Advertisment

ରାଜ୍ୟରେ କୋଭିଡରେ ଆଉ ଜଣକର ମୃତ୍ୟୁ; ଦିନକରେ ୨୫୮ ନୂଆ ପଜିଟିଭ୍‌ ଚିହ୍ନଟ

ଗତ ୨୪ ଘଣ୍ଟାର ରିପୋର୍ଟ ଅନୁସାରେ ରାଜ୍ୟରେ ୨୫୮ ପଟିଜିଭି ଚିହ୍ନଟ ହୋଇଛନ୍ତି ।

author-image
Manoranjan Behera
ଅଦ୍ୟତନ ହୋଇଛି
Odisha COVID Update

Covid-19

ରାଜ୍ୟରେ କୋଭିଡ ରେ ଆଉ ଜଣକର ମୃତ୍ୟୁ । ମୃତକ ହେଉଛନ୍ତି ଝାରସୁଗୁଡ଼ା ଜିଲ୍ଲା ର ଜଣେ ମହିଳା । ତାଙ୍କୁ ୬୫ ବର୍ଷ ହେଉଥିଲା । କୋଭିଡ ସହିତ ତାଙ୍କର ଅନ୍ୟାନ୍ୟ ରୋଗ ମଧ୍ୟ ଥିଲା । ଗତ ୨୪ ଘଣ୍ଟାର ରିପୋର୍ଟ ଅନୁସାରେ ରାଜ୍ୟରେ ୨୫୮ ପଟିଜିଭି ଚିହ୍ନଟ ହୋଇଛନ୍ତି । ଏହି ସମୟ ଭିତରେ ୬ ହଜାରରୁ ଅଧିକ ସାମ୍ପୁଲ ପରୀକ୍ଷା କରାଯାଇଥିଲା । ରାଜ୍ୟରେ ଏବେ ଆକଟିଭ୍‌ କେସ୍ ୧ ହଜାର ୧୮୬ ରହିଛି । ଏହି ସମୟ ଭିତରେ ୧୭୩ ଜଣ ସୁସ୍ଥ ହୋଇଛନ୍ତି ।

Advertisment

କଟକଏସ୍‌ସିବି ମେଡିକାଲ୍‌ରେ କୋଭିଡ୍ ଜନିତ ମୃତ୍ୟୁ ଅଭିଯୋଗକୁ ମେଡିକାଲ୍‌ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ବହୁବିଧ ରୋଗରେ ଓ ବୟସାଧିକ କାରଣରୁ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ରେଜିଷ୍ଟ୍ରାର କହିଛନ୍ତି। କୋଭିଡ୍ ପଜିଟିଭ୍ ପରେ ପୁରୀ ର ୮୦ ବର୍ଷୀୟ ବୃଦ୍ଧଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା।

ସୂଚନାଥାଉ କି, ସମ୍ପୃକ୍ତ ବୃଦ୍ଧ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ପରେ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ବୁଧବାର ଦିନ କ୍ୟାପିଟାଲ୍‌ ହସ୍ପିଟାଲ୍‌ରୁ କଟକ ଏସ୍‌ସିବି ମେଡିକାଲ୍‌କୁ ରେଫର କରାଯାଇଥିଲା। ତେବେ ଗୁରୁବାର ଦିନ ତାଙ୍କର ମୃତ୍ୟୁ ହୋଇଥିଲା।  

Advertisment

ଚଳିତ ବର୍ଷ ଏସ୍‌ସିବି ମେଡିକାଲକୁ ମୋଟ୍‌ ୩ ଜଣ କୋଭିଡ୍‌ ଆକ୍ରାନ୍ତ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଡିସ୍‌ଚାର୍ଜ ହୋଇଛନ୍ତି। ଏବେବି ଜଣେ ଚିକିତ୍ସିତ ହେଉଛନ୍ତି। ତେବେ ବୃଦ୍ଧଙ୍କର କୋଭିଡରେ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ପରେ ଏନେଇ ମେଡିକାଲ କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ରଖିଛନ୍ତି। ଏହା କୋଭିଡ୍ ଜନିତ ମୃତ୍ୟୁ ନୁହେଁ ବୋଲି ମେଡିକାଲ୍‌ କର୍ତ୍ତୃପକ୍ଷ କହିଛନ୍ତି। 

ସେହିପରି ଆଜି ଦେଶରେ ୨୪ ଘଣ୍ଟାରେ ୧୧,୧୦୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୪୯ ହଜାର ୬୨୨କୁ ବୃଦ୍ଧି ପାଇଛି । ଦେଶରେ ଦୁଇଗୁଣା ହୋଇଛି କରୋନା ସଂକ୍ରମଣ । କିଛି ଦିନ ହେଲା ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ଉପରେ ରହୁଥିବା ବେଳେ, ଦୁଇ ଦିନ ହେବ ୧୦ ହଜାର ପାର୍ ହୋଇଛି ସଂକ୍ରମଣ । ଗତକାଲି ୨୪ ଘଣ୍ଟାରେ ଦେଶରେ ୧୦ ହଜାର ୧ଶହ ୫୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ତେବେ ବିଶେଷଜ୍ଞମାନଙ୍କ କହିବା କଥା ଏହା କରୋନାର ଏକ ‘ଫ୍ରେଶ ୱେଭ’ ଭଳି ଲାଗୁ ନାହିଁ। ଏହା ଏକ ‘ଏଣ୍ଡେମିକ ସାଇକେଲ୍’ ଭଳି ଲାଗୁଛି। ଆଉ ୧୦/୧୨ ଦିନ ପର୍ଯ୍ୟନ୍ତ ସଂକ୍ରମଣ ହାର ବଢ଼ିବ। ତା’ପରେ ଏହା ଧୀରେ ଧୀରେ ହ୍ରାସ ପାଇବ। ସଂକ୍ରମଣ ବଢ଼ିବା ସତ୍ତ୍ୱେ ବହୁତ କମ୍ ଲୋକ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି। ଆଶା କରାଯାଉଛି ଆଗାମୀ ଦିନରେ ମଧ୍ୟ ଏଭଳି ସ୍ଥିତି ଦେଖିବାକୁ ମିଳିବ।

Coronavirus COVID19 Covid Deaths
Advertisment
Advertisment