Advertisment

କୋଭିଡ୍‌ରେ ଆକ୍ରାନ୍ତ ହୋଇ SCB ଆସିଥିଲେ, ଦିନକ ପରେ ଆଖି ବୁଜିଲେ...

କଟକ ଏସ୍‌ସିବି ମେଡିକାଲ୍‌ରେ କୋଭିଡ୍ ଜନିତ ମୃତ୍ୟୁ ଅଭିଯୋଗକୁ ମେଡିକାଲ୍‌ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ବହୁବିଧ ରୋଗରେ ଓ ବୟସାଧିକ କାରଣରୁ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ରେଜିଷ୍ଟ୍ରାର କହିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Covid Deaths In Cuttack SCB Medical

Medical Authority Denies COVID Related Death In SCB Medical Cuttack

କଟକ ଏସ୍‌ସିବି ମେଡିକାଲ୍‌ରେ କୋଭିଡ୍ ଜନିତ ମୃତ୍ୟୁ ଅଭିଯୋଗକୁ ମେଡିକାଲ୍‌ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ବହୁବିଧ ରୋଗରେ ଓ ବୟସାଧିକ କାରଣରୁ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ରେଜିଷ୍ଟ୍ରାର କହିଛନ୍ତି। କୋଭିଡ୍ ପଜିଟିଭ୍ ପରେ ପୁରୀର ୮୦ ବର୍ଷୀୟ ବୃଦ୍ଧଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା।

Advertisment

ସୂଚନାଥାଉ କି, ସମ୍ପୃକ୍ତ ବୃଦ୍ଧ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ପରେ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ବୁଧବାର ଦିନ କ୍ୟାପିଟାଲ୍‌ ହସ୍ପିଟାଲ୍‌ରୁ କଟକଏସ୍‌ସିବି ମେଡିକାଲ୍‌ କୁ ରେଫର କରାଯାଇଥିଲା। ତେବେ ଗୁରୁବାର ଦିନ ତାଙ୍କର ମୃତ୍ୟୁ ହୋଇଥିଲା। 

ଦେଖନ୍ତୁ ଭିଡିଓ | ପୁଣି ବଢିଲାଣି କରୋନା ଭୟ; ଚିନ୍ତାରେ ସମସ୍ତେ...ଆସିବ କି ନୂଆ ଲହର?

Advertisment

ଚଳିତ ବର୍ଷ ଏସ୍‌ସିବି ମେଡିକାଲକୁ ମୋଟ୍‌ ୩ ଜଣ କୋଭିଡ୍‌ ଆକ୍ରାନ୍ତ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଡିସ୍‌ଚାର୍ଜ ହୋଇଛନ୍ତି। ଏବେବି ଜଣେ ଚିକିତ୍ସିତ ହେଉଛନ୍ତି। ତେବେ ବୃଦ୍ଧଙ୍କର କୋଭିଡରେ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ପରେ ଏନେଇ ମେଡିକାଲ କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ରଖିଛନ୍ତି। ଏହା କୋଭିଡ୍ ଜନିତ ମୃତ୍ୟୁ ନୁହେଁ ବୋଲି ମେଡିକାଲ୍‌ କର୍ତ୍ତୃପକ୍ଷ କହିଛନ୍ତି। 

COVID19 Covid Deaths SCB Medical Coronavirus
Advertisment
Advertisment