/odishatv-khabar/media/media_files/2025/10/07/curfew-2025-10-07-20-44-10.jpg)
CURFEW Photograph: (OTV)
ଲୋକ ବିନା ଭୟ ଓ ବାଧାରେ ବାହାରକୁ ବାହାରିଛନ୍ତି। ତେବେ ଆଗାମୀ କିଛି ଦିନ ସହରରେ ସ୍ଥିତି ଉପରେ ତୀକ୍ଷଣ ନଜର ରହିବ। ସମ୍ବେଦନଶୀଳ ସ୍ଥାନରେ ଫୋର୍ସ ମୁତୟନ ସହ ସାଦା ପୋଷାକରେ ବି ପୋଲିସ ପଇଁତରା ମାରିବ। ଆଗକୁ ଦୀପାବଳି ଓ କାଳିପୂଜା ସହ କାର୍ତ୍ତିକେଶ୍ବର ପୂଜା ରହିଛି। ଯେଭଳି ଏମିତି ଘଟଣାର ପୁନରାବୃତ୍ତି ନଘଟିବ ସେଥିପ୍ରତି ସମସ୍ତେ ସଜାଗ ହୋଇଛନ୍ତି।...
କର୍ଫ୍ୟୁ ହଟିଲା, କଟକ ହସିଲା। ରାସ୍ତାରୁ ହଟିଛି ବ୍ଲକିଂ, ଆଉ କଡ଼ାକଡ଼ି ଚେକିଂ କରୁନି ପୋଲିସ। କଟକଣା ପ୍ରତ୍ୟାହାର ପରେ ପୁଣି ଥରେ ଚଳଚଞ୍ଚଳ ସିଲଭର ସିଟି। କର୍ଫ୍ୟୁ ଭୟ ଭିତରୁ ପଦାକୁ ବାହାରିଛନ୍ତି ଲୋକ। ରାସ୍ତାଘାଟ, ଦୋକାନ ବଜାର ଓ ମାର୍କେଟରେ ଗହଳିଚହଳି। ୩୬ ଘଣ୍ଟା ଗୁମସୁମ୍ ଥିବା ସହର ମୁହଁରେ ପୁଣି ଥରେ ହସର ଫୁଆର ଦେଖିବାକୁ ମିଳିଛି। ଆଜି ସକାଳ ୧୦ଟା ଯାଏଁ କଟକରେ କର୍ଫ୍ୟୁ ଲାଗିଥିଲା।
ପୋଲିସ କମିଶନର କହିଛନ୍ତି, କର୍ଫ୍ୟୁ ଅବଧି ଭିତରେ କୌଣସି ବିଶୃଙ୍ଖଳା ହୋଇନି। ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି। କାହାକୁ ଆଉ କିଛି ବିପଦ ନାହିଁ। ସ୍ବାଭାବିକ ସ୍ଥିତିକୁ ଫେରିଛି ସାଧାରଣ ଜୀବନଯାତ୍ରା। ତଥାପି ସ୍ଥିତି ଉପରେ ତୀକ୍ଷଣ ନଜର ରହିଛି। କଡ଼ା ପାଟ୍ରୋଲିଂ ସହ ସମ୍ବେଦନଶୀଳ ସ୍ଥାନରେ ମୁତୟନ ହୋଇଛନ୍ତି ପୋଲିସ। ଗୁଜବରେ ବିଶ୍ବାସ ନକରିବାକୁ ସମସ୍ତଙ୍କୁ ଅପିଲ କରିଛନ୍ତି ପୋଲିସ କମିଶନର। ...
