Advertisment

₹70 lakh gold jewellery vanishes: ୭୦ ଲକ୍ଷ ଟଙ୍କାର ଅଳଙ୍କାର ନେଇ କ୍ୟାସ୍ ଇନଚାର୍ଜ ଛୁ, ଗଲା ଅଗଷ୍ଟ ମାସରୁ ଚୋରି ହେଲାଣି ସୁନା

ଢୋଲ ଭିତରେ ମୂଷା । ବ୍ୟାଙ୍କ୍ ଲୁଟି ବ୍ୟାଙ୍କ୍ କର୍ମଚାରୀ ଫେରାର୍ । ୭୦ ଲକ୍ଷ ଟଙ୍କାର ଅଳଙ୍କାର ନେଇ କ୍ୟାସ୍ ଇନଚାର୍ଜ ଛୁ । ସବୁ ଜାଣି ବ୍ୟାଙ୍କ କର୍ତ୍ତୃପକ୍ଷ ଚୁପ୍, ପୋଲିସ ନୀରବଦ୍ରଷ୍ଟା । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରୁ ହୋଇଛି ବଡ଼ଧରଣର ଚୋରି।

author-image
Tapan Swain
BALUGAON

BALUGAON Photograph: (OTV)

ଖୋର୍ଦ୍ଧା ବାଲୁଗାଁରେ ହଇଚଇ। ଷ୍ଟେଟ୍ ବ୍ୟାଙ୍କରୁ ୭୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ୍। କେଉଁ ଡକାୟତି ଗ୍ୟାଙ୍ଗ୍ ନୁହେଁ, କଳାକନା ବୁଲାଇଛି ଖୋଦ୍ କ୍ୟାସ୍ ଇନଚାର୍ଜ। ଗତ ଅଗଷ୍ଟ ମାସରୁ ସୁନା ଚୋରି କରି ଅଭିଯୁକ୍ତ ଫେରାର ଥିବାବେଳେ, ଟେର୍ ପାଇନି ପୋଲିସ୍। ଏପରିକି ଗ୍ରାହକଙ୍କୁ ବି ଜଣାଇନାହାନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ । ଅନଲାଇନ୍ ଗେମ୍ ମାୟାଜାଲରେ ସର୍ବସ୍ବାନ୍ତ ହେବାପରେ କେମିତି ଗ୍ରାହକଙ୍କ ବିଶ୍ବାସରେ ବିଷଦେଇ ଲୁଟିନେଲା କରିତକର୍ମା କର୍ମଚାରୀ ଜିତେନ୍ଦ୍ର ବିଶ୍ବାଳ ।

Advertisment

ଢୋଲ ଭିତରେ ମୂଷା । ବ୍ୟାଙ୍କ୍ ଲୁଟି ବ୍ୟାଙ୍କ୍ କର୍ମଚାରୀ ଫେରାର୍ । ୭୦ ଲକ୍ଷ ଟଙ୍କାର ଅଳଙ୍କାର ନେଇ କ୍ୟାସ୍ ଇନଚାର୍ଜ ଛୁ । ସବୁ ଜାଣି ବ୍ୟାଙ୍କ କର୍ତ୍ତୃପକ୍ଷ ଚୁପ୍, ପୋଲିସ ନୀରବଦ୍ରଷ୍ଟା ।
ଏମିତି ସେମିତି ବ୍ୟାଙ୍କ ନୁହେଁ, ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରୁ ହୋଇଛି ବଡ଼ଧରଣର ଚୋରି। ଲୁଟ୍ କେଉଁ ଡକାୟତି ଗ୍ୟାଙ୍ଗ୍ କରିନି। ଚୋର ହେଉଛି ଖୋଦ୍ ବ୍ୟାଙ୍କ କର୍ମଚାରୀ।  ସିନିୟର ଆସୋସିଏଟ୍ ତଥା କ୍ୟାସ୍ ଇନଚାର୍ଜ ଜିତେନ୍ଦ୍ର କୁମାର ବିଶ୍ୱାଳ। ଯିଏକି ଗ୍ରାହକଙ୍କ ବିଶ୍ବାସରେ ବିଷ ଦେଇ ଲୁଟିନେଇଛି ୬୦୦ ଗ୍ରାମ୍ ବନ୍ଧକ ସୁନା ଅଳଙ୍କାର ସହିତ ନଗଦ ୭ ଲକ୍ଷ ଟଙ୍କା। 

