/odishatv-khabar/media/post_attachments/uploadimage/library/16_9/16_9_0/Bird_flu_1752147055.jpg)
Bird flu
ରାଜ୍ୟରେ ବଢ଼ିଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗ ଅଞ୍ଚଳରେ କୁକୁଡ଼ା ମଡ଼କ । ଚିନ୍ତାରେ ଚାଷୀ, ଛାନିଆଁ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ବାର୍ଡ ଫ୍ଲୁକୁ ନେଇ ଡେଲାଙ୍ଗରେ ଏବେ ଭୟ ବଢ଼ିବାରେ ଲାଗିଛି । ଆଉ ଏହାକୁ ନେଇ ଖେଦ୍ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ କହିବା ଅନୁସାରେ ଡେଲାଙ୍ଗ ଅଞ୍ଚଳରେ ପ୍ରାୟ ୩ ହଜାର କୁକୁଡ଼ା ମରିଛନ୍ତି । ଭେଟେରିନାରୀ ବିଭାଗ ନମୁନା ସଂଗ୍ରହ କରିଛି । ଜନସ୍ୱାସ୍ଥ୍ୟ ଟିମ ଡେଲାଙ୍ଗରେ ବୁଲୁଛନ୍ତି । ଯେଉଁ ଫାର୍ମରେ ଯିଏ କାମ କରୁଥିଲେ, ସେମାନଙ୍କ ଘରକୁ ଯାଇ ଥଣ୍ଡା ଜ୍ୱର ସର୍ଭେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭେଟେରିନାରୀ ବିଭାଗ ରିପୋର୍ଟ ଦେବା ପରେ ଜଣାପଡିବ ଯେ ଏହା ବାର୍ଡ ଫ୍ଲୁ କି ନୁହେଁ ।
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ରଙ୍କ ଏପରି ପ୍ରତିକ୍ରିୟା ପରେ ଚାଷୀଙ୍କ ଭୟ ବଢ଼ିଛି । ହେଲେ ଏହା ବାର୍ଡ ଫ୍ଲୁ କି ନୁହେଁ ତା’ ସ୍ପଷ୍ଟ ହେବା ପରେ ଜଣାପଡ଼ିବ । ପୂର୍ବରୁ ମଧ୍ୟ ଗତ ବର୍ଷ ଡେଲାଙ୍ଗ ବାତଳ ଗାଁର କୁନାମଣି ପରିଡା । ଫାର୍ମରେ ପ୍ରାୟ ୨ ହଜାର କୁକୁଡା ପାଳିଥିଲେ । ଅତି ଯତ୍ନର ସହ ପରିବାର ଭଳି ଖାଇବା, ପିଇବାକୁ ଦେଉଥିଲେ । ହେଲେ ଫାର୍ମରେ ପ୍ରଶାସନ ପକ୍ଷରୁ କୁକୁଡାଙ୍କୁ ମାରି ପୋତି ଦିଆଯାଇଥିଲା । କୋହଭରା କଣ୍ଠରେ କୁନାମଣି ସରକାରଙ୍କୁ କୋହଭରା କଣ୍ଠରେ ନିବେଦନ କରିଥିଲେ ।
ପ୍ରତିବର୍ଷ ବାର୍ଡ ଫ୍ଲୁ ଚିହ୍ନଟ ପରେ ଅନେକ କୁକୁଡ଼ା ଚାଷୀଙ୍କ ଫାର୍ମ ଖାଲି ହୋଇଯାଇଛି । କିଚିରି ମିଚିରି ଶବ୍ଦରେ ଫାଟି ପଡୁଥିବା ଫାର୍ମ ଫାଙ୍କା ପଡ଼ୁଛି । ତେବେ ଲକ୍ଷ ଲକ୍ଷ ଟଙ୍କା ଋଣ କରି କୁକୁଡା ଚାଷ କରିଥିବା ଚାଷୀ ବ୍ୟାଙ୍କ ଋଣ ପୈଠ କରିବା କଷ୍ଟକର ହୋଇପଡିଛି । ପୁଣି ଋଣ କରି ଚାଷ କରିବା କଥା ଭାବିଲେ ବି ଡର ଲାଗୁଛି ।
ବିଶେଷ କରି ପୁରୀ ଜିଲ୍ଲାର ପିପିଲି ସତ୍ୟବାଦୀ, ନିମାପଡ଼ା ଓ ଡେଲାଙ୍ଗକୁ ଡେଉଁଛି ବାର୍ଡ ଫ୍ଲୁ ସଂକ୍ରମଣ । ଫଳରେ RRT ଟିମ୍ ପକ୍ଷରୁ ହଜାର ହଜାର କୁକୁଡାଙ୍କୁ ମାରି ଖାଲ କରି ପୋତି ଦିଆଯାଉଛି । ଏଥିସହ ଫାର୍ମ ସ୍ଥଳରେ ବ୍ଲିଚିଂ ପକାଇ ସାନିଟାଇଜ୍ କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)