କର୍ଫ୍ୟୁ ପ୍ରତ୍ୟାହାର ପରେ କଟକରେ ଦୋକାନବଜାର ଖୋଲିବା ସହ ସାଧାରଣ ଜୀବନଯାତ୍ରା ପୁଣି ଥରେ ସ୍ବାଭାବିକ ହୋଇଛି। ଯେଉଁମାନେ କଟକ ଆସି ଫସିଥିଲେ ଆଜି ଗନ୍ତବ୍ୟ ସ୍ଥଳକୁ ଫେରୁଛନ୍ତି। ସେହିପରି ରାଜ୍ୟର ଅନ୍ୟତମ ବଡ଼ ପରିବା ମଣ୍ଡି କୁହାଯାଉଥିବା ଛତ୍ରବଜାରରେ କର୍ଫ୍ୟୁ ହଟିବା ପରେ ଭିଡ଼ ହୋଇଥିଲା। କମ୍ ଦୋକାନ ଖୋଲିଥିବା ବେଳେ ପରିବାପତ୍ର ବି ଅଧିକ ଆସି ନଥିଲା। ଫଳରେ ଦାମ୍ ଟିକେ ଅଧିକ ଥିବା କହିଛନ୍ତି ଗ୍ରାହକ। ଭାଇଚାରାର ସହରରେ ଆଗକୁ ଯେଭଳି ଏମିତି ଘଟଣା ନଘଟିବ ସେଥିପ୍ରତି ପ୍ରଶାସନ ସଜାଗ ହେଉ ବୋଲି କହିଛନ୍ତି କଟକବାସିନ୍ଦା। ...
ଦଶହରା ଭସାଣ ଗଣ୍ଡଗୋଳରୁ ଐତିହାସିକ ସହରରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ଉପୁଜିଥିଲା।ଶାନ୍ତି ଫେରାଇ ଆଣିବା ଓ ସ୍ଥିତି ସୁଧାରିବା ପାଇଁ ଅହରହ ଉଦ୍ୟମ କରିଥିଲେ ସରକାର, ପ୍ରଶାସନ, ପୋଲିସ ଓ ଶାନ୍ତି କମିଟି। ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ଗୋଟିଏ ପଟେ କର୍ଫ୍ୟୁ ଲାଗିଥିବା ବେଳେ ଅନ୍ୟପଟେ ପ୍ରଶାସନ ଶାନ୍ତି କମିଟି, ପୂଜା କମିଟି ଓ ସାହି ମୁରବୀଙ୍କ ସହ ଆଲୋଚନା ଜାରି ରଖିଥିଲା।
ଶେଷରେ ସମସ୍ତଙ୍କ ସହଯୋଗରେ କଟକକୁ ଶାନ୍ତି ଫେରିଛି। ପାର୍ବଣ ଋତୁରେ ଆଗକୁ ରହିଛି ଦିପାବଳୀ, କାଳିପୂଜା ଓ କାର୍ତ୍ତିକେଶ୍ବର ପୂଜା। ସେତେବେଳେ ଯେମିତି କୌଣସି ଅପ୍ରୀତିକର ସ୍ଥିତି ନଘଟେ ସେଥିପ୍ରତି ସସସ୍ତେ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି। ଆଗୀମୀ କିଛି ଦିନ ପରିସ୍ଥିତି ଉପରେ ପୋଲିସ ତୀକ୍ଷଣ ନଜର ରଖିଛି। ସାଦା ପୋଷାକରେ ବି ପୋଲିସ ମୁତୟନ ରହିବେ। କର୍ଫ୍ୟୁଠୁ ଆହୁରି କଠୋର ବ୍ୟବସ୍ଥା କରିବାକୁ କହିଛନ୍ତି ସିଏମସି ମେୟର।
କଟକରେ ଅଶାନ୍ତି ପରେ ୧୩ଟି ଥାନା ଅଞ୍ଚଳରେ ଲାଗିଥିଲା କର୍ଫ୍ୟୁ। ବିଶୃଙ୍ଖଳା ସୃଷ୍ଟି କରିବା ଘଟଣାରେ ପୋଲିସ ୯ ଜଣଙ୍କୁ ଗିରଫ କରିଛି। ...
Outrage Over Advocate Pitabas Panda’s Murder: ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟାକୁ ନେଇ ହଇଚଇ, କ୍ରାଇମ୍ ସ୍ପଷ୍ଟରୁ CCTV ଉଭାନକୁ ନେଇ ପ୍ରଶ୍ନ

Gold Price: ସୁନା ଦର ରେକର୍ଡ ୧ ଲକ୍ଷ ୨୦ ହଜାର ପାର୍, ଧନତେରସରେ ଆହୁରି ମହଙ୍ଗା ହୋଇପାରେ ସୁନା

Senior IPS Officer’s Tragic End: ବରିଷ୍ଠ ଆଇପିଏସ ଅଧିକାରୀଙ୍କ ଆତ୍ମହତ୍ୟା, ଜଣାପଡିନି କାରଣ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)