/odishatv-khabar/media/post_attachments/uploadimage/library/16_9/16_9_0/Bird_Flu_1752410264.jpg)
Bird Flu
ବାର୍ଡ ଫ୍ଲୁରେ ସଂକ୍ରମିତ ପୁରୀ ଜିଲ୍ଲାର ଡେଲାଙ୍ଗ ଅଞ୍ଚଳ l ଆଜି ଦ୍ବିତୀୟ ଦିନରେ ବି କୁକୁଡା ମରା ଅଭିଯାନ ଜାରି ରହିଛି । ଆଜି କୋଠାବାଡ଼ ପଂଚାୟତ ର ବଡ଼ ଅଂକୁଲା ଗ୍ରାମରେ ପ୍ରଶାନ୍ତ ପ୍ରଧାନଙ୍କ ଫାର୍ମରୁ ସାମ୍ପୁଲ ଜଣାପଡିବା ପରେ କିଲିଂ କରାଯାଇଛି l ଅଜି ୩ ହଜାର ୪୨୫ କୁକୁଡା କଲିଂ କରିଛି ପ୍ରାଣୀ ଚିକିତ୍ସା ବଭାଗ l ଗତ କାଲି ପ୍ରଥମ ପର୍ଯ୍ୟାୟରେ ଡେଲାଙ୍ଗ ବେନୁପଡ଼ା ସ୍ଥିତ ରିତା ରାୟଙ୍କ ଫାର୍ମ ରୁ ୩ ହଜାର ୩୧୬ କୁକୁଡ଼ା ମରାଯାଇଥିଲା ।
୫ଟି RRT ଟିମ୍ ପହଞ୍ଚି କୁକୁଡ଼ା କିଲିଂ କରିଛନ୍ତି l ଏହା ସହିତ ଆଜି ଡେ଼ଲାଙ୍ଗର ୫ଟି କୁକୁଡ଼ା ଫାର୍ମରୁ ନମୂନା ସଂଗ୍ରହ କରଯାଇ ସଂରକ୍ଷିତ ରଖାଯାଉଛି। ଏହାକୁ ଆସନ୍ତା କାଲି ଭୋପାଳ ସ୍ଥିତ NIHSAD ପରୀକ୍ଷଣ କେନ୍ଦ୍ରକୁ ପଠାଯିବ l ଚି଼ହ୍ନଟ ଅଞ୍ଚଳ ଠାରୁ 10 କିମି ପରିଧି ମଧ୍ୟରେ ମୋଟ ୨ଗୋଟି ରାପିଡ଼ ରେସପନ୍ସ ଟିମ୍ ସର୍ବେକ୍ଷଣ କାର୍ଯ୍ୟ କରା ଯାଇଛି l ଆଜି ସୁଦ୍ଧା ମୋଟ୍ ୬ ହଜାର ୭୩୧ ବାର୍ଡ କଲିଙ୍ଗ କରଯାଇ ସଂକ୍ରମଣ ରୋକିବାକୁ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପ୍ରୟାସ ଜାରି ରଖିଛି l
ଗତ ୧୦ ତାରିଖରେ ରାଜ୍ୟରେ ବାର୍ଡ ଫ୍ଲୁ ଭୟ ଦେଖାଦେଇଥିଲା । ଡେଲାଙ୍ଗ ଅଞ୍ଚଳରେ କୁକୁଡ଼ା ମଡ଼କ ଚାଷୀଙ୍କ ଚିନ୍ତା ବଢ଼ାଇଥିଲା । ଫଳରେ ଛାନିଆଁ ହୋଇଥିଲେ ସ୍ଥାନୀୟ ବାସିନ୍ଦା । ପରେ ଏ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ପ୍ରତିକ୍ରିୟା ରଖିଥିଲେ । ସେହି ସମୟରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ କହିବା ଅନୁସାରେ ଡେଲାଙ୍ଗ ଅଞ୍ଚଳରେ ପ୍ରାୟ ୩ ହଜାର କୁକୁଡ଼ା ମରିଥିଲେ ।
ଜନସ୍ୱାସ୍ଥ୍ୟ ଟିମ ଡେଲାଙ୍ଗରେ ବୁଲିଥିଲେ । ଭେଟେରିନାରୀ ବିଭାଗ ନମୁନା ସଂଗ୍ରହ କରାଯାଇଥିଲା । ଯେଉଁ ଫାର୍ମରେ ଯିଏ କାମ କରୁଥିଲେ, ସେମାନଙ୍କ ଘରକୁ ଯାଇ ଥଣ୍ଡା ଜ୍ୱର ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲା ବିଭାଗ । ଭେଟେରିନାରୀ ବିଭାଗ ରିପୋର୍ଟ ଦେବା ପରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି । ଆଉ ଏବେ ଡେଲାଙ୍ଗରେ ଚାଲିଛି କୁକୁଡ଼ା ମରା ଅଭିଯାନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)