/odishatv-khabar/media/post_attachments/uploadimage/library/16_9/16_9_0/BSKY_1710558168.jpg)
BSKY
ନା ସେମାନେ କେବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ହେଲଥ କାର୍ଡ ପାଇଥିଲେ ନା କେବେ ସେହି କାର୍ଡ ଜରିଆରେ ଝିଅର ଚିକିତ୍ସା କରାଇଥିଲେ। ତଥାପି ସେହି କାର୍ଡକୁ ବ୍ୟବହାର କରି ୨ ଲକ୍ଷ ଟଙ୍କା ଉଠାଇ କିଏ ହଡ଼ପ କରିଦେଇଛି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସହରରୁ ଆସିଛି ଏଭଳି ଏକ ଅଭିଯୋଗ।
ଜଳେଶ୍ୱର ପୌରାଞ୍ଚଳର ୧୫ ନମ୍ବର ୱାର୍ଡର ଉର୍ମିଳା ପ୍ରଧାନ ଏବଂ ତାଙ୍କ ସ୍ୱାମୀ ସୁମନ୍ତ ପ୍ରଧାନ ଏଭଳି ଅଭିଯୋଗ ଆଣିଛନ୍ତି। ତାଙ୍କ ଝିଅ ସ୍ମୃତିଲେଖା ପ୍ରଧାନଙ୍କ ଗୋଡ଼ରେ ସମସ୍ୟା ଥିବା ଦର୍ଶାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଜରିଆରେ ୨ ଲକ୍ଷ ଟଙ୍କାରେ ତାଙ୍କର ଅସ୍ତ୍ରୋପଚାର କରାଯାଇଛି। ଏଥିପାଇଁ ପରିବାର ପକ୍ଷରୁ କୃତଜ୍ଞତା ଜଣାଇଥିବା ପ୍ରଚାର ପୋଷ୍ଟରରେ ଦର୍ଶାଯାଇଛି। କିନ୍ତୁ ଏହାକୁ ଖଣ୍ଡନ କରିବା ସହ ମିଥ୍ୟା ପ୍ରଚାର ବୋଲି କହିଛନ୍ତି, ପରିବାର ଲୋକେ। ଜଳେଶ୍ବର ପୌରାଞ୍ଚଳ ଫଟୋକୁ ବ୍ୟବହାର କରି ମିଥ୍ୟା ତଥ୍ୟ ଦେଇଛି ବୋଲି ସ୍ମୃତିଲେଖାଙ୍କ ବାପା, ମା’ ଅଭିଯୋଗ କରିଛନ୍ତି।
ତେବେ ଜଳେଶ୍ୱର ପୌରାଞ୍ଚଳ ନିର୍ବାହୀ ଅଧିକାରୀ କହିଛନ୍ତି, ଥାର୍ଡ଼ ପାର୍ଟି ଏଭଳି କାମ କରିଛି। ଏଥିରେ ଆମର କୌଣସି ସଂପୃକ୍ତି ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)