• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆଜିଠୁ ଆରମ୍ଭ ହେଉଛି ୨ ହଜାର ଟଙ୍କିଆ ନୋଟର ବଦଳ ପ୍ରକ୍ରିୟା । ବ୍ୟାଙ୍କରେ ଆଜିଠାରୁ ୨୦୦୦ ଟଙ୍କିଆ ନୋଟ୍ ଲୋକମାନେ ଜମା କରୁଛନ୍ତି । ଲୋକେ ଚାହିଁଲେ ବ୍ୟାଙ୍କରେ ଦୁଇ ହଜାର ଟଙ୍କିଆ ନୋଟ୍ ମଧ୍ୟ ବଦଳାଇ ପାରିବେ । ୨ହଜାର ଟଙ୍କିଆ ବଦଳରେ ୫୦୦ ଟଙ୍କିଆ, ୨୦୦ ଟଙ୍କିଆ ଭଳି ଅନ୍ୟ ନୋଟ୍ ନେଇ ପାରିବେ । ଆଉ ଏଥିପାଇଁ ଅନେକ ବ୍ୟାଙ୍କ ଆଗରେ ଆଜି ଭିଡ଼ ଜମିଥିବା ଦେଖିବାକୁ ମିଳିଛି ।

ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ଗୋଲାପି ନୋଟ୍ ପ୍ରଚଳନକୁ ପ୍ରତ୍ୟାହର କରିବା ନେଇ ଘୋଷଣା କରିଥିବାବେଳେ ଆଜି ଠାରୁ ନୋଟ୍ ଏକ୍ସଚେଞ୍ଜ୍ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ଏହି ପ୍ରକ୍ରିୟା ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ହେଲେ ଆପଣ ଜାଣନ୍ତି କି ? ଏହି ସମୟ ମଧ୍ୟରେ ଯଦି ଆପଣଙ୍କ ୨ହଜାର ଟଙ୍କିଆ ନୋଟ୍ ନେବାକୁ ମନାକରାଯାଏ ତେବେ ଆପଣ ଏନେଇ ଅଭିଯୋଗ କରିପାରିବେ ।

ଅଧିକ ପଢ଼ନ୍ତୁ: ଆଜିଠୁ ୨ହଜାର ଟଙ୍କିଆ ନୋଟର ବଦଳ ପ୍ରକ୍ରିୟା,ସମସ୍ତ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କରେ ମିଳିବ ସୁବିଧା

ଗତ ଦୁଇଦିନ ହେଲା ୨୦୦୦ ଟଙ୍କା ବଦଳକୁ ନେଇ ସାଧାରଣ ଲୋକେ ବ୍ୟସ୍ତ ରହିଥିବା ଦେଖିବାକୁ ମିଳିଛି । ପେଟ୍ରୋଲ ପମ୍ପରେ ଲୋକମାନେ ପେଟ୍ରୋଲ-ଡିଜେଲ ପକାଇବା ସହ ନୋଟ୍‌ ଏକ୍ସଚେଞ୍ଜ କରୁଛନ୍ତି । ଯେଉଁଥି ପାଇଁ ପେଟ୍ରୋଲ ପମ୍ପ ଗୁଡ଼ିକର ମାଲିକ ଚିନ୍ତାରେ ରହୁଛନ୍ତି । ଲୋକମାନେ ମାତ୍ର ୨୦୦ ଟଙ୍କାରେ ପେଟ୍ରୋଲ ପକାଇ ୨ହଜାର ଟଙ୍କା ଦେଉଥିବାରୁ ଖୁଚୁରାର ଅଭାବ ହେଉଥିବା କୁହାଯାଉଛି ।

ହେଲେ ପେଟ୍ରୋଲ ପମ୍ପରେ ୨୦୦୦ ଟଙ୍କିଆ ନୋଟ୍‌ ଗ୍ରହଣ କରାଯାଉଛି । ମାତ୍ର କିଛି ସ୍ଥାନରେ ୨ହଜାର ଟଙ୍କା ଗ୍ରହଣ କରାଯାଉନଥିବା ମଧ୍ୟ ଖବର ମିଳୁଛି । ଏପରି ପରିସ୍ଥିତିରେ ଯଦି ଆପଣ ୨ହଜାର ଟଙ୍କିଆ ନୋଟ୍‌ ରଖିଛନ୍ତି । ଅଉ ସେହି ଟଙ୍କାକୁ କେହି ଗ୍ରହଣ କରୁନାହାଁନ୍ତି । ତେବେ ଆପଣ ଏନେଇ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିପାରିବେ ।

ଅଧିକ ପଢ଼ନ୍ତୁ: ଗ୍ରାହକଙ୍କୁ ଆଶ୍ୱସ୍ତି; SBI ରେ ଏକାଧିକ ଥର କରିହେବ ନୋଟ ବଦଳ

ଭାରତୀୟ ରିଜର୍ଭ ବ୍ୟାଙ୍କର ସୂଚନା ଅନୁସାରେ ଯଦି କୌଣସି ବ୍ୟାଙ୍କ ୨୦୦୦ ଟଙ୍କା ଗ୍ରହଣ କରିବାକୁ ମନାକରନ୍ତି, ତେବେ ଆପଣ ପ୍ରଥମେ ସେହି ବ୍ୟାଙ୍କର ମ୍ୟାନେଜରଙ୍କୁ ଏ ନେଇ ଜଣାଇପାରିବେ । ପରେ ବ୍ୟାଙ୍କ ଆପଣଙ୍କୁ ୩୦ ମଧ୍ୟରେ ଆପଣଙ୍କ ପ୍ରଶ୍ନର ଉତ୍ତର ଦେବ । ଯଦି ବ୍ୟାଙ୍କ ଏପରି ନକରେ କିମ୍ୱା ଆପଣ ଆପଣଙ୍କ ପ୍ରଶ୍ନର ଉତ୍ତର ନପାଆନ୍ତି, ତେବେ ଆପଣ ଏନେଇ ରିଜର୍ଭ ବ୍ୟାଙ୍କର ୱେବସାଇଟ୍‌ cms.rbi.org.inରେ ଯାଇ ଆପଣଙ୍କ ଅଭିଯୋଗ କରିପାରିବେ ।