/odishatv-khabar/media/media_files/2025/10/06/curfew-suffering-2025-10-06-20-10-31.jpg)
CURFEW-SUFFERING Photograph: (OTV)
କର୍ଫ୍ୟୁ କଟକଣା ଯୋଗୁଁ କଟକରେ ଜୀବନଯାତ୍ରା ଠପ୍। ଦହଗଞ୍ଜ ହୋଇଛନ୍ତି ମେଡିକାଲ୍, ହାଇକୋର୍ଟ ଓ ଅନ୍ୟାନ୍ୟ କାମରେ କଟକ ଆସିଥିବା ସାଧାରଣ ଲୋକ।
ନେତାଜୀ ବସ୍ ଟର୍ମିନାଲ୍ ଖାଁ ଖାଁ ଥିବା ବେଳେ ସହର ଥିଲା ଫାଙ୍କା ଫାଙ୍କା। ବିଶେଷ କରି କର୍ଫ୍ୟୁ ମାଡ଼ ବେଶୀ ସହିଛନ୍ତି ରୋଗୀ। ଇଣ୍ଟରନେଟ୍ ସେବା ବନ୍ଦ ଥିବାରୁ ଆୟୁଷ୍ମାନ କାର୍ଡରେ ଘରୋଇ ହସ୍ପିଟାଲରେ ଆଡମିଶନ କରି ନପାରି ରୋଗୀ ହୀନସ୍ତା ଭୋଗିଛନ୍ତି।...
ଶୂନଶାନ ସାରା ଇଲାକା। କର୍ଫ୍ୟୁ ପାଇଁ ଜୀବନ ଦହଗଞ୍ଜ। ସାଧାରଣ ଜନତା ନୟାନ୍ତ। କଟକ ଭଳି ରନିଂ ସିଟିରେ ଜୀବନଯାତ୍ରା ଏକପ୍ରକାର ଠପ୍। ଯାତାୟତରେ କୌଣସି ବାଧା ନଥିଲେ ବି ଘରୁ ବାହାରୁ ନାହାନ୍ତି ଲୋକ। ଗଡୁନି ଗାଡ଼ିମୋଟର। ଯେଉଁମାନେ ଜରୁରୀ କାମରେ କଟକ ଆସିଛନ୍ତି ଫେରିବାକୁ କଲବଲ ଅବସ୍ଥା ଭୋଗିଛନ୍ତି। ପ୍ରତିଦିନ ଗାଡ଼ିମୋଟର ପେଁ ପାଁ ଶବ୍ଦ, ଆଉ ଯାତ୍ରୀଙ୍କ କୋଳାହଳରେ ଫାଟି ପଡୁଥିବା କଟକ ନେତାଜୀ ବସ୍ ଟର୍ମିନାଲ ପୂରା ନିରବୀ ଯାଇଛି।
କିଏ ମେଡିକାଲ୍ ତ କେହି କୋର୍ଟ କଚେରୀ କାମରେ ଆସିଥିଲେ। ବସଷ୍ଟାଣ୍ଡ ଖାଁ ଖାଁ ପଡିଥିବା ବେଳେ ବୁଲୁଥିଲେ ହାତ ଗଣତି ଯାତ୍ରୀ। କିଏ ବସ ବାଟକୁ ଘଣ୍ଟା ଘଣ୍ଟା ଅନାଇ ବସିଥିଲେ ତ ଆଉ କାହାକୁ ଖାଉଥିଲା ଗନ୍ତବ୍ୟସ୍ଥଳକୁ ଫେରିବା ଚିନ୍ତା। କର୍ଫ୍ୟୁ ବାବଦରେ ନଜାଣି ଯେଉଁମାନେ କଟକ ଆସିଥିଲେ ଭାରି ହଇରାଣ ହୋଇଛନ୍ତି। ...
