/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748584987.jpg)
CBI Arrested ED Deputy Director
ଭୁବନେଶ୍ୱରର ED ଡେପୁଟି ଡାଇରେକ୍ଟରଙ୍କୁ ଗିରଫ କଲା CBI । ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀଙ୍କୁ ଗିରଫ କରିଛି CBIର ଏକ ଟିମ୍ । କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ଗିରଫ କରିଛି CBI । ଆଜି ଚିନ୍ତନ ରଘୁବଂଶୀଙ୍କୁ CBI କୋର୍ଟ ଚାଲାଣ କରିପାରେ । ସୂଚନା ଅନୁସାରେ, ଗତକାଲି(ଗୁରୁବାର) ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଲାବେଳେ ମାଡ଼ି ବସିଥିଲା CBI । ଖଣି ମାମଲାର ରଫାଦଫା ପାଇଁ ୫୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା । ପ୍ରଥମେ ୨୦ ଲକ୍ଷ ଟଙ୍କା ଓ ପରେ ୩୦ ଲକ୍ଷ ଦେବାର ଯୋଜନା ରହିଥିଲା । ହେଲେ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଚିନ୍ତନ ରଘୁବଂଶୀ ଧରାପଡିଛନ୍ତି ।
ଜଣେ ବ୍ୟବସାୟୀଙ୍କ ନାଁରେ ଥିବା ED ମାମଲାର ରଫାଦଫା ପାଇଁ ଲାଞ୍ଚ ନେଉଥିଲେ ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ । ଖୋଦ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ ଲାଞ୍ଚ ନେବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ରେଡ୍ ହ୍ୟାଣ୍ଡେଡ ଧରିଥିଲା CBI ଟିମ୍ । ଏହାପରେ ତାଙ୍କୁ ଜେରା କରାଯିବା ପରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ପରେ ଗିରଫ କରାଯାଇଥିବା ଜଣାପଡ଼ିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)