• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହେଲା ଇନ୍ସୁରାନ୍ସ ସ୍କିମ୍ । ଏହା ସବୁଠୁ ଶସ୍ତା ଏବଂ ଲାଭ ଦାୟକ । ବାର୍ଷିକ ମାତ୍ର ୨୦ ଟଙ୍କା ଡିପୋଜିଟ୍‌ କଲେ ପାଇବେ ଦୁଇ ଲକ୍ଷ ଟଙ୍କାର ଇନ୍‌ସୁରାନ୍ସ । ଏହି ଇନ୍‌ସୁରାନ୍ସ ସ୍କିମ୍‌ ପୂର୍ବରୁ ୧୨ ଟଙ୍କାରେ ଉପଲବ୍ଧ ହେଉଥିବା ବେଳେ ଏବେ ଏହାକୁ ଅପ୍‌ଗ୍ରେଡ୍‌ କରାଯାଇ ୨୦ ଟଙ୍କା କରାଯାଇଛି । କେନ୍ଦ୍ର ସରକାର ମଙ୍ଗଳବାର ଏହି ଘୋଷଣା କରିଛନ୍ତି ।

ଅନ୍ୟପଟେ ଏହା ଗରିବ ଓ ମଧ୍ୟବିତ୍ତଙ୍କୁ ଖୁବ୍‌ ସହାୟକ ହେବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ଯେଉଁମାନେ ସ୍ୱଳ୍ପ ରୋଜଗାର କରୁଛନ୍ତି ସେମାନଙ୍କୁ ଏହି ବ୍ୟବସ୍ଥା ଖୁବ୍‌ ଲାଭ ଦେବ । କେନ୍ଦ୍ର ସରକାରଙ୍କ ଏହି ସ୍କିମ୍‌ ସବୁଠାରୁ କମ୍‌ ନିବେଶରେ ଅଧିକ ଲାଭ ପାଇବା ଭଳି । ତେଣୁ ଗରିବ ଓ ସାଧାରଣ ବ୍ୟକ୍ତିଙ୍କ ପାଇଁ ଏହା ନିତ୍ୟାନ୍ତ ଉପଯୋଗୀ ।

ଏହାକୁ ‘ପ୍ରଧାନ ମନ୍ତ୍ରୀ ସୁରକ୍ଷା ବିମା ଯୋଜନା’ PMSBY ନାମରେ ନାମିତ କରାଯାଇଛି । କେନ୍ଦ୍ର ସରକାରଙ୍କ ଏହି ସ୍କିମ୍‌ ୨୦୧୫ରେ ଆରମ୍ଭ ହୋଇଥିଲା । 

୧୮ରୁ ୭୦ ବର୍ଷ ମଧ୍ୟରେ ସମସ୍ତ ବ୍ୟକ୍ତି ଏହି ଇନ୍‌ସୁରାନ୍ସର ଫାଇଦା ନେଇପାରିବେ । ବର୍ଷକୁ ମାତ୍ର ୨୦ ଟଙ୍କା ଦେଇ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇନ୍‌ରାନ୍ସ ସୁବିଧା ପାଇପାରିବେ । ଏହି ୨୦ ଟଙ୍କା ସିଧା ସଳଖ ଭାବେ ବ୍ୟାଙ୍କ ଆକାଉଣ୍ଟରୁ କଟିବାର ସୁବିଧା ମଧ୍ୟ ରହିଛି । ଯେଉଁ ବ୍ୟାଙ୍କ୍‌ ସହ ତାକୁ ଲିଙ୍କ କରାଯାଇଥିବ ସେଥିରୁ ଆପେ ଆପେ ବର୍ଷକୁ ୨୦ ଟଙ୍କା କଟିଯିବ ।

ସବୁଠାରୁ ବଡ଼ କଥା ହେଲା, ଏହି ଇନ୍‌ସୁରାନ୍ସ ଉପଭୋକ୍ତା ଯଦି କୌଣସି ଦୁର୍ଘଟଣାରେ ମୃତ୍ୟୁ ବରଣ କରନ୍ତି ତେବେ ତାଙ୍କ ନୋମିନିଙ୍କୁ ଦୁଇ ଲକ୍ଷ ଟଙ୍କା ଦିଆଯିବ । ଏହା ଇନ୍‌ସୁରାନ୍ସର ନିୟମ । ପୂର୍ବରୁ ଏହି ସ୍କିମ୍‌ ପାଇଁ କେନ୍ଦ୍ର ସରକାର ୧୨ ଟଙ୍କା ନେଉଥିବା ବେଳେ ଜୁନ୍‌ ୨୦୨୨ ପହିଲାରୁ ଏହା ୨୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

ଏହି ସୁବିଧା ପାଇବାକୁ ହେଲେ ଆପଣ ସିଧା ସଳଖ ବ୍ୟାଙ୍କକୁ ଯାଆନ୍ତୁ ଆଉ ଯୋଗାଯୋଗ କରନ୍ତୁ । ସେଠାରେ ଏକ ଫର୍ମ ଦିଆଯିବ, ସେହି ଫର୍ମଟି ପୁରଣ କରି ବ୍ୟାଙ୍କ ଅଧିକାରୀଙ୍କୁ ଦିଅନ୍ତୁ ।