• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାଜ୍ୟରେ ୨୪ ଘଣ୍ଟାରେ ୨୪ ନୂଆ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ‘ଆକ୍ଟିଭ କେସ୍ ମଧ୍ୟରୁ କେବଳ ଜଣେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ‘ସର୍ଭେଲାନ୍ସ ଚାଲିଛି, ସେଥିପାଇଁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଯେଉଁ ବ୍ୟକ୍ତି ଠାରେ ଲକ୍ଷଣ ରହିଛି ଟେଷ୍ଟ କରି ଆଇସୋଲେସନରେ ରହିବା ଲାଗି ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ସେପଟେ ଦେଶରେ ବି କରୋନା କାୟା ମେଲାଇ ଚାଲିଛି । ଗତ ୨୪ ଘଣ୍ଟାରେ ଦେଶରେ ୧୮୯୦ ନୂଆ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୭ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ କାଲି କେନ୍ଦ୍ର ସରକାର ସବୁ ରାଜ୍ୟର କୋଭିଡ ସ୍ଥିତିର ସମୀକ୍ଷା କରିବେ । ଏଥିରେ ଏପ୍ରିଲ ୧୦ ଓ ୧୧ ତାରିଖରେ କୋଭିଡ ସ୍ୱାସ୍ଥ୍ୟ ଭିତ୍ତିଭୂମୀ ନେଇ ଦେଶର ସଂମସ୍ତ ହସ୍ପିଟାଲରେ ମକଡ୍ରିଲ ନେଇ ଆଲୋଚନା ହେବ ।