ସାଂଘାତିକ କଥା ହେଲା ଗତ ଅଗଷ୍ଟ ମାସରୁ ଚୋରି ହେଲାଣି, ବ୍ୟାଙ୍କ ମ୍ୟାନେଜର ଥାନାରେ ଏତଲା ବି ଦେଇଛନ୍ତି। ହେଲେ ଚୋରି ସମ୍ପର୍କରେ ଟିକେ ବି ସୋର୍ ଶବ୍ଦ ନାହିଁ । ନାଁ ବ୍ୟାଙ୍କ କର୍ତ୍ତୃପକ୍ଷ ଗ୍ରାହକଙ୍କୁ ଜଣାଇଛନ୍ତି ନା ପୋଲିସ ଅଭିଯୁକ୍ତର ଟେର୍ ପାଇଛି। ଘଟଣାକୁ ୩ ମାସ ବିତିଥିଲେ ବି ଚୋର କର୍ମଚାରୀର କାରନାମା ସମସ୍ତଙ୍କୁ ଲୁଚାଇ ରଖାଯାଇଥିଲା। ସେପଟେ ବ୍ୟାଙ୍କ ମ୍ୟାନେଜରଙ୍କ କହିବା କଥା- ଉଭୟ ବିଭାଗୀୟ ଓ ପୋଲିସ ତଦନ୍ତ ଜାରି ରହିଛି। 

Advertisment

ଚାଞ୍ଚଲ୍ୟକର ଚୋରି ଉପରୁ ପରଦା ହଟାଇଥିବା ଇଏ ସେହି ଗ୍ରାହକ ଗୋପିନାଥ ପରିଡ଼ା ଓ ସ୍ତ୍ରୀ ହରପ୍ରିୟା। ହରପ୍ରିୟା ୧୬୩ ଗ୍ରାମ ସୁନା ବନ୍ଧା ରଖି ଏହି ବ୍ୟାଙ୍କରୁ ଋଣ ନେଇଥିଲେ । ଗତ ୨୫ ତାରିଖରେ ଅଳଙ୍କାର ଫେରାଇ ଆଣିବାକୁ ଯାଇଥିଲେ ପତିପତ୍ନୀ। ହେଲେ ମ୍ୟାନେଜର କହିଥିଲେ- ତୁମ ସୁନା ଆଉ ବ୍ୟାଙ୍କରେ ନାହିଁ। ପରେ ଜିତେନ୍ଦ୍ରର ଜଘନ୍ୟ କାଣ୍ଡର ହୋଇଥିଲା ପର୍ଦ୍ଦାଫାସ୍। 

କରିତକର୍ମା କର୍ମଚାରୀ ଜିତେନ୍ଦ୍ରର କାମ ହୋସ୍ ଉଡ଼େଇଦେବା ଭଳି। ଏସବିଆଇରୁ ଲୁଟିଥିବା ୧୨ଟି ସୁନା ଅଳଙ୍କାର ପ୍ୟାକେଟକୁ ଭିନ୍ନ ଭିନ୍ନ ଫାଇନାନ୍ସରେ ବନ୍ଧକ ରଖି ପ୍ରାୟ ୫୦ ଲକ୍ଷ ଟଙ୍କା ନେଇଛି। ବାଲୁଗାଁ ସ୍ଥିତ IIFLରେ ୫ଟି, ମାନାପୁରମ ଗୋଲ୍ଡ ଲୋନରେ ୨ଟି ଓ ବଜାଜ ଫାଇନାନ୍ସରେ ୩ଟି ପ୍ୟାକେଟ ସୁନା ବନ୍ଧକ ରଖିଥିବା ଜଣାପଡ଼ିଛି। 

ଆଖପାଖ ଅଞ୍ଚଳର ଲୋକଙ୍କୁ ବି ଚୂନା ମାରିଛି ଚାରଶବିଶ୍ ଜିତେନ୍ଦ୍ର। କୁହାଯାଇଛି ଅନଲାଇନ୍ ଗେମରେ ମାତିଥିଲା ଜିତେନ୍ଦ୍ର। ଅଦୃଶ୍ୟ ମାୟାଜାଲରେ ପଡ଼ି ହରାଇଥିଲା ଲକ୍ଷ ଲକ୍ଷ ଟଙ୍କା । ତାହାର ଭରଣା ପାଇଁ ଲୋକଙ୍କ ବନ୍ଧକ ସୁନା ଓ ଟଙ୍କାକୁ ଲୁଟି ଫେରାର୍ ହୋଇଯାଇଛି। ତେବେ ପ୍ରଶ୍ନ ଉଠୁଛି- ଅଗଷ୍ଟ ମାସରୁ ଚୋରି ହୋଇଥିଲେ ବି ସୁନା ବନ୍ଧକ ରଖିଥିବା ଗ୍ରାହକଙ୍କୁ କାହିଁକି ଅବଗତ କଲାନି ବ୍ୟାଙ୍କ ? କେତେବାଟ ଗଲାଣି ପୋଲିସର ତଦନ୍ତ ? ଏତେ ଟଙ୍କା ନେଇ କେଉଁଠି ଲୁଚିଛି ଜିତେନ୍ଦ୍ର ? 

Loot Bank
Advertisment
Related Articles
Advertisment