂଚିଛି । ଜଣେ ମହିଳା ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ମେଡ଼ିକାଲ ଭର୍ତ୍ତି ହୋଇଛନ୍ତି । ଏବେ ପ୍ରାୟ ୨୦ ଜଣ ସୁସ୍ଥ ହୋଇ ଗାଁକୁ ଫେରିଥିବାବେଳେ ମେଡିକାଲରେ ୩ ଜଣ ଚିକିତ୍ସିତ ହେଉଛନ୍ତି ।

ଗାଁରେ ଗତ ୨୬ ତାରିଖରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ୫ ଜଣ ମୋହନା ମେଡିକାଲରେ ଭର୍ତ୍ତି ହୋଇଥିଲେ । ଜଣେ ୯ ବର୍ଷ ନାବାଳିକାର ମୃତ୍ୟୁ ଘଟିଥିଲା । ଗାଁରେ ଡ଼ାକ୍ତରୀ ଟିମ ଗାଁରେ ପହଂଚି ଲୋକଙ୍କୁ ସଚେତନ କରିଥିବା ବେଳେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଛି ।

ଉପ ଜିଲ୍ଲାପାଳ ମେଡ଼ିକାଲକୁ ଯାଇ ସ୍ଥିତି ଅନୁଧ୍ୟାନ କରି ଫେରିଥିବା ବେଳେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ନିର୍ଦେଶକ ଗୋବିନ୍ଦପୁର ଗାଁକୁ ଗସ୍ତ କରି ଆକ୍ରାନ୍ତଙ୍କ ପରିବାରକୁ ଯାଇ ସତେଚନ କରି ଫେରିଛନ୍ତି । ବିଡ଼ିଓ ମଧ୍ୟ ଗାଁକୁ ଯାଇ ଗାଁରେ କିଭଳି ଜଳ ଯୋଗାଣ ହୋଇପାରିବ ସେ ନେଇ ସ୍ଥିତି ପରଖିଛନ୍ତି ।