/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750738770.jpg)
CDPO in Vigilance Net
ଦରମା ପୁରିଲାନି, ଶେଷରେ ଲାଞ୍ଚ ପାଇଁ ହାତ ପକାଇ ଅକଳରେ ପଡ଼ିଯାଇଛନ୍ତି ସରକାରୀ କର୍ମଚାରୀ । ରାୟଗଡ଼ା ଜିଲ୍ଲା ବିଷମକଟକ ସିଡିପିଓ ଶୁଶିଳା ଶବର ଏବଂ କିରାଣୀ ରାମଚନ୍ଦ୍ର ପାତ୍ର ଭିଜିଲାନ୍ସରେ ପଡ଼ିଛନ୍ତି । ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଧରି ଉଭୟଙ୍କୁ ଗିରଫ କରିଛି । ମିଳିଥିବା ସୂଚନା ଅନୁଯାୟୀ, ଚାଟିକଣା ପଞ୍ଚାୟତ ହୁତେଶି ଗାଁର ଅଙ୍ଗନୱାଡି କର୍ମୀ ସୀତା ୱାଡେକାଙ୍କଠାରୁ ୮୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ।
Advertisment
ସୀତାଙ୍କ ଠାରୁ ସେମାନେ ଶୁଶିଳା ଶବର ଆକାଉଣ୍ଟରେ ପ୍ରଥମେ ୨୦ ହଜାର ଟଙ୍କା, ପରେ ବଳକା ୮୦ ହଜାର ଟଙ୍କା ନଗଦ ନେଉଥିଲେ। ଠିକ୍ ଏହି ସମୟରେ ରାୟଗଡା ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍ ତାଙ୍କୁ ଧରିଥିଲେ। ଭିଜିଲାନ୍ସ କାର୍ଯ୍ୟାଳୟରେ ଉଭୟଙ୍କୁ ଧରି ଜେରା କରୁଛନ୍ତି ଭିଜିଲାନ୍ସ ଅଧିକାରୀ।
ଅଧିକ ପଢନ୍ତୁ: ଲୋଭ ଛାଡୁନି; ଭିଜିଲାନ୍ସ ଜାଲରେ ଫସିଲେ ମହିଳା କନିଷ୍ଠ ଯନ୍ତ୍ରୀ
Advertisment


Related Articles
Air India suspends several flights: ଅଶାନ୍ତ ମଧ୍ୟପ୍ରାଚ୍ୟ; ଏୟାର ଇଣ୍ଡିଆ ବିମାନ ଉଡାଣ ବନ୍ଦ, ଆଡଭାଇଜରି ଜାରି କଲେ ଏହି ବିମାନ କମ୍ପାନୀ
POSTED · 24 Jun 2025, 08:56 IST

Iran's attack on US airbase: ଆମେରିକାର ଏୟାରବେସ୍ ଉପରେ ଭୟଙ୍କର ମିଜାଇଲ ମାଡ କଲା ଏହି ଦେଶ
POSTED · 24 Jun 2025, 11:38 IST

Yellow warning for rain: ଝଡତୋଫାନ ପାଇଁ ୟେଲୋ ଆଲର୍ଟ, ୩୦ରୁ ୪୦ କିମି ବେଗରେ ବହିବ ପବନ
POSTED · 24 Jun 2025, 08:45 IST
