Advertisment

Government Office Corruption: ପଦାରେ ପଡିଲା ଶ୍ରମ କାର୍ଯ୍ୟାଳୟର ଦୁର୍ନୀତି; ଲାଞ୍ଚ ନ ଦେଲେ ଉଠୁନି କଲ୍ୟାଣ ପାଣ୍ଠି ଟଙ୍କା

ପଦାରେ ପଡିଲା ଜଗତସିଂହପୁର ଜିଲ୍ଲା ଶ୍ରମ ବିଭାଗ କାର୍ଯ୍ୟାଳୟରେରେ ଚାଲିଥିବା ଦୁର୍ନୀତି। ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠିରୁ ସହାୟତା ଅର୍ଥ ରାଶି ମଞ୍ଜୁର କରିବା ପାଇଁ ଜିଲା ଶ୍ରମ କାର୍ଯ୍ୟାଳୟ ର ଡାଟା ଏଣ୍ଟ୍ରି ଅପରେଟର ହିତାଧିକାରୀଙ୍କୁ ମୋଟା ଅଙ୍କର ଟଙ୍କା ଦାବି କରିବା ଅଡିଓ ଭାଇରାଲ ହୋଇଛି।

author-image
Pramod Behera
Government Office Corruption

ପଦାରେ ପଡିଲା ଶ୍ରମ କାର୍ଯ୍ୟାଳୟର ଦୁର୍ନୀତି Photograph: (OTV)

ପଦାରେ ପଡିଲା ଜଗତସିଂହପୁର ଜିଲ୍ଲା ଶ୍ରମ ବିଭାଗ କାର୍ଯ୍ୟାଳୟରେରେ ଚାଲିଥିବା ଦୁର୍ନୀତି। ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠିରୁ ସହାୟତା ଅର୍ଥ ରାଶି ମଞ୍ଜୁର କରିବା ପାଇଁ ଜିଲା ଶ୍ରମ କାର୍ଯ୍ୟାଳୟ ର ଡାଟା ଏଣ୍ଟ୍ରି ଅପରେଟର ହିତାଧିକାରୀଙ୍କୁ ମୋଟା ଅଙ୍କର ଟଙ୍କା ଦାବି କରିବା ଅଡିଓ ଭାଇରାଲ ହୋଇଛି। ଲାଞ୍ଚ ଟଙ୍କା ଦେବାରେ ବିଳମ୍ବ କରିବାରୁ ହିତାଧିକାରୀଙ୍କୁ ବିଭାଗୀୟ ୱେବସାଇଡରେ ମୃତ ଦର୍ଶାଇ ଦିଆଯାଇଛି। 

Advertisment

ଜିଲ୍ଲାରେ ଖୁଲୁମଖୁଲା ଚାଲିଛି ଗରିବ ହିତାଧିକାରୀଙ୍କ ଠାରୁ ଜୋର ଜବରଦସ୍ତ ଟଙ୍କା ଆଦାୟ। ଜଗତସିଂହପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ସୀମା ଟପିଲାଣି ଦୁର୍ନୀତି। ଏହି କାର୍ଯ୍ୟାଳୟରେ ଜନୈକ ହିତାଧିକାରୀଙ୍କର ଶ୍ରମିକ କଲ୍ୟାଣ ପାଣ୍ଠିରୁ ସହାୟତା ରାଶି ମଞ୍ଜୁର କରିବା ପାଇଁ କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟର ପୁଷ୍ପିତା ଷଡ଼ଙ୍ଗୀ ମୋଟା ଅଙ୍କର ଟଙ୍କା ଦାବି କରିବାର ଏକ ଅଡିଓ ଭାଇରାଲ ହେବାପରେ ଆଲୋଡନ ସୃଷ୍ଟି କରିଛି। 

ବାଲିକୁଦା ବ୍ଲକ ଦୁଆ ଗାଁର ନିର୍ମାଣ ଶ୍ରମିକ ଧ୍ରୁବ ଚରଣ ପାଇଟାଳ ତାଙ୍କର ପୁଅ ଓ ଝିଅଙ୍କ ପାଠ ପଢିବା ପାଇଁ ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠିରୁ ସହାୟତା ପାଇଁ ଆବେଦନ କରିଥିଲେ। ହେଲେ ସହାୟତା ରାଶି ଟଙ୍କା ମଞ୍ଜୁର କରିବାକୁ ଡାଟାଏଣ୍ଟ୍ରି ଅପରେଟର ତାଙ୍କୁ ଫୋନ ମାଧ୍ୟମରେ ମୋଟା ଅଙ୍କର ଟଙ୍କା ମାଗିଥିଲେ। ଲେବର ଅଫିସର ଓ ଆଡିସନାଲ ଲେବର ଅଫିସର ଟଙ୍କା ନ ପାଇଲେ ଫାଇଲରେ ଦସ୍ତଖତ କରିବେ ନାହିଁ ବୋଲି ସେ ତାଙ୍କୁ କହିଥିଲେ। 

Advertisment

ଆରପଟେ ଲାଞ୍ଚ ଟଙ୍କା ଦେବାରେ ବିଳମ୍ବ ହେବାରୁ ସମ୍ପୃକ୍ତ ହିତାଧିକାରୀଙ୍କୁ ବିଭାଗୀୟ ୱେବସାଇଡ୍‌ରେ ମୃତ ଘୋଷଣା କରି ଦେଇଥିବା ଅଭିଯୋଗ ହୋଇଛି। 

ଏହି ଘଟଣା ପଦାକୁ ଆସିବା ପରେ ଜିଲ୍ଲା ଶ୍ରମ ଅଧିକାରୀ ସ୍ମୃତିରେଖା ନାୟକ ଏଥିରେ ସମ୍ପୃକ୍ତ ନ ଥିବା ଦର୍ଶାଇ ସମ୍ପୃକ୍ତ ଡାଟାଏଣ୍ଟ୍ରି ଅପରେଟରଙ୍କ ନାଁରେ ଜଗତସିଂହପୁର ଥାନାରେ ଏତାଲା ଦେଇଛନ୍ତି। ଏଥିରେ ତାଙ୍କର କୌଣସି ସମ୍ପୃକ୍ତି ନ ଥିବାର ସେ କହିଛନ୍ତି। ଅନ୍ୟପକ୍ଷରେ ଏହାର ଅଧିକ ତଦନ୍ତ କରାଯାଇ ଯେଉଁମାନେ ଏହି ଲାଞ୍ଚ କାରବାରରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ସହକାରୀ ଲେବର କମିଶନର ବାବା ଆନନ୍ଦ ରଞ୍ଜନ ଦାସ କହିଛନ୍ତି। 

ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଘଟଣାର ସଠିକ ତଦନ୍ତ କରିବା ସହ ଏହି କାର୍ଯ୍ୟାଳୟରେ ଚାଲିଥିବା ଲାଞ୍ଚ କାରବାରରେ ଆଉ କେଉଁମାନେ ସମ୍ପୃକ୍ତ ଓ କେତେ ଦିନ ହେଲାଣି ଏପରି ଦୁର୍ନୀତି ତା’ର ପର୍ଦାଫାସ ହେବା ଜରୁରୀ ହୋଇପଡିଛି।

Jagatsinghpur Bribe Corruption
Advertisment
Advertisment