Advertisment

ଚୀନ୍ ଡାକ୍ତରଙ୍କୁ ଚେତାବନୀ- ମୃତ୍ୟୁ ପ୍ରମାଣପତ୍ରରେ କୋଭିଡ୍ ଲେଖନ୍ତୁ ନାହିଁ

ଚୀନରେ କୋଭିଡ ସ୍ଥତି ଏବେ ପିକ୍‌ରେ ପହଞ୍ଚିବାକୁ ଯାଉଥିବା ବେଳେ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରମାନେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Doctors Warned For Not To Write COVID On Death Certificates In China

In China, Doctors Warned For Not To Write COVID On Death Certificates

ଚୀନରେ କୋଭିଡ ସ୍ଥିତି ଏବେ ପିକ୍‌ରେ ପହଞ୍ଚିବାକୁ ଯାଉଥିବା ବେଳେ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରମାନେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେମାନଙ୍କ କହିବା କଥା, ଦିନକୁ ଦିନ କୋଭିଡ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଛି। କିନ୍ତୁ ସେମାନେ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରୁଥିବା ବେଳେ ଏହା କୋଭିଡ ଜନିତ ମୃତ୍ୟୁ ବୋଲି ଲେଖି ପାରୁ ନାହାନ୍ତି। କାରଣ ସାର୍ଟିଫିକେଟରେ ଏଭଳି ନଲେଖିବାକୁ ସେମାନଙ୍କୁ ମୌଖିକ ଭାବେ ଚେତାବନୀ ଦିଆଯାଇଛି।

Advertisment

ଯଦି କୌଣସି ପରିସ୍ଥିତିରେ ବି ସେମାନଙ୍କୁ କୋଭିଡ ଜନିତ ମୃତ୍ୟୁ ବୋଲି ଲେଖିବାକୁ ପଡୁଛି, ଉପର ଅଧିକାରୀଙ୍କ ସହ ପରାମର୍ଶ କରିବାକୁ କୁହାଯାଉଛି। କୋଭିଡ ଆକ୍ରାନ୍ତ ବ୍ୟକ୍ତିମାନେ ପ୍ରଥମରୁ ଯେଉଁ ରୋଗରେ ପୀଡିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବେ, ସେମାନଙ୍କ ମୃତ୍ୟୁ ପ୍ରମାଣପତ୍ରରେ ସେହି ରୋଗ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ରହିଛି।

ଅଧିକ ପଢ଼ନ୍ତୁ: ଚୀନ୍‌ରେ କରୋନା ସଂକ୍ରମଣ ଭୟଙ୍କର: ହସ୍ପିଟାଲ୍‌ରେ ମିଳୁନି ବେଡ୍‌,ଶ୍ମଶାନରେ ପଡ଼ି ରହୁଛି ଶବ...

Advertisment

ସୂଚନାଯୋଗ୍ୟ ଯେ, ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚୀନ କୋଭିଡ ମୃତକଙ୍କ ସଂଖ୍ୟା ଲୁଚାଉଥିବା ଘଟଣା ନେଇ ଚିନ୍ତା ପ୍ରକଟ କରିଥିଲା। ଖବର ସରବରାହ ସଂସ୍ଥା ରଏଟର ସୂତ୍ରରୁ ଉପରୋକ୍ତ ତଥ୍ୟ ପ୍ରକାଶ ପାଇଛି। ଏହି ସୂତ୍ରରୁ ଜଣାପଡ଼ିଛି ଯେ, ଗତ ଡିସେମ୍ବର ପ୍ରଥମ ସପ୍ତାହ ଠାରୁ ଏଯାବତ୍ ଚୀନ୍‌ରେ କୋଭିଡ ମୃତ୍ୟୁ ସଂଖ୍ୟା ୬୦ ହଜାର ବୋଲି କୁହାଯାଉଥିବା ବେଳେ ଏହି ସଂଖ୍ୟାର ସତ୍ୟତା ନେଇ ସନ୍ଦେହ ପ୍ରକାଶ ପାଉଛି। କାରଣ ଏହା କେବଳ ଡାକ୍ତରଖାନା ହିସାବ। କିନ୍ତୁ କୋଭିଡରେ ଆକ୍ରାନ୍ତ ହୋଇ ଘରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ଏଥିରେ ସାମିଲ୍ ନାହିଁ।   

COVID19 Covid Deaths Coronavirus
Advertisment
Advertisment