Advertisment

Cash for Promotion: ବଡ ବାବୁ ଖୁସି ହେଲେ ମିଳିବ ପ୍ରମୋଶନ, ପଠାଉଛନ୍ତି ପ୍ରାଇଭେଟ୍ ଫଟୋ

ବଡ଼ବାବୁଙ୍କୁ ଖୁସି କଲେ ମିଳିବ ପ୍ରମୋସନ୍। ଦେଉଛନ୍ତି ପ୍ରାଇଭେଟ୍ ଫଟୋ, ମାଗୁଛନ୍ତି ମୋଟା ଟଙ୍କା। ସରକାରୀ ବାବୁଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ।

author-image
Prasan Subudhi
ଖୁସି କଲେ ମିଳିବ ପ୍ରମୋସନ

ଖୁସି କଲେ ମିଳିବ ପ୍ରମୋସନ

ଲୋକଙ୍କ ମନରୁ ଲିଭିନି ବାଲେଶ୍ଵର ଏଫ୍ ଏମ୍ ଛାତ୍ରୀ ମୃତ୍ୟୁ ଘଟଣା। ଜଣେ ଅଧ୍ୟାପକ ଛାତ୍ରୀଙ୍କୁ ମାଗୁଥିଲେ ଫେବର ଅ।ଉ ଏଥିପାଇଁ ଅଭିଯୋଗ କରିବା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନହେବା ଫଳରେ ଛାତ୍ରୀ ଜଣକ ଅ।ତ୍ମାହୁତି ଦେଇଥିଲେ। ଠିକ ଅନୁରୁପ ଅଭିଯୋଗ ଅ।ସିଛି ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ କିରାଣୀ ଅଶୋକ କୁମାର ପଣ୍ଡାଙ୍କ ନାମରେ।

Advertisment

ଜିଲ୍ଲାର ବିଭିନ୍ନ ସ୍ଵାସ୍ଥ୍ୟ କେନ୍ଦ୍ରରେ କାମ କରୁଥିବା ମହିଳା ସ୍ଵାସ୍ଥ୍ୟ କର୍ମୀଙ୍କୁ ଅନେକ ସମୟରେ ଦୁଃବ୍ୟବହାର କରିବା ସହ, ପ୍ରମୋସନ ପାଇଁ ଖୁସି କରିବାକୁ ପଡ଼ିବ କହି ଫେବର ମାଗୁଛନ୍ତି ବାବୁ। ଏପରିକି ମହିଳା କର୍ମୀଙ୍କୁ ପ୍ରାଇଭେଟ୍ ପଟୋ ପଠାଉଥିବା ନେଇ ଅ।ସିଛି ସାଙ୍ଗାତିକ ଅଭିଯୋଗ। ପଣ୍ଡା ବାବୁ ଏଠାରେ ପ୍ରାୟ 15 ବର୍ଷ ହେଲା କାମ କରୁଛନ୍ତି। ଅ।ଉ ମହିଳା ସ୍ଵାସ୍ଥ୍ୟ କର୍ମୀ ମାନଙ୍କ କୌଣସି କାମ ପଡିଲେ ତାଙ୍କୁ ମୋଟା ଅଙ୍କର ଟଙ୍କା ମାଗିବା ସହ ଫେବର ମାଗୁଛନ୍ତି।

ପଦୋନ୍ନତି ପାଇବାକୁ ଥିବା କର୍ମୀଙ୍କ ଫାଇଲକୁ ଚାପି ରଖୁଛନ୍ତି ଏହି କରିତକର୍ମା ବଡ଼ବାବୁ। ଅନେକ ସମୟରେ ଦୁଃବ୍ୟବହାର କରୁଛନ୍ତି। ଏହି ସମ୍ପର୍କରେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜଣାଇବା ସହ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଫଳ ଶୁନ।

Advertisment

ବରିଷ୍ଠ କିରାଣୀ ଅଶୋକ ପଣ୍ଡା ଓ ଅନ୍ୟ ଜଣେ କିରାଣୀ ରଂଜନ ନାଏକଙ୍କ ବିରୁଦ୍ଧରେ ଆସିଛି ଅଭିଯୋଗ। ପ୍ରାୟ 15 ବର୍ଷ ଧରି ଏମିତି କାର୍ଯ୍ୟରେ ଲିପ୍ତ ରହିଛନ୍ତି। ଅ।ଉ ଏଥିପାଇଁ ସୁଚନା ଅଧିକାର କର୍ମୀ ସୁଚନା ମାଗିବା ପରେ ମଧ୍ୟ କୌଣସି ପ୍ରକାରର ସୁଚନା ଦିଅ।ଯାଉନଥିବା ଅଭିଯୋଗ ଆସିଛି।

ସେପଟେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏକ ତଦନ୍ତ କମିଟୀ କରାଯାଇ ସମସ୍ତ ବିଷୟର ତଦନ୍ତ କରାଯିବ।

ତେବେ ଏହି ଅଭିଯୋଗ ନେଇ ବରିଷ୍ଠ କିରାଣୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ଯଦି ତାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗ ସତ ହୁଏ, ତେବେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାକୁ ହିଁ ଅପେକ୍ଷା ।

Bribe Promotion Odisha Govt Employees Private Videos
Advertisment
Advertisment