Advertisment

Mysterious DIsease: ତେଲଙ୍ଗାନାରେ କୁକୁଡ଼ା ମଡ଼କ, ଅଜଣା ରୋଗରେ ମଲେଣି ଅଢ଼େଇ ହଜାର

ତେଲଙ୍ଗାନାରେ ଏକ ଅଜଣା ରୋଗରେ କୁକୁଡା ମାନଙ୍କ ମୃତ୍ୟୁ ଘଟୁଛି। ଏହି ଅଜଣା ରୋଗର ଆତଙ୍କ ଖେଳି ଯାଇଥିବା ବେଳେ ମାତ୍ର ୩ ଦିନରେ ଅଢେଇ ହଜାର କୁକୁଡା ଛୁଆଙ୍କ ମୃତ୍ୟୁ ହୋଇଛି।

author-image
Saroj Kumar Jena
ଅଦ୍ୟତନ ହୋଇଛି
chicken

chicken

ତେଲଙ୍ଗାନାରେ ଏକ ଅଜଣା ରୋଗରେ କୁକୁଡା ମାନଙ୍କ ମୃତ୍ୟୁ ଘଟୁଛି। ଏହି ଅଜଣା ରୋଗର ଆତଙ୍କ ଖେଳି ଯାଇଥିବା ବେଳେ ମାତ୍ର ୩ ଦିନରେ ଅଢେଇ ହଜାର କୁକୁଡା ଛୁଆଙ୍କ ମୃତ୍ୟୁ ହୋଇଛି। କୋନ୍ନୁର ମଦନପୁରମ ମଣ୍ଡଳରେ ଏହି ଅଘଟଣ ଘଟିଛି। ବାର୍ଡ ଫ୍ଲୁ ଭଳି ଏହି ରୋଗରେ କୁକୁଡା ମାନଙ୍କ ମୃତ୍ୟୁ ହେଉଛି।

Advertisment

ସ୍ଥାନୀୟ କୁକୁଡା ଫାର୍ମ ଗୁଡିକରେ ଏହି ଘଟଣାକୁ ନେଇ ଆତଙ୍କ ଖେଳି ଯାଇଛି। ତେଲଙ୍ଗାନା ସରକାରଙ୍କ ପକ୍ଷରୁ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। କୋନ୍ନୁର ମଦନପୁରମ ଜିଲ୍ଲା ମୁଖ୍ୟ ପଶୁ ଡାକ୍ତର କେ ଭେଙ୍କଟେଶ୍ବରଙ୍କ ଅନୁସାରେ ପ୍ରଥମେ ଏକ ଲୋକାଲ ଫାର୍ମରେ ଏହି ରୋଗ ଲକ୍ଷ୍ୟ କରାଯାଇଥିଲା। ଏହି ଫାର୍ମରେ ୫୫୦୦ ଚିକେନ ରହିଥିବା ବେଳେ ଫେବୃଆରୀ ୧୬ ତାରିଖରେ ପ୍ରଥମେ ପକ୍ଷୀ ମଡକ ଦେଖିବାକୁ ମିଳିଥିଲା।

୧୬ ତାରିଖରେ ୧୧୭ ଜଣ ପକ୍ଷୀଙ୍କ ମୃତ୍ୟୁ ଘଟିଥିଲା। ୧୭ ତାରିଖରେ ଏହି ମୃତ୍ୟୁ ସଂଖ୍ୟା ଆହୁରି ବଢିଥିଲା। ୧୮ ତାରିଖରେ ମଧ୍ୟ ସମାନ ପରସ୍ଥିତି ଜାରି ରହିଥିଲା। ଏହି ଘଟଣା ପରେ ଭେଙ୍କଟେଶ୍ବର ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ପଶୁପାଳନ ବିଭାଗ ସତର୍କତାର ସହ ଆଗକୁ ବଢୁଛି। ୧୭ ତାରିଖରେ ୩୦୦ କୁକୁଡାଙ୍କ ମୃତ୍ୟୁ ଘଟିଥିଲା। ସମାନ ଭାବରେ ୧୮ ତାରିଖରେ ମୃତ୍ୟୁ ଜାରି ରହିବା ପରେ ଫାର୍ମ ମାଲିକ ସନ୍ଦେହରେ ପଶୁପାଳନ ବିଭାଗକୁ ସୂଚିତ କରିଥିଲେ। ପରବର୍ତ୍ତୀ ୩ ଦିନ ମଧ୍ୟରେ ଅଢେଇ ହଜାର କୁକୁଡାଙ୍କ ମୃତ୍ୟୁ ଘଟିଛି।

Advertisment

ନିକଟସ୍ଥ କୁକୁଡା ଫାର୍ମ ଗୁଡିକ ପଶୁ ଅଧିକାରୀ ମାନେ ଭ୍ରମଣ କରିବା ସହିତ ସଂକ୍ରମତ କୁକୁଡା ମାନଙ୍କୁ ହତ୍ୟା କରୁଛନ୍ତି। ଏହା ସହିତ ସମସ୍ତ ଫାର୍ମ ମାଲିକଙ୍କୁ ବାୟୋ ସିକ୍ୟୁରିଟି ନିୟମ ମାନିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ୨୫୦୦ ପକ୍ଷୀଙ୍କ ଏଯାବତ ମୃତ୍ୟୁ ଘଟିଥିବା ବେଳେ ମୃତ ପକ୍ଷୀ ମାନଙ୍କ ନମୂନା ପରୀକ୍ଷଣ ପାଇଁ ନିଆଯାଇଛି। ଏହା ସହିତ ପରୀକ୍ଷଣ ପରେ କେଉଁ କାରଣରୁ କୁକୁଡା ମାନଙ୍କ ମୃତ୍ୟୁ ହେଉଛି ତାହା ସ୍ପଷ୍ଟ ହେବ। ମୃତ କୁକୁଡା ମାନଙ୍କ ପରୀକ୍ଷଣ ପାଇଁ ଏକ ସ୍ବତନ୍ତ୍ର ଲାବୋରୋଟାରୀର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହି ଅଜଣା ରୋଗ ଯେମିତି ଅନ୍ୟ ଜିଲ୍ଲାକୁ ନ ବ୍ୟାପେ ସେଥି ପ୍ରତି ସତର୍କ ରହିବା ପାଇଁ ସମସ୍ତ ଫାର୍ମ ମାଲିକଙ୍କୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Telangana Bird Flu
Advertisment
Advertisment