/odishatv-khabar/media/post_attachments/uploadimage/library/16_9/16_9_0/BRIBE_1757054734.jpg)
BRIBE
ହସପିଟାଲରେ ଲାଞ୍ଚ କାରବାର। ପ୍ରସୂତୀଙ୍କଠାରୁ ନିଆଯାଇଛି ଶହ ଶହ ଟଙ୍କା ଲାଞ୍ଚ । ଲାଞ୍ଚ ନେବା ବେଳର ଭିଡିଓ ଗୁପ୍ତ କ୍ୟାମେରାରେ କଏଦ ହୋଇଛି । ଏଭଳି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ | MCH ବିଲ୍ଡିଂରେ ପିଲା ଜନ୍ମ ପରେ ଜଣେ ପ୍ରସୂତିଙ୍କଠାରୁ ଆଶା କର୍ମୀ ଟଙ୍କା ନେଉଥିବା ଦେଖିବାକୁ ମିଳିଛି । ୧୮ ଶହ ଟଙ୍କା ଆଶା କର୍ମୀ ଗୌରୀ ବାଗ ନେଉଥିବା ଭିଡିଓରେ ଦେଖିବାକୁ ମିଳିଛି ।
Advertisment
ସୂଚନା ଅନୁଯାୟୀ, ଦାଦନଗଡ ଭାବେ ପରିଚିତ ତୁରେଇକେଲା ବ୍ଲକ ବଡ଼ବାଙ୍କି ପଂଚାୟତ ମୁରିବାହାଲ ଗାଁର ମନ ଜଗତ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ | ତାଙ୍କ ଠାରୁ ଆଶା କର୍ମୀ ଜଣଙ୍କ ଟଙ୍କା ନେଉଥିବା ଅଭିଯୋଗ ରହିଛି। ଏମିତିକି ଡାକ୍ତରଙ୍କଠାରୁ ସ୍ୱିପରଙ୍କ ପର୍ଯ୍ୟନ୍ତ ଏଥିରୁ କାହାର କେତେ ଭାଗ ଅଛି ସେନେଇ ବଖାଣିଛନ୍ତି ଆଶା କର୍ମୀ । ତେବେ ଏନେଇ ସଂପୃକ୍ତ ଆଶା କର୍ମୀ ଓ ମେଡିକାଲ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)