Advertisment

Subarnarekha Flood Situation: ପାଣି ଛାଡୁ ଛାଡୁ ମିଳିବ କ୍ଷତିପୂରଣ

ନିୟନ୍ତ୍ରଣରେ ରହିଛି ବନ୍ୟା ସ୍ଥିତି । ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଚାଲିଛି । କ୍ଷୟକ୍ଷତି ଆକଳନ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ପାଣି ଛାଡୁ ଛାଡୁ କ୍ଷତିପୂରଣ ମିଳିବ । ବନ୍ୟା ସ୍ଥିତିକୁ ନେଇ ଏହି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

author-image
Bharat Bhusan Parida
Flood Situation

Flood Situation

ରାଜ୍ୟରେ ବର୍ତ୍ତମାନ ନିୟନ୍ତ୍ରଣରେ ରହିଛି ବନ୍ୟା ସ୍ଥିତି । ଆଗକୁ ବିଭିନ୍ନ ନଦୀରେ ଜଳସ୍ତର ଆହୁରି ଖସିବ । ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଚାଲିଛି । କ୍ଷୟକ୍ଷତି ଆକଳନ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ପାଣି ଛାଡୁ ଛାଡୁ କ୍ଷତିପୂରଣ ମିଳିବ । ବନ୍ୟା ସ୍ଥିତିକୁ ନେଇ ଏହି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । 

Advertisment

ଚଳିତ ବର୍ଷା ଓ ବନ୍ୟାରେ ପ୍ରଭାବିତ ହୋଇଛି ବାଲେଶ୍ୱର, ଯାଜପୁର, ଭଦ୍ରକ, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲା । ଯାଜପୁର ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। ଯାଜପୁର ଜିଲ୍ଲାରେ ପ୍ରଭାବିତ ହୋଇଛି ୪୬ଟି ଗାଁ ଓ ୧୪ ପଞ୍ଚାୟତ। ସେହିପରି ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବି ପ୍ରଭାବିତ ହୋଇଛି । ଘରକୁ ଫେରିବା ଯାଏଁ ପ୍ରଶାସନ ପକ୍ଷରୁ ଆଶ୍ରୟସ୍ଥଳୀରେ ବିପନ୍ନଙ୍କୁ ମାଗଣା ରନ୍ଧା ଓ ଶୁଖିଲା ଖାଦ୍ୟ ଦିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।

ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ଓ ବୈତରଣୀ । ଭଦ୍ରକ ଆଖୁଆପଦା ଠାରେ ବୈତରଣୀ ଏବଂ ରାଜଘାଟରେ ସୁବର୍ଣ୍ଣରେଖା ବିପଦ ସଂକେତ ଉପରେ ରହିଛି । ଆସନ୍ତାକାଲି ବିପଦ ସଂକେତ ତଳକୁ ଖସିବ ବନ୍ୟାଜଳ । ମାତ୍ର ଯାମସୋଲାଘାଟରେ ଲଗାଣ ବର୍ଷା ଯୋଗୁଁ ରାଜଘାଟଠାରେ ସୁବର୍ଣ୍ଣରେଖା ବଢିବ । ଏନେଇ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ସୂଚନା ଦେଇଛନ୍ତି । କାଣୀ ନଦୀରେ ୩୦ ମିଟରର ଘାଇ ହୋଇଛି । ପାଣି କମିଲେ ନଦୀବନ୍ଧ ମରାମତି କାମ ଆରମ୍ଭ ହେବ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ । 

Advertisment

ସେପଟେ ବର୍ତ୍ତମାନ ହୀରାକୁଦରେ ୧୨ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ୨.୧୧ ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨.୨୨ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ରେଙ୍ଗାଲିର ଦୁଇଟି ଗେଟ୍ ଖୋଲା ଅଛି । ଆବଶ୍ୟକ ପଡିଲେ ରେଙ୍ଗାଳିର ଆଉ ଗୋଟିଏ ଗେଟ୍ ଖୋଲା ହେବ । 

Suresh Pujari Odisha Disaster Management Flood Situation Baitarani River Subarnarekha River
Advertisment
Advertisment