ହେଲଥ ହବ୍ କଟକ। ଏସସିବି ମେଡିକାଲ କଲେଜକୁ ଛାଡିଦେଲେ ସାରା ସହରରେ ଅନେକ ଛୋଟ ବଡ ନର୍ସିଂହୋମ୍, ହସପିଟାଲ ରହିଛି। ଭଲ ସ୍ବାସ୍ଥ୍ୟସେବା ପାଇଁ ରାଜ୍ୟ ତଥା ବାହାରୁ ହଜାର ହଜାର ରୋଗୀ ଏଠାକୁ ଆସନ୍ତି। ଆଜି ଯେଉଁମାନେ ଆସିଥିଲେ କର୍ଫ୍ୟୁ ମାଡ଼ରେ କେବଳ ହୀନସ୍ତା ଭୋଗିଥିଲେ। ଇଣ୍ଟରନେଟ୍ ସେବା ବନ୍ଦ ଥିବାରୁ ହସ୍ପିଟାଲରେ ହୋଇ ପାରୁନି ରୋଗୀଙ୍କ ଆଡମିଶନ। ଆୟୁଷ୍ମାନ କାର୍ଡରେ ଚିକିତ୍ସା ହେବାକୁ ଆସିଥିବା ରୋଗୀ ହଇରାଣ ହୋଇଛନ୍ତି। କେବଳ ଅପେକ୍ଷା କରିବା ଛଡା ସେମାନଙ୍କ ପାଖରେ କୌଣସି ବିକଳ୍ପ ନାହିଁ।
ସବୁବେଳେ ଘୋ ଘୋରେ ଫାଟି ପଡୁଥିବା କଟକ ସହର ଖାଁ ଖାଁ। ଚାରିଆଡ଼େ ପୋଲିସ ପେଟ୍ରୋଲିଂ ଓ ନାକାବନ୍ଦୀ ଭିତରେ ଘାଣ୍ଟି ସନ୍ତୁଳି ହୋଇଛନ୍ତି ସାଧାରଣ ଲୋକ। ଛକ ଛକରେ ପରିଚୟପତ୍ର ଚେକ୍ ହେଉଛି। ଦୋକାନ, ବଜାର, ବାଣିଜ୍ୟିକ ପ୍ରତିଷ୍ଠାନ ବନ୍ଦ ଥିବାରୁ ଘରୁ ବାହାରୁ ନାହାନ୍ତି ଲୋକ। ବିଭିନ୍ନ ସ୍ଥାନରେ ବନ୍ଦ ରହିଥିଲା ପେଟ୍ରୋଲ ପମ୍ପ। ଯେଉଁଠି ଖୋଲା ଥିଲା ସେଠି ଗ୍ରାହକଙ୍କ ମରୁଡ଼ି।
କର୍ଫ୍ୟୁ କଟକଣାରୁ ଜରୁରିକାଳୀନ ସେବାକୁ ବାଦ ଦିଆଯାଇଥିବାରୁ ଖୋଲିଛି ହସ୍ପିଟାଲ, ମେଡିସିନ୍ ଷ୍ଟୋର, ମିଲକ ବୁଥ୍। ସରକାରୀ ଅଫିସ ଖୋଲାଥିବା ବେଳେ କାଁ ଭାଁ ଗ୍ରୋସରୀ ଦୋକାନ ଖୋଲିଥିଲା। ତେଣେ ଇଣ୍ଟରନେଟ୍, ସୋସିଆଲ୍ ମିଡିଆ ବନ୍ଦ ଯୋଗୁଁ ଯୋଗାଯୋଗ କଷ୍ଟକର ହୋଇପଡିଛି। ଅନଲାଇନ୍ କାରବାର ପୂରା ଠପ୍।
କର୍ଫ୍ୟୁ କଟକଣା ବଳବତ୍ତର ଥିବାରୁ ଲୋକଙ୍କୁ ଅଯଥାରେ ଘରୁ ନବାହାରିବା ଓ ଗୁଜବରେ ବିଶ୍ବାସ ନକରିବାକୁ କହିଛି ପୋଲିସ। ...
Cuttack Under Curfew After 30 Years: ୩୦ବର୍ଷ ପରେ ପୁଣି କର୍ଫ୍ୟୁ ଦେଖିଲା କଟକ, ଶାନ୍ତି ଫେରାଇ ଆଣିବାକୁ ଅହରହ ଉଦ୍ୟମ

Drug Factory Worth ₹100 Crore Seized: ୧୦୦ କୋଟି ଟଙ୍କାର ଏମଡି ଡ୍ରଗ୍ସ କାରଖାନା, ଗିରଫ ହେଲା ମାଲିକ କମଲେଶ

Shock as Innocent Man Murdered: ସେ କାହାର ଶତ୍ରୁ ନଥିଲେ, କିନ୍ତୁ ତାଙ୍କୁ ମାରିଦେଲେ ଦୁର୍ବୃତ୍ତ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)